Categories: ଜାତୀୟ

ମହିଳା ଡାକ୍ତର ବଳାତ୍କାର-ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା: ଅପରାଧ ଘଟାଇବା ପୂର୍ବରୁ ଅଭିଯୁକ୍ତ କରିଥିଲେ ଏସବୁ କାମ

କୋଲକାତା,୧୧ା୮:ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ସଞ୍ଜୟ ରାୟ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ଅପରାଧ ଘଟାଇବା ପୂର୍ବରୁ ସେ ମଦ ପିଇବା ସହ ଅଶ୍ଳୀଳ ଭିଡିଓ ଦେଖିଥିଲେ ବୋଲି ଜେରା ବେଳେ ସ୍ବୀକାର କରିଛନ୍ତି। ଗିରଫ ସମୟରେ ମଧ୍ୟ ସେ ମଦ ନିଶାରେ ଥିଲେ। ତାଙ୍କ ମୋବାଇଲ ଫୋନ୍‌ ଅଶ୍ଳୀଳ ଭିଡିଓରେ ପୂର୍ଣ୍ଣ ଥିଲା। ତେଣୁ ସେ ଜଣେ ମାନସିକ ଅସୁସ୍ଥ କିମ୍ବା ବିକୃତ ମସ୍ତିଷ୍କ ବ୍ୟକ୍ତି ହୋଇଥାଇପାରନ୍ତି ବୋଲି ଏଥିରୁ ସୂଚନା ମିଳୁଛି। ସଞ୍ଜୟ ୪ ଥର ବିବାହ କରିଥିବାବେଳେ ତାଙ୍କର ଅସଦାଚରଣ ପାଇଁ ପ୍ରଥମ ୩ ସ୍ତ୍ରୀ ଛାଡ଼ି ପଳାଇଯାଇଥିଲେ। ଚତୁର୍ଥ ସ୍ତ୍ରୀଙ୍କ ଗତବର୍ଷ କ୍ୟାନ୍‌ସରରେ ମୃତ୍ୟୁ ଘଟିଥିଲା।

Share