Categories: ଖେଳ

ଦୁର୍ଘଟଣାରେ ଚାମ୍ପିୟନ ଇଥାନ ବୟେଜଙ୍କ ପରଲୋକ

ସାନ୍‌ ଫାନ୍‌ସିସ୍‌କୋ, ୯ା୪: ସାନ୍‌ ଫ୍ରାନ୍‌ସିସ୍କୋ ନ୍ୟାଶନାଲ ପାର୍କ ନିକଟରେ ଏକ କାର୍‌ ଧକ୍କାରେ ସାଇକ୍ଲିଷ୍ଟ ଇଥାନ ବୟେଜଙ୍କ ପରଲୋକ ହୋଇଯାଇଛି। ତାଙ୍କୁ ୪୪ବର୍ଷ ବୟସ ହୋଇଥିଲା। ସେ ସାଇକେଲ ଚଳାଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟଛି। ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଇଥାନ ତାଙ୍କ କ୍ୟାରିୟରରେ ଅନେକ ସଫଳତା ହାସଲ କରିଛନ୍ତି। ୨୦୧୫ରେ ସେ ୧,୦୦୦ ମିଟର ଟାଇମ୍‌ ଟ୍ରାଏଲ୍‌ରେ ରେକର୍ଡ ସୃଷ୍ଟି କରିଥିଲେ। ସେ ୧୦ଥର ଜାତୀୟ ଚାମ୍ପିୟନ ଥିଲେ। ତାଙ୍କ ଦେହାନ୍ତରେ ଆମେରିକାନ୍‌ ଟ୍ରାକ୍‌ ସାଇକ୍ଲିଂ କମ୍ୟୁନିଟି ଶୋକ ପ୍ରକାଶ କରିଛି। ଏନେଇ ୟୁଏସ୍‌ ପାର୍କ ପୋଲିସ ତଦନ୍ତ ଚଳାଇଛି।

Share