Categories: ଜାତୀୟ

କାହିଁକି ଭାଜପା ମୁହାଁ ହେଲେ ଚମ୍ପାଇ ସୋରେନ: ନିଜେ ଖୋଲିଦେଲେ ସବୁ ଗୁମର

ରାଞ୍ଚି,୨୯।୮: ଝାଡଖଣ୍ଡ ରାଜନୀତିରେ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଚମ୍ପାଇ କେଉଁ ଚୁକ୍ତିରେ ଭାଜପାରେ ଯୋଗ ଦେଇଛନ୍ତି, ନେଇ ଆଲୋଚନା ଚାଲିଛି। ଚମ୍ପାଇଙ୍କୁ ଭାଜପାରେ ଯୋଗଦେବାର କାରଣ ପଚରାଯାଇଥିଲା, ସେ କହିଥିଲେ ଯେ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ଦେଖିବା ପରେ ମୁଁ ଏଠାକୁ ଆସିବାକୁ ନିଷ୍ପତ୍ତି ନେଇଛି। ତେବେ ଚମ୍ପାଇ ସୋରେନ ସହ ଜଡିତ ସୂତ୍ରରୁ ଜଣାପଡିଛି,ଝାଡଖଣ୍ଡ ନିର୍ବାଚନ ପରେ ତାଙ୍କୁ ଏକ ବଡ ପଦବୀ ପାଇଁ ପ୍ରତଶ୍ରୁତି ଦିଆଯାଇଛି।
ଚମ୍ପାଇ ସୋରେନ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମାଙ୍କ ସହ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିବା ବେଳେ ଭାଜପା ରାଜ୍ୟ ସଭାପତି ବାବୁ ଲାଲ ମାର୍ଣ୍ଡି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ।
ଝାଡଖଣ୍ଡ ଭାଜପା ସହ ଜଡିତ ସୂତ୍ରରୁ ପ୍ରକାଶ ଯେ ଚମ୍ପାଇଙ୍କ ଆଗମନ ସହିତ ଦଳରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ସଂଖ୍ୟା ନିଶ୍ଚିତ ଭାବେ ବୃଦ୍ଧି ପାଇଛି। ଲୋକ ସଭା ନିର୍ବାଚନ ପରେ କେବଳ ବାବୁ ଲାଲ ମାରାଣ୍ଡିଙ୍କ ନାମ ସିଏମ ପଦବୀ ପାଇଁ ବିବାଦ ଲାଗି ରହିଥିଲା।
ଝାଡଖଣ୍ଡର ରାଜନୈତିକ ସର୍କଲରେ ମଧ୍ୟ ଏକ ଆଲୋଚନା ହେଉଛି ଯେ, ଯଦି କୌଣସି କାରଣରୁ ଚମ୍ପାଇ ସୋରେନ ଭବିଷ୍ୟତରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ, ତେବେ ତାଙ୍କୁ ମଧ୍ୟ ରାଜ୍ୟପାଳ କରାଯାଇପାରିବ। ତେବେ ଏପର୍ଯ୍ୟନ୍ତ ଭାଜପା କିମ୍ବା ଚମ୍ପାଇଙ୍କ ପକ୍ଷରୁ ଏ ସମ୍ପର୍କରେ କିଛି କୁହାଯାଇ ନାହିଁ।

Share