କେନ୍ଦୁଝର,୧୪।୪(ଡି.ଏନ୍.ଏ.): କେନ୍ଦୁଝର ଜିଲା ଘଟଗାଁବାସିନୀ ମା’ ତାରିଣୀଙ୍କ ଆବିର୍ଭାବ ଚଇତି ପର୍ବ ନିନ ହୋଇଥିଲା। ତେଣୁ ୯ ତାରିଖରୁ ବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ମା’ଙ୍କ ଜନ୍ମ ଦିନ ଜାକଜମକରେ ପାଳନ କରାଯାଉଛି। ଏହି ଦିନ ମା’ଙ୍କୁ ଦର୍ଶନ କଲେ ମନସ୍କାମନା ପୂରଣ ହୋଇଥାଏ ଲୋକ ବିଶ୍ୱାସ ରହିଛି। ସେଥିପାଇଁ ଆଜି ଦିନରେ ମା’ଙ୍କୁ ଦର୍ଶନ ଲାଗି ଦୂର ଦୂରାନ୍ତରୁ ଭକ୍ତମାନେ ଘଟଗାଁକୁ ଆସଥିଲେ। ଗୁରୁବାର ଲକ୍ଷାଧିକ ଭକ୍ତ ମା’ଙ୍କୁ ଦର୍ଶନ କରିଛନ୍ତି।
ମହାମାରୀ କରୋନା ପାଇଁ ଦୁଇ ବର୍ଷ ଧରି ମା’ଙ୍କ ଚଇତି ପର୍ବ ହୋଇପାରୁ ନ ଥିଲା। କେବଳ ନୀତିକାନ୍ତି ହେଉଥିଲା। ଚଳିତ ବର୍ଷ ମା’ଙ୍କ ଏହି ପର୍ବକୁ ବେଶ ଉତ୍ସାହର ସହ ପାଳନ କରାଯାଇଛି। ନୀତିକାନ୍ତି ପରେ ମା’ଙ୍କୁ ସୁନା ବେଶରେ ସଜ୍ଜିତ କରାଯାଇଥିଲା। ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି ଓ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।