Posted inଜାତୀୟ

ଚମ୍ପାଇ ସୋରେନଙ୍କୁ ସରକାର ଗଠନ ପାଇଁ ମିଳିଲାନି ନିମନ୍ତ୍ରଣ

ରାଞ୍ଚି,୧।୨: ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଗୁରୁବାର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟିଥିଲେ। ଏହି ସମୟ ମଧ୍ୟରେ ସେ ପୁଣିଥରେ ରାଜ୍ୟରେ ସରକାର ଗଠନ ପାଇଁ ଦାବି କରିଥିଲେ। ସେ ୪୩ ବିଧାୟକଙ୍କ ସମର୍ଥନ ଭିଡିଓ ମଧ୍ୟ ଦେଖାଇଛନ୍ତି। ତଥାପି ରାଜ୍ୟପାଳ ତାଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିନାହାଁନ୍ତି। ଏହି ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ ବୋଲି ରାଜ୍ୟପାଳ କହିଛନ୍ତି। ସୂଚନାନୁସାରେ, ସରକାର ଗଠନ ପାଇଁ ତାଙ୍କ ଦାବିକୁ ବିଚାର କରିବା ପରେ ରାଜ୍ୟପାଳ ତାଙ୍କୁ ଡାକିବାର ଆଶ୍ୱାସନା ଦେଇଛନ୍ତି।
ରାଜ୍ୟପାଳଙ୍କୁ ଭେଟିବା ପରେ ଚମ୍ପାଇ ସୋରେନ କହିଛନ୍ତି ଯେ ଆମେ ପୁଣିଥରେ ସରକାର ଗଠନ ପାଇଁ ଦାବି କରିଛୁ।
ଜେଏମଏମ ବିଧାୟକ ଦଳର ନେତା ଚମ୍ପାଇ ସୋରେନ ବୈଠକ ପରେ କହିଛନ୍ତି ଯେ ନୂତନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେବା ଉଚିତ ବୋଲି ଆମେ ରାଜ୍ୟପାଳଙ୍କ ଠାରୁ ଦାବି କରିଛୁ। ଏହି ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ ବୋଲି ରାଜ୍ୟପାଳ ମଧ୍ୟ ଆମକୁ ଆଶ୍ୱାସନା ଦେଇଛନ୍ତି। ବର୍ତ୍ତମାନ ଆମେ ରିପୋର୍ଟ ଦାଖଲ କରିଛୁ। ସେ କହିଛନ୍ତି ଯେ ଆମର ସମର୍ଥନରେ ୪୩ଜଣ ବିଧାୟକ ଅଛନ୍ତି। ଆମେ ଆଶା କରୁଛୁ ଏହି ସଂଖ୍ୟା ୪୬-୪୭ ରେ ପହଞ୍ଚିବ ତେଣୁ କୌଣସି ଅସୁବିଧା ନାହିଁ । ଆମର ‘ସହଯୋଗୀତା’ ବହୁତ ଶକ୍ତିଶାଳୀ।
ରାଜ୍ୟପାଳଙ୍କୁ ଭେଟିବା ପାଇଁ ଚମ୍ପାଇଙ୍କ ସହ ଆସିଥିବା ନେତାଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ଦଳ ନେତା ଆଲମଗିର ଆଲାମ, ଆରଜେଡି ବିଧାୟକ ସତ୍ୟାନନ୍ଦ ଭୋକତା, ସିପିଆଇ-ଏମଏଲ ବିଧାୟକ ବିନୋଦ ସିଂ ଏବଂ ବିଧାୟକ ପ୍ରଦୀପ ଯାଦବ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଏସ୍ କଲ୍, ମେସେଜ ପାଇଁ ସ୍ବତନ୍ତ୍ର ପ୍ଲାନ ଆଣିବାକୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୩ା୧୨: ଟେଲିକମ୍ ରେଗୁଲେଟର ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ସୋମବାର ଶୁଳ୍କ ନିୟମରେ ସଂଶୋଧନ କରିଛି। ଏହା ଅଧୀନରେ ମୋବାଇଲ୍ ସେବା ପ୍ରଦାନକାରୀ...

ବଢ଼ିଲା ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଡୁଆ, ପୁଣି ପୋଲିସ ନିକଟରେ ହାଜର ହେବାକୁ ନୋଟିସ

ହାଇଦ୍ରାବାଦ,୨୩ା୧୨: ହାଇଦ୍ରାବାଦ ପୋଲିସ ସନ୍ଧ୍ୟା ଥିଏଟର ଦଳାଚକଟା ଘଟଣାରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ନୂଆ ସମନ ଜାରି କରିଛି ହାଇଦ୍ରାବାଦ ଚିକ୍କଡପଲ୍ଲୀ ପୋଲିସ। ଘଟଣା ସମ୍ପର୍କରେ...

କୋର୍ଟରେ ବିଚାରପତିଙ୍କୁ ଚପଲ ଫିଙ୍ଗିଲେ ହତ୍ୟା ଅଭିଯୁକ୍ତ

ଠାଣେ,୨୩ା୧୨: ମହାରାଷ୍ଟ୍ର ଠାଣେ ଜିଲାର ଏକ ସେସନ୍ସ କୋର୍ଟରେ ଶନିବାର ଅପରାହ୍ନରେ ଶୁଣାଣି ବେଳେ ଜଣେ ୨୨ ବର୍ଷୀୟ ହତ୍ୟା ଅଭିଯୁକ୍ତ ବିଚାରପତିଙ୍କ ଉପରକୁ ଚପଲ...

କଟକଣା ହଟାଇଲେ କେନ୍ଦ୍ର ସରକାର: ଫେଲ୍‌ ହେଲେ ପରବର୍ତ୍ତୀ ଶ୍ରେଶୀକୁ ଯାଇ ପାରିବେ ନାହିଁ

ନୂଆଦିଲ୍ଲୀ,୨୩।୧୨: ଶିକ୍ଷାର ମାନ ବୃଦ୍ଧି ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଥିଲା ବେଳେ ସୋମବାର ଆଉ ଏକ ନିୟମକୁ କଡ଼ାକଡ଼ି କରିଛନ୍ତି। ଏଣିକି ପଞ୍ଚମ...

ଭତ୍ତା ପାଉଛନ୍ତି ଅଭିନେତ୍ରୀ ସନ୍ନି ଲିଓନି! ପୂରା ଖବର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୩।୧୨: ଭତ୍ତା ପାଉଛନ୍ତି ଅଭିନେତ୍ରୀ ସନ୍ନି ଲିଓନି । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଛତିଶଗଡ଼ରୁ ଆସିଛି ଏଭଳି ଏକ ସଂଗୀନ ଅଭିଯୋଗ...

ଭାଜପାରେ ସାମିଲ ହେବେ ଛଗନ ଭୁଜବଳ? ଫଡନାଭିସଙ୍କୁ ଭେଟିବା ପଛରେ କ’ଣ ରହିଛି ରହସ୍ୟ ଜାଣନ୍ତୁ

ମୁମ୍ବାଇ,୨୩।୧୨: ମହାରାଷ୍ଟ୍ରରେ ମନ୍ତ୍ରଣାଳୟ ବିଭାଜନ ପରେ ମଧ୍ୟ ରାଜନନୈତିକ ଅସ୍ଥିରତା ଚରମ ସୀମାରେ ରହିଛି। କୌଣସି ବିଭାଗ ନ ପାଇ କ୍ରୋଧିତ ଏନସିପି ନେତା ଛଗନ...

ସଂସଦରେ ଠେଲାପେଲା ଘଟଣା: ଭାଜପାର ଦୁଇ ଏମ୍‌ପିଙ୍କୁ ହସ୍ପିଟାଲରୁ ମିଳିଲା ଛୁଟି

ନୂଆଦିଲ୍ଲୀ,୨୩।୧୨: ସଂସଦ କମ୍ପ୍ଲେକ୍ସରେ ବିରୋଧୀ ଓ ଏନଡିଏ ସଦସ୍ୟଙ୍କ ମଧ୍ୟରେ ନିକଟରେ ଝଗଡା ହୋଇଥିଲା। ଏହି ସମୟରେ ଦୁଇ ଭାଜପା ଏମପି ପ୍ରତାପ ଷଡଙ୍ଗୀ ଏବଂ...

ଆରଏସ୍‌ଏସ୍‌ ଆମର ଶାସକ ନୁହେଁ, ସଂଘ ମୁଖ୍ୟଙ୍କୁ ରାମଭଦ୍ରାଚାର୍ଯ୍ୟଙ୍କ ବାର୍ତ୍ତା

ନୂଆଦିଲ୍ଲୀ, ୨୩।୧୨: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭଗବତ ନିକଟରେ କହିଥିଲେ ଯେ କେତେକ ଲୋକ ଅନୁଭବ କରୁଛନ୍ତି ଯେ ସେମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri