![](https://www.dharitri.com/wp-content/uploads/2024/06/2-32.jpg)
ନୂଆଦିଲ୍ଲୀ,୩୦ା୬: ବିଶ୍ୱ ବିଜୟୀ ଭାରତୀୟ କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତୀୟ କ୍ରିକେଟ ଦଳର ଏହି ଅଦ୍ଭୂତପୂର୍ବ ବିଜୟରେ ୧୪୦ କୋଟି ଭାରତୀୟଙ୍କ ତରଫରୁ ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ବୋଲି ସେ କହିଛନ୍ତି। ଭାରତୀୟ ଖେଳାଳିଙ୍କ ଉପଲବ୍ଧିରେ ଦେଶର କୋଣ ଅନୁକୋଣରେ ପ୍ରତ୍ୟେକ ବ୍ୟକ୍ତି ଗର୍ବିତ। ୨୦ ଦେଶ ଅଂଶଗ୍ରହଣ କରିଥିବା ଟୁର୍ନାମେଣ୍ଟରେ ଗୋଟିଏ ବି ମ୍ୟାଚ୍ ନ ହାରି ଚାମ୍ପିୟନ ହେବା ଆମ ପାଇଁ ଅତ୍ୟନ୍ତ ଗର୍ବର ମୂହୂର୍ତ୍ତ ବୋଲି ସେ କହିଛନ୍ତି।