୭୮ ବର୍ଷ ପରେ ଚକରା ଘାଟି ମନେପଡ଼ିଲା: ବିଧାୟକ,ଆରସିସିଏଫ ଉନ୍ନୟନ କାର୍ଯ୍ୟ ତଦାରଖ କଲେ

ଭଞ୍ଜନଗର,୨୭ା୨(ବାବୁଲା ପ୍ରଧାନ):ଘୁମୁସର ବୀର ଚକରା ବିଷୋୟୀଙ୍କ ସ୍ମୃତିକୁ ବଜାୟ ରଖିବା ପାଇଁ ଦେଶ ସାଧୀନତାର ୭୮ ବର୍ଷ ପରେ ବର୍ତ୍ତମାନର ଭାଜପା ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଉଦ୍ୟମରେ ଚକରା ଘାଟିର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହାକୁ ନେଇ ଅଞ୍ଚଳବାସୀ ଖୁସି ପ୍ରକଟ କରିଛନ୍ତି। ଇତିମଧ୍ୟରେ ଘାଟିର ବିକାଶ ପାଇଁ ପ୍ରାୟ ୬ କୋଟି ଟଙ୍କା ଜଙ୍ଗଲ ବିଭାଗ ପକ୍ଷରୁ ଅନୁମୋଦନ ହୋଇଛି। ଠିକାଦାର କାମ ୧୦ ଦିନ ହେବ ଆରମ୍ଭ କରିଛନ୍ତି। ଆଗାମୀ ଦିନରେ ସମ୍ପୃକ୍ତ ଅଞ୍ଚଳର ଅନ୍ୟାନ୍ୟ ବିକାଶ ପାଇଁ ଆହୁରି ୨ଶହ କୋଟି ଟଙ୍କା ଅନୁଦାନ ଆସିବ। କାର୍ଯ୍ୟ କିଭଳି ଠିକ ଭାବେ ହେବ ସେଥିପାଇଁ ଭଞ୍ଜନଗର ବିଧାୟକ ନାୟକ ବାରମ୍ବାର ଉକ୍ତ ଘାଟି ପରିଦର୍ଶନ କରି କାର୍ଯ୍ୟ ସମୀକ୍ଷା କରୁଛନ୍ତି । ଗୁରୁବାର ଆରସିସିଏଫ ସଞ୍ଜୟ ସ୍ବାଇଁ, ଡିଏଫଓ ହିମାଂଶୁ ଶେଖର ମହାନ୍ତି, ଏସିଏଫ୍‌ ଡ. ରଶ୍ମି ରଞ୍ଜନ ସାଇଁ, ଗାଲେରି ରେଞ୍ଜର ଆଶାଲତା ଦିଗାଲ, ବନପାଳ ଶୁଭସ୍ମିତା ପାତ୍ର ପ୍ରମୁଖ ଚକରା ଘାଟି ପରିଦର୍ଶନ କରି ଘାଟିର ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ କାମ କିଭଳି ଚାଲିଛି ତାହାର ସମୀକ୍ଷା କରିଥିଲେ। ଏହି ସମୟରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଚୁକ୍ତି ଅନୁସାରେ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି। ଏହି ଅର୍ଥରେ ଘାଟିରେ ଦୁଇଟି ୱାଚ ଟାୱାର, ପୋଖରୀ, ମନ୍ଦିର, ରୋଷେଇ ଘର, ପାଚେରି, ପିଇବା ପାଣି ଆଦି ବ୍ୟବସ୍ଥା କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ସ୍ବାଧୀନତା ସଂଗ୍ରାମ ବେଳେ ବ୍ରିଟିଶଙ୍କ ବିରୋଧରେ ଘୁମୁସର ବୀର ଚକରା ବିଷୋୟୀ ଲଢ଼େଇ କରିଥିଲେ। ଏଥିପାଇଁ ସେ ତିଲିସିଙ୍ଗୀଠାରୁ ୧୦ କି.ମି. ଦୂର ଘଞ୍ଚ ଜଙ୍ଗଲ ଭିତରେ ଚନ୍ଦ୍ରଗିରି ଜଙ୍ଗଲରେ ଘାଟି ପ୍ରସ୍ତୁତ କରିଥିଲେ। ଚକରାଙ୍କୁ ୧୪ ବର୍ଷ ବୟସ ହୋଇଥିବା ବେଳେ ୧୮୩୬ରେ ସେ ବ୍ରିଟିଶମାନଙ୍କ ବିରୋଧରେ ଲଢେଇ ପାଇଁ ପଦକ୍ଷେପ ନେଇଥିଲେ। ଉକ୍ତ ଘାଟିରେ ଚକରା ରହି ଆଦିବାସୀମାନଙ୍କୁ ମେଳି କରି ଲଢ଼େଇ କରୁଥିଲେ। ଏଥିସହ ସେ ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ବ୍ରିଟିଶ ଶାସକଙ୍କ ବିରୋଧରେ ମେଳି କରି ଲଢ଼େଇ କରୁଥିଲେ। ୧୮୪୨ରେ ଚକରା ଘୁମୁସର ନୂଆଗାଁରେ ହୋଇଥିବା ବ୍ରିଟିଶଙ୍କ ଶିବିରକୁ ପୋଡ଼ି ଦେଇଥିଲେ। ଏଥିରେ ବ୍ରିଟିଶ ଶାସକଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଚକରାଙ୍କ ବୀରତ୍ୱ ଦେଖି ବ୍ରିଟିଶମାନେ ତାଙ୍କୁ ଧରିବା ପାଇଁ ଅନେକ ଚେଷ୍ଟା କରିଥିଲେ। ମାତ୍ର ଚକରା ଧରା ପଡ଼ି ନ ଥିଲେ। ସେ କେବେ ମୃତ୍ୟୁବରଣ କରିଛନ୍ତି କିଭଳି ମୃତ୍ୟୁବରଣ କରିଛନ୍ତି ତାହାର କିଛି ଇତିହାସ ନାହିଁ। କିନ୍ତୁ ଚକରା ଯେଉଁ ଘାଟିରେ ରହି ଲଢ଼େଇ କରୁଥିଲେ ତାହା ଆଜି ପର୍ଯ୍ୟନ୍ତ ରହିଛି। ଦେଶ ସାଧୀନତା ପରେ ଚକରା ଘାଟିର ବିକାଶ ପାଇଁ ଏପର୍ଯ୍ୟନ୍ତ ସରକାର ଟଙ୍କାଟିଏ ଅନୁଦାନ ଦେଇ ନ ଥିଲେ। କିଛି ବର୍ଷ ତଳେ ସମ୍ପୃକ୍ତ ଅଞ୍ଚଳରେ ରେଞ୍ଜର ଥିବା ତଥା ବର୍ତ୍ତମାନର କେନ୍ଦୁପତ୍ର ଫୁଲବାଣୀ ଡିଭିଜନର ଡିଏଫଓ ଶରତ ମିଶ୍ର ନିଜ ଉଦ୍ୟମରେ ଘାଟିରେ ଛୋଟିଆ ମନ୍ଦିରଟିଏ ନିର୍ମାଣ କରିଥିଲେ। ବର୍ତ୍ତମାନ ପ୍ରଦ୍ୟୁମ୍ନ ନାୟକ ବିଧାୟକ ନିର୍ବାଚିତ ହେବା ପରେ ଘୁମୁସର ମାଟିର ବୀରପୁତ୍ରମାନଙ୍କ ସ୍ମୃତି ରକ୍ଷା ପାଇଁ ପଦକ୍ଷେପ ନେଇଛନ୍ତି। ଏନେଇ ପରିବେଶବିତ୍‌ ରମେଶ ପାତ୍ର କହନ୍ତି, ଘାଟିର ସୁରକ୍ଷା ସହ ବନ୍ୟପ୍ରାଣୀ ଏବଂ ଜଙ୍ଗଲ ସୁରକ୍ଷା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଏହା ପ୍ରଶଂସନୀୟ ପଦକ୍ଷେପ। ସେହିଭଳି ଚକରା ବିଷୋୟୀ କଲଚୁରାଲ ଟ୍ରଷ୍ଟର କର୍ମକର୍ତ୍ତା ଜଗବନ୍ଧୁ ଜେନା କହିଛନ୍ତି, ଚକରା ପ୍ରଥମେ ବ୍ରିଟିଶ ଶାସକଙ୍କ ବିରୋଧରେ ଲଢେଇ କରିଥିଲେ।
ଫୋଟ ୨୭a ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଉନ୍ନୟନ କାର୍ଯ୍ୟ ତଦାରଖ କରୁଛନ୍ତି।
ଫୋଟ ୨୭b ଆର୍‌ସିସିଏଫ୍‌ ଏବଂ ଅନ୍ୟମାନେ ସମୀକ୍ଷା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାତାର ୪ର୍ଥ ଥର ପାଇଁ ହାରିଲା ଚେନ୍ନାଇ, ପ୍ରିୟାଂଶ ସାଜିଲେ ପଞ୍ଜାବ ବିଜୟର ହିରୋ

ମୁଲାନପୁର,୮ା୪: ପ୍ରିୟାଂଶ ଆର୍ଯ୍ୟଙ୍କ ଧୂଆଁଦାର ଶତକ ବଳରେ ମଙ୍ଗଳବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ୧୮ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ପରାସ୍ତ...

ଆରମ୍ଭ ହେଲା ଟାରିଫ୍‌ ଓ୍ବାର: ଚାଇନା ଉପରେ ୧୦୪% ଟାରିଫ୍‌ ଲଗାଇଲା ଆମେରିକା

ଓାଶିଂଟନ/ବେଜିଂ,୮।୪: ଚାଇନାକୁ ଶକ୍ତ ଝଟ୍‌କା ଦେଇଛନ୍ତି ଟ୍ରମ୍ପ ସରକାର। ଆମେରିକା ଆଜି ଚାଇନାରୁ ଆସୁଥିବା ସାମଗ୍ରୀ ଉପରେ ୧୦୪ ପ୍ରତିଶତ ଟାରିଫ ଲଗାଇ ଦେଇଛି। ଏହି...

ମୃତଦେହ ସହ ୧୦ ମିନିଟ ବିତାଇବାକୁ ୨୫ ହଜାର ଦରମା

ବେଜିଂ: ସୋସିଆଲ ମିଡିଆରେ ଏକ ନିଯୁକ୍ତି ବିଜ୍ଞାପନ ଭାଇରାଲ ହେବାରେ ଲାଗିଛି, ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଶ୍ୱର ଦ୍ୱିତୀୟ ଜନବହୁଳ ଦେଶ ଚାଇନାର ଶାଣ୍ଡୋଙ୍ଗ ପ୍ରଦେଶ...

ଜାଣିଛନ୍ତି କି? ଘରେ କେଉଁଠି ରଖିବେ ଲାଫିଙ୍ଗ୍‌ ବୁଦ୍ଧ ମୂର୍ତ୍ତି…

ବାସ୍ତୁଶାସ୍ତ୍ର ଅନୁସାରେ ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତିକୁ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। କାରଣ ତାଙ୍କର ହସୁଥିବା ଭଙ୍ଗୀକୁ ଦେଖିଲେ ମନରେ ସକରାତ୍ମକ ଭାବନା ଜାଗ୍ରତ...

ଘରୁ ବାହାରିବା ବେଳେ ଏସବୁ ଦେଖିବା ଶୁଭ; ଯେଉଁ କାମରେ ଯାଉଥିବ ତାହା…

ଯେତେବେଳେ ଆମେ କୌଣସି କାମ ଅଥବା ଯାତ୍ରା ପାଇଁ ଘରୁ ବାହାରୁ ସେତେବେଳେ ଭଗବାନଙ୍କ ସାମ୍ନାରେ ହାତ ଯୋଡ଼ି ବାହାରିବାକୁ ଘରର ବୟୋଜ୍ୟେଷ୍ଠମାନେ କହିଥାନ୍ତି। କୁହାଯାଏ...

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା ମାଁ ଠାକୁରାଣୀଙ୍କ ଘଣ୍ଟଯାତ୍ର ସମ୍ପନ୍ନ, ଭକ୍ତଙ୍କ ପିଠିରେ ମାଁ ଆସ୍ଥାନକୁ ବିଜେ କଲେ

ଲାଞ୍ଜିଗଡ,୮/୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମାଁ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ମଙ୍ଗଳବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି I ଲାଞ୍ଜିଗଡ...

Swiggyରୁ ଅର୍ଡର କଲେ ମିଳିବ ୫୦୦ ଟଙ୍କା ରିହାତି! ଜାଣନ୍ତୁ କିଭଳି…

ନୂଆଦିଲ୍ଲୀ,୮।୪: Swiggy Instamart ରେ ଶପିଂ କରିବା ସମୟରେ ଆପଣ ୫୦୦ ଟଙ୍କାର ରିହାତି ପାଇପାରିବେ। ଶପିଂ କରିବା ସମୟରେ ଆପ୍‌ରେ Maxxsaver ବୈଶିଷ୍ଟ୍ୟ ସ୍ବୟଂଚାଳିତ...

ଓ୍ବକଫ୍‌ ବିଲ୍‌କୁ ନେଇ ମୁହଁ ଖୋଲିଲେ ମୋଦି, କହିଦେଲେ ଭିତିରି କଥା!

ନୂଆଦିଲ୍ଲୀ,୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ୍ବକଫ ବୋର୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ନେଇ ସେ କହିଛନ୍ତି ଓ୍ବକଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image