Categories: ଜାତୀୟ

ଇସିଙ୍କ କ୍ଷମତାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୫ା୧୧: ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୧୧ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଏର ପିଟିଶନ ଉପରେ ଶୁକ୍ରବାର ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ଲୋକ ପ୍ରହରୀ ନାମକ ଏନ୍‌ଜିଓ ପକ୍ଷରୁ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଏସ୍‌.ଏନ୍‌. ଶୁକ୍ଳା ଏହି ପିଟିଶନ ଦାଏର କରିଛନ୍ତି। ବିଧାୟକ କିମ୍ବା ଏମ୍‌ପିଙ୍କୁ ବହିଷ୍କାର କରିବା କିମ୍ବା ତାଙ୍କର ଅଯୋଗ୍ୟତା ସମୟ ସୀମା ହ୍ରାସ ଲାଗି ଜନପ୍ରତିନିଧି ଆଇନର ଧାରା ୧୧ରେ ନିର୍ବାଚନ କମିଶନଙ୍କୁ ଦିଆଯାଇଥିବା କ୍ଷମତାକୁ ଚ୍ୟାଲେଞ୍ଜ କରାଯାଇଛି।
ପ୍ରଧାନ ବିଚାରପତି ୟୁ.ୟୁ. ଲଲିତ ଏବଂ ଜଷ୍ଟିସ୍‌ ବେଲା ଏମ୍‌ ତ୍ରିବେଦୀଙ୍କ ଖଣ୍ଡପୀଠ ଆବେଦନକାରୀଙ୍କ ଯୁକ୍ତି ଶୁଣିବା ପରେ କେନ୍ଦ୍ର ସରକାର ଓ ଅନ୍ୟମାନଙ୍କୁ ନୋଟିସ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୫କୁ ଧାର୍ଯ୍ୟ କରାଯାଇଛି।

Share