Categories: ଜାତୀୟ

ନିର୍ବାଚନ କମିଶନର ଅରୁଣ ଗୋଏଲଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ ଆବେଦନ ଖାରଜ

ନୂଆଦିଲ୍ଲୀ,୪।୮ : ପ୍ରଶାସନିକ ଅଧିକାରୀ ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ସୁର୍ବୋଚ୍ଚ ଅଦାଲତଙ୍କ ସାମ୍ବିଧାନିକ ବେଞ୍ଚ୍‌ ତାଙ୍କର ମାର୍ଚ୍ଚ ୨ ରାୟରେ ଏହି ପ୍ରସଙ୍ଗରେ ଅନୁଧ୍ୟାନ କରିସାରିଥିବା ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଏସ୍‌.ଭି.ଏନ୍‌. ଭଟ୍ଟଙ୍କ ଖଣ୍ଡପୀଠ କହିଛନ୍ତି। ଆସୋସିଏଶନ ଅଫ୍‌ ଡେମୋକ୍ରାଟିକ୍‌ ରିଫର୍ମସ (ଏଡିଆର୍‌) ପକ୍ଷରୁ ଗୋଏଲ୍‌ଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରାଯାଇଥିଲା। ନିର୍ବାଚନ କମିଶନର ନିଯୁକ୍ତିରେ ଉପଯୁକ୍ତ ପ୍ରକ୍ରିୟା ଅବଲମ୍ବନ କରାଯାଇ ନ ଥିବାରୁ ଏହା ମନମାନି ବୋଲି ଏନ୍‌ଜିଓ ତରଫରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଯୁକ୍ତି ବାଢ଼ିଥିଲେ। ପୂର୍ବରୁ ସାମ୍ବିଧାନିକ ବେଞ୍ଚ୍‌ ଉକ୍ତ ମାମଲାକୁ ଅନୁଧ୍ୟାନ କରି ଖାରଜ ଲାଗି ମନା କରିଦେଇଥିବାରୁ ଏନ୍‌ଜିଓକୁ ପୁଣିଥରେ ଏହା ଉପରେ ଆବେଦନ କରିପାରିବ ନାହିଁ ବୋଲି କେନ୍ଦ୍ର ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ।

Share