Posted inଖେଳ

Champions Trophy ସେମିଫାଇନାଲରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ-ଟିମ୍‌ ଇଣ୍ଡିଆ, ସମୀକରଣ କିଛି ଏଭଳି…

ନୂଆଦିଲ୍ଲୀ,୧।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ ରବିବାର ଭାରତ-ନ୍ୟୁଜିଲାଣ୍ଡୁ ମୁକାବିଲା ସହ ସମାପ୍ତ ହେବ। ଏହାପରେ ମାର୍ଚ୍ଚ ୪ରେ ପ୍ରଥମ ଏବଂ ମାର୍ଚ୍ଚ ୫ରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ। ହେଲେ ଏଯାବତ ସେମିଫାଇନାଲକୁ କେବଳ ୩ ଦଳ ଯାଇଛନ୍ତି। ଏଥିରେ ଭାରତ, ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ସାମିଲ ଅଛି। ଆଜି ଅର୍ଥାତ ଶନିବାର ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ମଧ୍ୟରେ ମୁକାବିଲାର ଫଳାଫଳ ଆସିବା ପରେ ସେମିଫାଇନାଲ ପାଇଁ ଚତୁର୍ଥ ଟିମ୍‌ ସ୍ପଷ୍ଟ ହୋଇଯିବ। ହେଲେ ଭାରତୀୟ ପ୍ରଶଂସକ ଭାରତର କାହାସହ ମୁକାବିଲା ହେବ ତାହା ଜାରିବାକୁ ଉତ୍ସୁକ ଅଛନ୍ତି। ଏନେଇ ଆଧିକାରୀକ ଘୋଷଣା ହେବା ବାକି ଥିବା ବେଳେ ଭାରତ ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହୋଇପାରେ। ଏମିତିରେ ପ୍ରଶଂସକ ହାଇଭୋଲ୍ଟେଜ୍‌ ମୁକାବିଲାକୁ ଅପେକ୍ଷା କରି ରହିଛନ୍ତି।

ଗ୍ରୁପ୍‌ ‘ଏ’ରୁ ଦୁଇ ଟିମ୍‌ ପାକିସ୍ତାନ ଏବଂ ବାଲାଂଦେଶ ବାଦୁ ପଡ଼ିଛନ୍ତି। ଭାରତ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ପହଞ୍ଚିଛନ୍ତି। ସେହିଭଳି ଗ୍ରୁପ୍‌ ବିରୁ ଏବେ ମାତ୍ର ଗୋଟିଏ ଟିମ୍‌ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡ ଟିମ୍‌ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିଛି।

ଇଂଲଣ୍ଡକୁ ହରାଇବା ପରେ ଦକ୍ଷିଣ ଆଫ୍ରିକା ୫ ପଏଣ୍ଟ ପାଇବ। ଏବେ ଦଳ ୩ ପଏଣ୍ଟ ପାଇଛି। ଏମିତିରେ ୪ ପଏଣ୍ଟ ସହ ଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନକୁ ଆସିବ। ଭାରତ-ନ୍ୟୁଜିଲାଣ୍ଡ ୪ ପଏଣ୍ଟରେ ରହିଉନ୍ତି। ଅନ୍ତିମ ଗ୍ରୁପ୍‌ ଷ୍ଟେଜ୍‌ ମୁକାବିଲାରେ ଯଦି ଭାରତ ଜିତିଯାଏ ତେବେ ଦଳ ୬ ପଏଣ୍ଟ ସହ ପ୍ରଥମ ସ୍ଥାନରେ ପହଞ୍ଚିବ। ଗ୍ରୁପ୍‌ ଏ ର ଟପ୍ପର ଟିମ୍‌ ଗ୍ରୁପ୍‌ ବିର ନମ୍ବର ୨ ଟିମ୍‌ ସହ ମୁହାଁମୁହିଁ ହେବ। ଏମିତିରେ ଭାରତ ଏବଂ ଅଷ୍ଟ୍ରେଲିଆ ମାର୍ଚ୍ଚ ୪ରେ ଦୁବାଇରେ ପ୍ରଥମ ସେମିଫାଇନାଲ ମୁକାବିଲା ଖେଳିପାରନ୍ତି।

ଯଦି ସମୀକରଣକୁ ହିସାବ କରାଯାଏ ତେବେ ଦ୍ୱିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟକ୍କର ହେବ। ମାର୍ଚ୍ଚ ୫ରେ ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ। ଯଦି ଟିମ୍‌ ଇଣ୍ଡିଆ ଫାଇନାଲରେ ପ୍ରବେଶ କରେ ତେବେ ଏହି ମୁକାବିଲା ଦୁବାଇରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜଗଦ୍ଦେବଙ୍କ ବିସ୍ଫୋରକ ବୟାନ, ନବୀନଙ୍କୁ ହଟାଇବାକୁ…ରାଜନୀତିରେ ଚହଳ

ଭୁବନେଶ୍ୱର,୧୬।୪: ବିଜେଡିକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏପରିକି ଦଳକୁ ନେଇ ଖୋଦ୍‌ ବିଜେଡି ନେତା ମଧ୍ୟ ବିଭିନ୍ନ ବୟାନବାଜି କରୁଛନ୍ତି। ଏଥିସହ ଦଳ...

ଜାତୀୟ ରାଜପଥ କଡ଼ରେ ପଡ଼ିଛି ୨ ଅପରିଚିତ ଯୁବକଙ୍କ ମୃତଦେହ, ପରିଚୟ ଖୋଜୁଛି ପୋଲିସ

ବଲାଙ୍ଗୀର, ୧୬।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହର ମଠଖାଇ ଜଙ୍ଗଲ ସନ୍ନିକଟ ବଲାଙ୍ଗୀର-ଦେଓଗାଁ ୨୬ ନଂ ଜାତୀୟ ରାଜପଥ କଡ଼ରୁ ଦୁଇଜଣ ଅପରିଚିତ ଯୁବକଙ୍କ ମୃତଦେହକୁ...

ଛତିଶଗଡ଼ ଚାଲାଣ ହୋଇଛନ୍ତି ବଲାଙ୍ଗୀରର ନବଜାତ ଶିଶୁ

ବଲାଙ୍ଗୀର, ୧୬।୪(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ଜିଲା ମୁରିବାହାଲ ଥାନା କର୍ଲା ଗାଁରୁ ଏକ ନବଜାତ ଶିଶୁକନ୍ୟାକୁ ଚାଲାଣ କରାଯାଉଥିବା ଜଣାପଡ଼ିବା ପରେ ପୁଣିଥରେ ହଇଚଇ...

ନିଜ ଛଳନା ଜାଲରେ ଫସିଗଲା ପାକିସ୍ତାନ: ଜୟଶଙ୍କର

ନୂଆଦିଲ୍ଲୀ,୧୬।୪: ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଘେରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ସେ କହିଛନ୍ତି, ପାକିସ୍ତାନ ନିଜ ଛଳନା ଜାଲରେ ଫସି ଯାଇଛି। ପାକିସ୍ତାନ ତାଲିବାନ...

ଗୋଆରେ ଓଡ଼ିଆ ଯୁବକଙ୍କୁ ହତ୍ୟା

ରାଇଆ(ଗୋଆ)/ ଜୁନାଗଡ଼(ଉତ୍ତମ ଦାସ),୧୬।୪: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଗୌଡ଼ଛେଣ୍ଡିଆ ଗ୍ରାମର ଖଗେଶ୍ୱର ଶବର(୩୮) ଦିନ ମଜୁରିଆ କାମ କରିବାକୁ ଗୋଆ ଯାଇଥିଲେ। ସେଠାରେ ଏକ...

ପୂର୍ବତନ ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୪ ଗିରଫ

ଧର୍ମଶାଳା/କାଏମା,୧୬।୪(ବଟକୃଷ୍ଣ ପରିଡ଼ା/ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଆକ୍ରମଣ ଘଟଣାରେ ପୋଲିସ ମଙ୍ଗଳବାର ୪ ଜଣଙ୍କୁ ଗିରଫ କରିଛି।...

Tariff War:ଚାଇନା ଉପରେ ୨୪୫% ଟାରିଫ୍‌ ଲଗାଇବାକୁ ଘୋଷଣା କଲା ଆମେରିକା

ଓ୍ବାଶିଂଟନ,୧୬।୪: ଚାଇନା ଏବଂ ଆମେରିକା ମଧ୍ୟରେ ଟାରିଫ୍‌ ଓ୍ବାର୍‌ ଥମିବାର ନାଁ ଧରୁନି। ବୁଧବାର ହ୍ବାଇଟ ହାଉସ ଦ୍ୱାରା ଜାରି ଏକ ଦଲିଲରେ କୁହାଯାଇଛି,ଆମେରିକା ବିରୋଧରେ...

ନାମାଙ୍କନ ଭରିବେ ନବୀନ: ପୁଣି ହେବେ ସଭାପତି

ଭୁବନେଶ୍ୱର,୧୬।୪: କାଲି ନାମାଙ୍କନ ଭରିବେ ନବୀନ। ବିଜେଡି ସଭାପତି ପଦ ପାଇଁ ପୁଣି ନାମାଙ୍କନ ଭରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୯ ତାରିଖରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image