Categories: ଜାତୀୟ

ଧାମିଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୩।୬: ଉତ୍ତରାଖଣ୍ଡର ଚମ୍ପାୱାତ ବିଧାନସଭା ଉପ-ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ରେକର୍ଡ ୫୪ ହଜାର ୧୨୧ ଭୋଟ ବ୍ୟବଧାନରେ ଜିତିଛନ୍ତି। ସେ କଂଗ୍ରେସ ପ୍ରାର୍ଥୀ ନିର୍ମଳା ଗେହତୋଡିଙ୍କୁ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧାମିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍‌ କରି ଲେଖିଛନ୍ତି, ଚମ୍ପାୱାତରୁ ରେକର୍ଡ ବିଜୟ ହାସଲ ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ। ମୁଁ ନିଶ୍ଚିତ ଯେ ଉତ୍ତରାଖଣ୍ଡର ଅଗ୍ରଗତି ପାଇଁ ଧାମି ଆହୁରି କଠିନ ପରିଶ୍ରମ କରିବେ। ଭାଜପାର ଲୋକଙ୍କୁ ଧନ୍ୟବାଦ ଦେଉଛି। କାରଣ ସେମାନେ ଭାଜପା ଉପରେ ବିଶ୍ୱାସ ରଖିଛନ୍ତି ଏବଂ ଆମର କର୍ମୀମାନେ କଠିନ ପରିଶ୍ରମ କରିଛନ୍ତି।
ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ ପୁଷ୍କର ସିଂ ଧାମି ଚମ୍ପାୱତ ବିଧାନସଭା ଆସନରୁ ଜିତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଏଥି ସହ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହି ବିଜୟ ପାଇଁ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ମୁଁ ଚମ୍ପାୱାତ ଲୋକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି।
ସୂଚନାଯୋଗ୍ୟ, ଫେବୃଆରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପା ଉତ୍ତରାଖଣ୍ଡ ବିଧାନସଭାରେ ୭୦ଟି ଆସନ ମଧ୍ୟରୁ ୪୭ଟି ଜିତି ରାଜ୍ୟରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଜୟ ହାସଲ କରିଥିଲା। କିନ୍ତୁ ବିଜୟର ନେତୃତ୍ୱ ନେଇଥିବା ଧାମି ଖାତିମା ଆସନରୁ ହାରିଯାଇଥିଲେ। କିନ୍ତୁ ଭାଜପା ପୁଣି ଥରେ ଧାମିଙ୍କୁ ମୁଖ୍ୟମନ୍ତ୍ରୀ କରାଇଥିଲା। ତେବେ, ଧାମିଙ୍କୁ ୬ ମାସ ମଧ୍ୟରେ ଗୃହର ସଦସ୍ୟ ଭାବରେ ନିର୍ବାଚିତ ହେବା ଏକ ସାମ୍ବିଧାନିକ ବାଧ୍ୟତାମୂଳକ ଏବଂ ସେଥିପାଇଁ ତାଙ୍କୁ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡିଥିଲା।

Share