Posted inଜାତୀୟ

ଭାଜପାରେ ଯୋଗ ଦେବା ନେଇ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଲେ ଚମ୍ପାଇ ସୋରେନ, କହିଲେ ଯେଉଁଠାରେ ଥିଲୁ…

ରାଞ୍ଚି,୧୭।୮: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତା ଚମ୍ପାଇ ସୋରେନ ଭାଜପାରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଚର୍ଚ୍ଚା ଭିତରେ ସେ ମୁହଁ ଖୋଲିଛନ୍ତି। ଭାରତୀୟ ଜନତା ପାର୍ଟିରେ ଯୋଗଦେବା ନେଇ କଳ୍ପନାଜଳ୍ପନା ମଧ୍ୟରେ ସେ କହିଛନ୍ତି, କେଉଁ ଗୁଜବ ପ୍ରଚାର ହେଉଛି ସେ ସମ୍ପର୍କରେ ତାଙ୍କୁ କୌଣସି ସୂଚନା ନାହିଁ। ଶନିବାର ସେ କହିଛନ୍ତି, ଆମେ କିଛି ଜାଣି ନାହୁଁ।
ଗତ କିଛି ଦିନ ହେବ ଦିଲ୍ଲୀରେ ଭାଜପା ନେତାଙ୍କୁ ସେ ଭେଟିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ପଚରାଯିବାରୁ ସେ କହିଛନ୍ତି, ଗୁଜବ ପ୍ରଚାର ହେଉଛି କି ନାହିଁ, ଏସବୁ ବିଷୟରେ ଆମକୁ କୌଣସି ସୂଚନା ନାହିଁ। ଭାଜପାରେ ଯୋଗଦେବା ନେଇ ସେ କହିଛନ୍ତି, ଯଦି ଆମେ ଏ ସମ୍ପର୍କରେ ଖବର ଜାଣି ନାହୁଁ ତେବେ ଆମେ କିପରି ସତର ମୂଲ୍ୟାଙ୍କନ କରିବୁ ଯେ ଏହା ସତ କି ମିଛ।

କୁହାଯାଉଛି ଯେ, ଚମ୍ପାଇ ସୋରେନଙ୍କ ବ୍ୟତୀତ ପୂର୍ବତନ ବିଧାୟକ ଲୋବିନ ହେମ୍ବ୍ରମ ମଧ୍ୟ ଭାଜପାରେ ଯୋଗ ଦେଇ ପାରନ୍ତି। ଚମ୍ପାଇ ଆହୁରି କହିଛନ୍ତି, ଆମେ ଯେଉଁଠାରେ ଅଛୁ, ସେଠାରେ ହିଁ ଅଛୁ। ଗୁଜବକୁ ଖାରଜ କରିବା ପ୍ରଶ୍ନରେ ସେ କହିଛନ୍ତି , ଆମେ ନିଜେ ଜାଣି ନାହୁଁ ଆମେ କେଉଁଠାକୁ ଯାଉଛୁ ଏବଂ କେଉଁଠାକୁ ଯାଉନାହୁଁ।

କୁହାଯାଉଛି ଯେ ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବାକୁ ନେଇ ରାଗିଛନ୍ତି। ଚଳିତ ବର୍ଷ ଆରମ୍ଭରେ ଜମି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରାଯାଇଥିଲା। ଜେଲରେ ରହିବା ପରେ ଚମ୍ପାଇ ସୋରେନଙ୍କୁ ରାଜ୍ୟର କମାଣ୍ଡ ହସ୍ତାନ୍ତର କରାଯାଇଥିଲା। ପ୍ରାୟ ୫ ମାସ ପରେ, ଯେତେବେଳେ ହେମନ୍ତ ସୋରେନ ଜାମିନ ପାଇଥିଲେ ଏବଂ ବାହାରକୁ ଆସିଲେ, ସେ ପୁଣିଥରେ ସିଏମର ଆସନ ଦଖଲ କରିଥିଲେ ଏହାକୁ ନେଇ ଚମ୍ପାଇ ସୋରେନ ଅସନ୍ତୋଷ ଅଛନ୍ତି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଲ ସାର୍ଟିଫିକେଟ୍‌ ମାମଲା: ପୁଣି ଖୋଳତାଡ଼ ଆରମ୍ଭ କଲା ସିବିଆଇ

ବଲାଙ୍ଗୀର,୨୪ା୪(ବୀରେନ୍ଦ୍ର କୁମାର ଝାଙ୍କର)-୨୦୨୩ ମସିହାର ଚର୍ଚ୍ଚିତ ଜାଲ ସାର୍ଟିଫିକେଟ୍‌ ମାମଲାର ପୁନଃ ଖୋଲତାଡ ଆରମ୍ଭ କରିଛି ସିବିଆଇ ଟିମ୍‌। ସିବିଆଇର ଏକ ଟିମ୍‌ ବଲାଙ୍ଗୀରରେ ପହଞ୍ଚି...

Pahalgam Terror Attack: ସରକାର ମାନିଲେ ସୁରକ୍ଷାରେ ହୋଇଛି ତ୍ରୁଟି, ରିଜିଜୁ କହିଲେ…

ନୂଆଦିଲ୍ଲୀ,୨୪।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସମସ୍ତ...

ଆରମ୍ଭ ହେଲା କବାଡ଼ି ପ୍ରମିୟର ଲିଗ୍‌: ସାମିଲ ହେଲେ ୧୨ ଦଳ

ସମ୍ବଲପୁର,୨୪ା୪(ବି.ଶଙ୍କର): ସମ୍ବଲପୁର କବାଡ଼ି କ୍ଲବ ଓ ସମ୍ବଲପୁର ବଏଜ ମିଳିତ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ସମ୍ବଲପୁର କବାଡ଼ି ପ୍ରିମିୟର ଲିଗ(ଏସ୍‌କେପିଏଲ) ଗୁରୁବାର ରାତିରେ ଗଙ୍ଗାଧର ମୁକ୍ତ...

ଆକ୍ରମଣ ପାଇଁ ପ୍ରସ୍ତୁତ ହେଲଣି ଭାତୀୟ ବାୟୁସେନା? ଆକାଶରେ ଗର୍ଜିଲା ସୁଖୋଇ Su-30, ରାଫେଲ

ନୂଆଦିଲ୍ଲୀ,୨୪।୪: ପାକିସ୍ତାନ ପ୍ରାୟୋଜିତ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତର ପ୍ରତିକ୍ରିୟା କଠୋର ଏବଂ ଆକ୍ରମଣାତ୍ମକ ହେବାରେ ଲାଗିଛି। ଭାରତୀୟ ବାୟୁସେନା ‘Aakraman’ ଅଭ୍ୟାସ ଆରମ୍ଭ...

ଛାତ୍ରୀଛାତ୍ର ପାଳିଲେ ଧରିତ୍ରୀ ଦିବସ: ପ୍ଲାଷ୍ଟିକମୁକ୍ତ ପରିବେଶକୁ ଗୁରୁତ୍ବ

ବରଗଡ଼,୨୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟ, ରୁଚିଦାରେ ବୁଧବାର ଧରିତ୍ରୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର...

ରଶି ଲଗାଇ ଜୀବନ ହାରିଲେ ନାବାଳିକା: ଗର୍ଭବତୀ ଥିବା ସନ୍ଦେହ

ପଡିଆ,୨୪ା୪ (ଭାସ୍କର ରାଓ): ରଶି ଲଗାଇ ଜଣେ ନାବାଳିକା ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଏମଭି ୭୯...

ବିନା ଅନୁମତିରେ ଗଛ କଟାକୁ ନେଇ ଅସନ୍ତୋଷ

ନନ୍ଦପୁର,୨୪ା୪(ତୁଷାର କାନ୍ତ ମହାନ୍ତି)- ନନ୍ଦପୁର-ଲମତାପୁଟ ପୂର୍ତ୍ତବିଭାଗ ରାସ୍ତା କଡ଼ରୁ ବିନା ଅନୁମତିରେ ଗଛ କଟାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ବନମାଳୀପୁଟ...

ଜଙ୍ଗଲରେ ନିଆଁ: ଆୟତ୍ତ କଲେ ସ୍ବେଚ୍ଛାସେବୀ, ବନ କର୍ମଚାରୀ

ବରଗଡ଼,୨୪।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ସହର ଉପକଣ୍ଠ ତୁରୁଙ୍ଗା – ବଗେଇବିରା ଗ୍ରାମ୍ୟ ଜଙ୍ଗଲରେ ଗୁରୁବାର ସନ୍ଧ୍ୟାରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ବୈଷ୍ଣୋଦେବୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image