Categories: ଜାତୀୟ

ଚମ୍ପାଇ ସୋରେନଙ୍କ ଅଲଗା ପାର୍ଟି କରିବା ଦ୍ୱାରା ଭାଜପାକୁ ବଡ଼ ଫାଇଦା! ଝାଡଖଣ୍ଡ ନିର୍ବାଚନରେ ୧୪ସିଟ୍‌ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ଗତ ୩ଦିନ ଧରି ଏକ ବିଳାସପୂର୍ଣ୍ଣ ହୋଟେଲରେ କ୍ୟାମେରା ୟୁନିଟ୍ସ ପ୍ରସ୍ତୁତ ଅଛନ୍ତି। ସମସ୍ତେ ଝାଡଖଣ୍ଡର ପୂର୍ବତନ ସିଏମ ଚମ୍ପାଇ ସୋରେନଙ୍କ ଏକ ଝଲକକୁ ନିଜ କ୍ୟାମେରାରେ କଏଦ କରିବାକୁ ଚାହୁଁଛନ୍ତି। ଆଶା କରାଯାଉଥିଲା କି, କେନ୍ଦ୍ରୀୟ ଗୃହମନ୍ତ୍ରୀ ଓ ଭାଜପା ଶୀର୍ଷ ନେତୃତ୍ୱଙ୍କ ସହିତ ତାଙ୍କର ବୈଠକ ହେବ। କିନ୍ତୁ ଚମ୍ପାଇ ସୋରେନ ଭାଜପାର କୌଣସି ଶୀର୍ଷ ନେତୃତ୍ୱଙ୍କ ସହ ବୈଠକ ନ କରି ଦିଲ୍ଲୀ ଚାଲି ଯାଇଥିଲେ। ଆଉ ଏମିତି ବି କୁହାଯାଇପାରେ କି, ତାଙ୍କର କୌଣସି ବୈଠକକୁ ସାର୍ବଜନୀକ ରୂପେ ଚର୍ଚ୍ଚା ହୋଇ ନ ଥିଲା।

ଚମ୍ପାଇ ସୋରେନ ଝାଡଖଣ୍ଡର ନିଜ ନିର୍ବାଚନମଣ୍ଡଳୀ ସରାୟକେଲା ପହଞ୍ଚିବା ପରେ ନୂଆ ରାଜନୈତିକ ପାର୍ଟି କରିବାର ଘୋଷଣା କରିଥିଲେ। ଏଥିସହ ସେ ଏହି ରାଜନୈତିକ ଯାତ୍ରାରେ ଯେକୌଣସି ରାଜନୈତିକ ପାର୍ଟି ସହ ହାତ ମିଳାଇବେ ବୋଲି କହିଥିଲେ।
ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଝାଡଖଣ୍ଡର ପୂର୍ବ ସିଏମ ଖୁବ୍‌ଶୀଘ୍ର ନିଜର ମେଣ୍ଟ ସରକାର ଗଠନ କରିବାକୁ ଯାଉଛନ୍ତି। ଚମ୍ପାଇ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାକୁ ଫେରିବାର ଆଉ କୌଣସି ବାଟ ଦିଶୁନାହିଁ। କୁହାଯାଉଛି କି, ଜେଏମଏମର ଶୀର୍ଷ ନେତା ଏବେ ଚମ୍ପାଇଙ୍କ ଶତ୍ରୁ ହୋଇଯାଇଛନ୍ତି। ହେଲେ ସେ ନିଜର ନୂଆ ଦଳ ପାଇଁ ଜେଏମଏମକୁ ଭାଙ୍ଗିବେ ନାହିଁ। ଏହାପରେ ବି, ଜେଏମଏମର କିଛି ନେତା ଚମ୍ପାଇଙ୍କ ସହ ଯୋଗାଯୋଗରେ ଅଛନ୍ତି। ଦାଗୀ ବିଧାୟକ ଚମରା ଲିଣ୍ଡାଙ୍କ ପରି ନେତା ନୂଆ ଦଳରେ ଯୋଗ ଦେଇ ପାରନ୍ତି।

ତେବେ ଚମ୍ପାଇଙ୍କ ଏହି ନିଷ୍ପତ୍ତି ପରେ କୁହାଯାଉଛି ଯେ, ଏହି ମାମଲାରେ ଭାଜପା ପାଇଁ ସବୁଠାରୁ ଭଲ ବିକଳ୍ପ କ’ଣ? ଝାଡଖଣ୍ଡର ପୂର୍ବତନ ସିଏମଙ୍କୁ ଭାଜପାରେ ସାମିଲ୍‌ କରିବା ନା ନୂଆ ସଂଗଠନ ତିଆରି କରିବା? ଚର୍ଚ୍ଚା ହେଉଛି କି, ଚମ୍ପାଇଙ୍କ ନେତୃତ୍ୱରେ ନୂଆ ରାଜନୈତିକ ସଂଗଠନ ଗଠନ ହେବା ପରେ ଭାଜପାକୁ ଫାଇଦା ମିଳିବ। ଭାଜପା ୨୦୨୪ରେ ଝାଡଖଣ୍ଡ ନିର୍ବାଚନରେ ନୂଆ ଦଳ ସହ ମେଣ୍ଟ ଗଠନ କରିପାରେ।

Share