Categories: ଜାତୀୟ

ଜେଏମ୍‌ଏମ୍‌ ଛାଡ଼ିବେ ଚମ୍ପାଇ ସୋରେନ୍‌

ରାଞ୍ଚତ୍,୧୯ା୮(ପି.ଟି.): ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍‌ଏମ୍‌)ର ବରିଷ୍ଠ ନେତା ଚମ୍ପାଇ ସୋରେନ୍‌ ଦଳ ଛାଡ଼ିବା ନେଇ ରବିବାର ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ସେ ଅତ୍ୟନ୍ତ ଅପମାନଜନକ ଅନୁଭୂତି ପାଇଛନ୍ତି, ଯାହା ତାଙ୍କୁ ବିକଳ୍ପ ପଥ ବାଛିବା ପାଇଁ ବାଧ୍ୟ କରିଥିବା ଚମ୍ପାଇ କହିଛନ୍ତି। ସେ ଭାଜପାରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବାବେଳେ ଦିଲ୍ଲୀରେ ପହଞ୍ଚତ୍ବା ପରେ ସୋସିଆଲ ମିଡିଆ ଆକାଉଣ୍ଟରେ ଉପରୋକ୍ତ ମନ୍ତବ୍ୟ ପୋଷ୍ଟ କରିଛନ୍ତି।
ତାଙ୍କୁ ନ ଜଣାଇ ଜୁଲାଇରେ ତାଙ୍କର ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ଦଳର ନେତୃତ୍ୱ ବାତିଲ କରିଦେଇଥିଲେ। ଜଣେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଅନ୍ୟ ଜଣେ ବାତିଲ କରିବାଠାରୁ ଗଣତନ୍ତ୍ରରେ ବଡ଼ ଅପମାନ କିଛି ନ ଥାଇପାରେ ବୋଲି ଚମ୍ପାଇ କହିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ବିଧାୟକ ଦଳ ବୈଠକ ଡାକିବା ତାଙ୍କ କ୍ଷମତାଧୀନ ହୋଇଥିବାବେଳେ ବୈଠକ ସମ୍ପର୍କରେ ତାଙ୍କ ପାଖରେ କୌଣସି ଖବର ନ ଥିଲା। ଉକ୍ତ ବୈଠକରେ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା ଏବଂ କ୍ଷମତା ଲୋଭ ନ ଥିବାରୁ ସେ ପଦ ଛାଡ଼ିଥିଲେ। ତାଙ୍କ ଆତ୍ମସମ୍ମାନକୁ ଏହା ଗଭୀର ଭାବେ ଆଘାତ ଦେଇଥିଲା ବୋଲି ଚମ୍ପାଇ କହିଛନ୍ତି। ସେଦିନ ସେ ବିଧାୟକ ଦଳ ବୈଠକରେ କହିଥିଲେ, ଆଜିଠାରୁ ତାଙ୍କ ଜୀବନରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ଆତ୍ମସମୀକ୍ଷା ପରେ ସେ ତାଙ୍କ ଭବିଷ୍ୟତ କ୍ୟାରିୟର ସମ୍ପର୍କରେ ୩ଟି ବିକଳ୍ପ ବାଛିଛନ୍ତି। ପ୍ରଥମ ହେଲା ସେ ରାଜନୀତିରୁ ଅବସର ନେବେ ଏବଂ ଦ୍ୱିତୀୟରେ ନିଜସ୍ବ ସଂଗଠନ ଗଢ଼ିବେ। ଉପଯୁକ୍ତ ସହଯୋଗୀ ପାଇଲେ, ତାଙ୍କ ସହ ଆଗକୁ ବଢ଼ିବେ ବୋଲି ଚମ୍ପାଇ କହିଛନ୍ତି। ଆଗାମୀ ଝାଡ଼ଖଣ୍ଡ ନିର୍ବାଚନ ପର୍ଯ୍ୟନ୍ତ ତାଙ୍କର ବିକଳ୍ପ ଖୋଲା ରହିଥିବା ଉକ୍ତ ପୋଷ୍ଟରେ ଲେଖିଛନ୍ତି। ସୂଚନାଯୋଗ୍ୟ, ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନ୍‌ ଗିରଫ ହେବା ପରେ ୬୭ ବର୍ଷୀୟ ଚମ୍ପାଇ ଗତ ଫେବୃଆରୀ ୨ରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଓ ଜୁଲାଇ ୩ରେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା।

Share