ବ୍ରଜରାଜନଗର,୨୫।୫(ଡି.ଏନ.ଏ.): ସ୍ଥାନୀୟ ଗୋପବନ୍ଧୁ ଛକଠାରେ ମଙ୍ଗଳବାର ବିଜୁ ଜନତା ଦଳ ତରଫରୁ କର୍ମୀ ସମ୍ମିଳନୀ କରାଯାଇ ନିର୍ବାଚନ ପ୍ରଚାର କରାଯାଇଥିଲା। ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟଅତିଥି, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ଅନ୍ୟତମ ଅତିଥି ଭାବରେ ଯୋଗଦେଇ ରାଜ୍ୟ ସରକାରଙ୍କ ଜନକଲ୍ୟାଣ କାରୀ ଯୋଜନା ସମ୍ପର୍କରେ କହିଥିଲେ। ବ୍ରଜରାଜନଗର ପୌରାଞ୍ଚଳରେ ସ୍ବର୍ଗତ କିଶୋର ମହାନ୍ତି ଯେଉଁ ସବୁ କାର୍ଯ୍ୟକ୍ରମ ଅଧାରେ ଛାଡି ଯାଇଛନ୍ତି ତାକୁ ପୂରଣ କରିବା ପାଇଁ ପ୍ରାର୍ଥତ୍ନୀ ଅଳକା ମହାନ୍ତିଙ୍କୁ ଜିତାଇବାକୁ ଆହ୍ନାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ସଞ୍ଚତ୍ତ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ। ନଗର ସଭାପତି ରାଧାକାନ୍ତ ପ୍ରଧାନ ସଭା ପରିଚାଳନା କରିଥିଲେ।