ତାରାତାରିଣୀଙ୍କ ଯାତ୍ରାରେ ମୁଣ୍ଡନ ବନ୍ଦ

ଛତ୍ରପୁର,୩।୪: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଓ ଏହାର ସ୍ଥିତି ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ କେତେକ କଟକଣା କରାଯାଇଛି ା ଜିଲାକୁ ଦୈନିକ ଟ୍ରେନ୍‌ ଯୋଗେ ମହାରାଷ୍ଟ୍ର ଓ ଗୁଜରାଟରୁ ଶତାଧିକ ପ୍ରବାସୀ ଫେରିବାରେ ଲାଗିଛନ୍ତିି। କିଭଳି ଜିଲାରେ ସଂକ୍ରମଣ ବ୍ୟାପିବନି ସେ ନେଇ କେତେକ ପଦକ୍ଷେପ ନିଆଯାଇଛି। ଦଣ୍ଡଯାତ୍ରା ଓ ତାରାତାରିଣୀଙ୍କ ଚୈତ୍ର ଯାତ୍ରାରେ କଟକଣା ଲଗାଯାଇଛି। ତାରାତାରିଣୀଙ୍କ ଚୈତ୍ର ଯାତ୍ରାର ଦ୍ୱିତୀୟ ମଙ୍ଗଳବାର ଅନୁଷ୍ଠିତ ହେବାକୁ ଯାଉଛି। ଯାତ୍ରାରେ ଶିଶୁଙ୍କ ମୁଣ୍ଡନ ଉପରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିଷେଧାଦେଶ ଜାରି କରିଛନ୍ତିି। ଏଥିସହ ଦଣ୍ଡଯାତ୍ରାରେ କେବଳ ୨୫ ଜଣ ରହିପାରିବେ ବୋଲି କହିଛନ୍ତି ା ଯାତ୍ରା ବେଳେ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିବ ବୋଲି ଜିଲାପାଳ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଦୋକାନୀମାନେ ପଞ୍ଚସୂତ୍ରୀ ନିୟମ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି। ଏଥିରେ ଖିଲାପ କଲେ ଦୋକାନ ସିଲ୍‌ କରାଯିବ ବୋଲି ଜିଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି ା ମାସ୍କ ପିନ୍ଧିବା, ସାମାଜିକ ଦୂରତା ଆଦି କୋଭିଡ୍‌ ନିୟମ ମାନିବା ବାଧ୍ୟତାମୂଳକ କରାଯାଇଛି ା ସେହିପରି ଦଣ୍ଡଯାତ୍ରା ବେଳେ ରାତିରେ ରେକର୍ଡ ଡ୍ୟାନ୍ସ ଓ ଅପେରା ପରିବେଷଣ ଉପରେ ଜିଲାପାଳ ପୂର୍ବରୁ ରୋକ୍‌ ଲଗାଇଛନ୍ତି।

Share