Categories: ଜାତୀୟ

ଗୋଟିଏ ପଟକୁ ଢଳିଲା ବଦ୍ରିନାଥ-କେଦାରନାଥ ମଧ୍ୟରେ ଥିବା ଐତିହାସିକ ମନ୍ଦିର

ଚାମୋଲି,୨୭।୬: ଉତ୍ତରାଖଣ୍ଡର ସୀମାନ୍ତ ଜନପତ ଚାମୋଲିର ମୁଖ୍ୟାଳୟ ଗୋପେଶ୍ୱରରେ ଭଗବାନ ଗୋପିନାଥଙ୍କ ମନ୍ଦିର ଗୋଟିଏ ପଟକୁ ଢଳି ପଡିଥିବା ଜଣାପଡିଛି। ଏହାସହ ଗର୍ଭଗୃହରେ ପାଣି ପଡୁଥିବା କୁହାଯାଉଛି। ଫଳରେ ଭକ୍ତଙ୍କ ମଧ୍ୟରେ ଚିନ୍ତା ବଢି ଯାଇଛି। ମନ୍ଦିର ପୂଜାରୀ ମନ୍ଦିର ଢଳିବା ସମ୍ପର୍କରେ ଜିଲା ପ୍ରଶାସନ ଓ ପ୍ରତ୍ନତତ୍ତ୍ୱ ବିଭାଗକୁ ଏହାର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ବଦ୍ରିନାଥ ଓ କେଦାରନାଥର କେନ୍ଦ୍ର ବିନ୍ଦୁରେ ଅବସ୍ଥିତ ଭଗବାନ ରୁଦ୍ରନାଥଙ୍କ ଶୀତକାଳିନ ଗଦ୍ଦି ଗୋପିନାଥ ମନ୍ଦିର ଭଗବାନ ଶିବଙ୍କୁ ସମର୍ପିତ। ପୌରାଣିକ କାଳରୁ ଏହି ମନ୍ଦିର ଏହାର ନିର୍ମାଣ ଶୈଳିକୁ ନେଇ ବିଶେଷ ଆକର୍ଷଣର କେନ୍ଦ୍ର ରହି ଆସିଛି। ମାନ୍ୟତା ରହିଛି କି ନାଗର ଶୈଳିରେ ନିର୍ମିତ ଏହି ମନ୍ଦିର କସ୍ତୁରି ରାଜାଙ୍କ ଦ୍ୱାରା ନିର୍ମାଣ କରାଯାଇଛି।

Share