Categories: ଜାତୀୟ

ଆଶିଷଙ୍କ ଜାମିନକୁ ଚ୍ୟାଲେଞ୍ଜ: ୧୧ରେ ଶୁଣାଣି

ନୂଆଦିଲ୍ଳୀ,୫ା୩: ଲଖିମପୁର ଖେରି ହିଂସାର ମୁଖ୍ୟ ଅଭିଯୁକ୍ତ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଜାମିନକୁ ଚ୍ୟାଲେଞ୍ଜ କରି ମୃତ କୃଷକଙ୍କ ପରିବାର ପକ୍ଷରୁ ସୁପ୍ରମିକୋର୍ଟରେ ଦାଏର ପିଟିଶନର ଶୁଣାଣି ମାର୍ଚ୍ଚ ୧୧ରେ କରାଯିବ। ଶୁକ୍ରବାର ପ୍ରଧାନବିଚାରପତି ଏନ୍‌.ଭି ରମନାଙ୍କ ଖଣ୍ଡପୀଠ ଉକ୍ତ ନିଷ୍ପତ୍ତି ନେଇଛନ୍ତି। ମୃତ କୃଷକଙ୍କ ପରିବାର ଆଲାହାବାଦ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଆଶିଷଙ୍କୁ ଜାମିନ ମିଳିବା ଦ୍ୱାରା ସେ ପ୍ରମାଣ ନଷ୍ଟ କରିବା ସହ କୃଷକ ପରିବାରକୁ ଧମକ ଦେବା ଅଶଙ୍କା କରି କୃଷକଙ୍କ ତରଫରୁ ଓକିଲ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିଥିଲେ। ଗତବର୍ଷ ଅକ୍ଟୋବର ୩ ରେ ଲଖିମପୁର ଖେରିରେ ତିନି କୃଷି ଆଇନ୍‌ ବିରୋଧରେ କୃଷକ ସଂଗଠନ ବିକ୍ଷୋଭ କରୁଥିବାବେଳେ ଅଶିଷ ମିଶ୍ରା ଓ ତାଙ୍କ ସହଯୋଗୀ ସେମାନଙ୍କ ଉପରେ ଗାଡ଼ି ଚଢ଼ାଇଦେଇଥିଲେ। ହିଂସାକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୪ ଜଣ କୃଷକ ଥିଲେ।

Share