ଆମେରିକାକୁ ଚ୍ୟାଲେଞ୍ଜ୍‌, ଜାପାନ ସମୁଦ୍ରରେ କ୍ଷେପଣାସ୍ତ୍ର ପରୀକ୍ଷଣ କଲେ କିମ୍‌…

ସିଓଲ, ୨୭।୧ : ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷା କଟକଣାକୁ ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ଲଗାତାର ଅଣଦେଖା କରିବାରେ ଳାଗିଛନ୍ତି। ଏହି ମର୍ମରେ ସେ ଗୁରୁବାର ସକାଳେ ଜାପାନର ସମୁଦ୍ରରେ ପୁଣି ଏକ କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ଏହାକୁ ମିଶାଇ ସେ ଚଳିତ ବର୍ଷ ଜାନୁୟାରୀ ମାସରେ ବର୍ତ୍ତମାନ ସୁଦ୍ଧା ୬ ଥର କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି।

ଏହା ପୂର୍ବରୁ ଚଳିତ ବର୍ଷ ଜାନୁଆରୀ ୬ ରେ ସେ ପ୍ରଥମ ପରୀକ୍ଷଣ କରିଥିଲେ। ଏହାପରେ ଜାନୁୟାରୀ ୧୧ ରେ ମଧ୍ୟ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲାବେଳେ ଜାନୁଆରୀ ୧୭ ରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲେ। ଜାପାନ ସାଗରରେ ଉତ୍ତର କୋରିଆ ପୁଣି ଥରେ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଉତ୍ତର କୋରିଆ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆମେରିକା ମିଳିତ ଜାତିସଂଘକୁ ନିବେଦନ କରିଥିଲା, କିନ୍ତୁ ଏହାର ପ୍ରୟାସକୁ ଚାଇନେ ଏବଂ ରୁଷିଆ ପକ୍ଷରୁ କରାଯାଇଥିଲା।

ଗତ ସପ୍ତାହରେ ଆମେରିକା ଏକପାଖିଆ ଭାବେ କ୍ଷେପଣାସ୍ତ୍ର ପରୀକ୍ଷଣ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏହା ଅନ୍ତର୍ଗତ ୬ ଉତ୍ତର କୋରିଆ, ଏକ ରୁଷିଆ କମ୍ପାନୀ ଏବଂ ରୁଷିଆ ଫାର୍ମକୁ କଳା ତାଳିକାଭୁକ୍ତ କରାଯାଇଥିଲା। ସେମାନେ ରୁଷିଆ ଏବଂ ଚାଇନାରୁ ଆଣବିକ ପରୀକ୍ଷା କାର୍ଯ୍ୟକ୍ରମ ପାଇଁ ସାମଗ୍ରୀ କିଣିଥିବା ଅଭିଯୋଗ ହୋଇଥିଲା।

ଏଭଳି କ୍ଷେପଣାସ୍ତ୍ର ପରୀକ୍ଷଣ କରି ଉତ୍ତର କୋରିଆ ଖୋଲାଖୋଲି ଭାବେ ଆମେରିକାକୁ ଚ୍ୟାଲେଞ୍ଜ କରୁଛି। ବାସ୍ତବରେ, ଉତ୍ତର କୋରିଆ ଉପରେ ଆମେରିକା ପକ୍ଷରୁ ବହୁ କଟକଣା ଲାଗୁ କରିବାକୁ ଚେଷ୍ଟା କରାଯିବା ସହିତ ଆଣବିକ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ଚାପ ପ୍ରୟୋଗ କରାଯାଉଛି। ବର୍ତ୍ତମାନ ଉତ୍ତର କୋରିଆର ଶାସକ କିମ୍‌ ଏଭଳି ପରୀକ୍ଷଣ ସହ ସ୍ପଷ୍ଟ କରିଛନ୍ତିି ଯେ ଆମେରିକାର ପ୍ରତିବନ୍ଧକ ଦ୍ୱାରା ତାଙ୍କର ଆଣବିକ ପରୀକ୍ଷଣକୂ ବନ୍ଦ କରାଯାଇ ପାରିବ ନାହିଁ।

Share