Categories: ଖେଳ

ଚ୍ୟାଲେଞ୍ଜ୍‌ କପ୍‌ ଭଲିବଲ: ସେମିରେ ଭାରତ

ଭୁବନେଶ୍ୱର, ୨୪।୬, (ତପନ ସ୍ବାଇଁ): ଭାରତୀୟ ସିନିୟର ମହିଳା ଭଲିବଲ ଦଳ ଇଣ୍ଡୋନେସିଆର ଇଷ୍ଟ ଜାଭାସ୍ଥିତ ଗ୍ରେସିକ୍‌ଠାରେ ଚାଲିଥିବା ୪ର୍ଥ ଏଭିସି ମହିଳା ଚ୍ୟାଲେଞ୍ଜ୍‌ କପ୍‌ର ସେମିଫାଇନାଲରେ ପ୍ରବେଶ କରିଛି। ପ୍ରିଲିମିନାରୀ ରାଉଣ୍ଡରେ ଅଷ୍ଟ୍ରେଲିଆକୁ ହରାଇଥିବା ଭାରତ ପରବର୍ତ୍ତୀ ୨ଟି ଗ୍ରୁପ୍‌ ମ୍ୟାଚରେ ଫିଲିପାଇନ୍ସ ଓ ଆୟୋଜକ ଇଣ୍ଡୋନେସିଆଠାରୁ ହାରି ଯାଇଥିଲା। ତେବେ ନିଜ ଗ୍ରୁପ୍‌ରେ ଦ୍ୱିତୀୟ ଶ୍ରେଷ୍ଠ ଦଳଭାବେ ଭାରତ ସେମିଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି। ସେମିରେ ଭାରତ ଶନିବାର ଭିଏତନାମକୁ ଭେଟିବ। ଏହି ଲିଗ୍‌ ଓ ନକ୍‌ଆଉଟ ଭିତ୍ତିକ ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆ, ଚାଇନିଜ ତାଇପେ, ହଂକଂ, ଇଣ୍ଡୋନେସିଆ, ଭାରତ, ଇରାନ, ମକାଉ, ମଙ୍ଗୋଲିଆ, ଫିଲିପାଇନ୍ସ, ଭିଏତନାମ ଓ ଉଜ୍‌ବେକିସ୍ତାନ ଆଦି ୧୧ଟି ଦଳ ଅଂଶଗ୍ରହଣ କରିଛନ୍ତି। ପ୍ରିଲିମିନାରୀ ରାଉଣ୍ଡରେ ଭାରତ ଗ୍ରୁପ୍‌ ‘ସି’ରେ ଅଷ୍ଟ୍ରେଲିଆକୁ ହରାଇବାପରେ ଗ୍ରୁପ୍‌ ‘ଇ’ରେ ଇଣ୍ଡୋନେସିଆ ଓ ଫିଲିପାଇନ୍ସ ସହିତ ଖେଳିଥିଲା।

Share