ଏସବୁ ଗୁଣକୁ କାଢ଼ି ଫୋପାଡି ଦେଲେ ରାତାରାତି ହୋଇଯିବେ…

ମହାନ ଆଚାର୍ଯ୍ୟ ତଥା ପଣ୍ଡିତ ଚାଣକ୍ୟଙ୍କ ନୀତିଶାସ୍ତ୍ର ବିଭିନ୍ନ ବିଷୟ ଉପରେ ପ୍ରଚାର କରିବା ସହିତ ସଠିକ୍‌ ମାର୍ଗଦର୍ଶନ କରାଇଥାଏ। ସେ ବ୍ୟକ୍ତିଗତ ହେଉ କି ସାମାଜିକ ଏବଂ ରାଜନୈତିକ ଜୀବନ ପାଇଁ ଚାଣକ୍ୟଙ୍କ ନୀତି ମାର୍ଗଦର୍ଶନ କରିଥାଏ। ଏହି ନୀତିଶାସ୍ତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ରହିଛି, ଯାହା ଜଣେ ବ୍ୟକ୍ତିଙ୍କୁ ସଫଳତା ଆଡ଼କୁ ନେଇଥାଏ। ନୀତିଶାସ୍ତ୍ରରେ ଏପରି କିଛି ଅଭ୍ୟାସ ବିଷୟରେ ଚାଣକ୍ୟ କହିଛନ୍ତି, ଯେଉଁଥିପାଇଁ ଜଣେ ବ୍ୟକ୍ତି ଧିରେ ଧିରେ ଗରିବ ହୋଇଯାଏ। ସେଥିପାଇଁ ଏହି ଖରାପ ଅଭ୍ୟାସଗୁଡ଼ିକୁ ପରିତ୍ୟାଗ କରାଯିବା ଉଚିତ।

ଚାଣକ୍ୟଙ୍କ ଅନୁଯାୟୀ, ଯେଉଁମାନେ ପରିଷ୍କାର ପୋଷାକ ପିନ୍ଧନ୍ତି ନାହିଁ କିମ୍ବା ସେମାନଙ୍କ ଚାରିପାଖରେ ଅପରିଷ୍କାର ପରିବେଶ ରଖନ୍ତି, ଏହିପରି ଲୋକମାନେ ସର୍ବଦା ଦାରିଦ୍ର୍ୟ ଜୀବନଯାପନ କରନ୍ତି। ସେଥିପାଇଁ ଏହି ଖରାପ ଅଭ୍ୟାସଗୁଡ଼ିକୁ ପରିତ୍ୟାଗ କରାଯିବା ଉଚିତ।

ଚାଣକ୍ୟ କହିଛନ୍ତି, ଯେଉଁମାନେ ବହୁତ କଠୋର ବା କଟୁ କଥା କୁହନ୍ତି, ମା’ ଲକ୍ଷ୍ମୀ ମଧ୍ୟ ସେମାନଙ୍କ ଉପରେ କଦାପି ସନ୍ତୁଷ୍ଟ ନୁହନ୍ତି। ସେଥିପାଇଁ ତିକ୍ତ କହିବାର ଅଭ୍ୟାସ ତୁରନ୍ତ ପରିତ୍ୟାଗ କରାଯିବା ଉଚିତ ଏବଂ ସର୍ବଦା ମଧୁର କଥା କହିବା ଉଚିତ। କଟୁ କଥା ହେତୁ ଜଣେ ବ୍ୟକ୍ତିର ସମ୍ପର୍କ ନଷ୍ଟ ହୋଇଯାଏ ଏବଂ ସେ ମଧ୍ୟ ଗରିବ ହୋଇଯାଏ।

ଯେଉଁମାନେ ସୂର୍ଯ୍ୟାସ୍ତ ପରେ ଶୋଇଥା’ନ୍ତି, ସେମାନେ ସର୍ବଦା ଗରିବ ରୁହନ୍ତି। ମା’ ଲକ୍ଷ୍ମୀ ଏହି ସମୟରେ ଶୋଇଥିବା ଲୋକମାନଙ୍କ ଉପରେ କେବେ ବି ଆଶୀର୍ବାଦ କରନ୍ତି ନାହିଁ। ସେଥିପାଇଁ ଭୁଲରେ ମଧ୍ୟ ସୂର୍ଯ୍ୟାସ୍ତ ପରେ ଶୋଇବା ଉଚିତ ନୁହେଁ।

ଯଦି ଜୀବନରେ ସଫଳ ହେବାକୁ ଚାହୁଁଛନ୍ତି, ସର୍ବପ୍ରଥମେ ଅଳସପଣ ପରିତ୍ୟାଗ କରିବାକୁ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ପରାମର୍ଶ ଦେଇଛନ୍ତି। ସେହିପରି ଅଯଥା ଖର୍ଚ୍ଚ ଜଣେ ବ୍ୟକ୍ତିଙ୍କୁ ଗରିବ କରିଦେଇଥାଏ। ଯଦି ତୁମେ ତୁମର ଖର୍ଚ୍ଚକୁ ଆୟ ଅନୁଯାୟୀ ଖର୍ଚ୍ଚ ନ କର ତେବେ ଗରିବ ହେବା ହିଁ ସାର ହେବ। ପ୍ରଥମେ ଖର୍ଚ୍ଚ ପାଇଁ ଯୋଜନା ପ୍ରସ୍ତୁତ କର। ଆବଶ୍ୟକତା ଅନୁଯାୟୀ ଚିହ୍ନଟ କରି ଖର୍ଚ୍ଚ କରିବାକୁ ଚାଣକ୍ୟ ପରାମର୍ଶ ଦେଇଛନ୍ତି। ତେବେ ଯାଇ ଜଣେ ବ୍ୟକ୍ତିଙ୍କ ଗରିବୀ ଦୂର ହୋଇପାରିବ।

 


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ଖାଲି ପେଟରେ କାହିଁକି ଖାଆନ୍ତି ଗ୍ୟାସ ବଟିକା?

ଅଧିକ ଖାଇ ଦେଲେ ଗ୍ୟାସ ହୁଏ , କିଛି ନ ଖାଇଲେ ବି ଗ୍ୟାସ ହୁଏ କାହିଁକି ? ଶୁଣନ୍ତୁ ଏନେଇ କଣ କହୁଛନ୍ତି ଡାକ୍ତର।

ସନ୍ତୁଳିତ ରହିବ ଡାଇବେଟିସ୍‌

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟିଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଡାଇବେଟିସ୍‌ ଯଦି ଜଟିଳ ଆକାର ଧାରଣ କରେ ଏବଂ...

କୃତ୍ରିମ ରକ୍ତ

ପିଟ୍ସବର୍ଗ ମେଡିକାଲ ୟୁନିଭରସିଟିର ରୋଗୀ ରକ୍ତ ପରିଚାଳନା କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଜୋନାଥନ ୱାଟର୍ସ ଗତ ଏକ ଦଶନ୍ଧି ମଧ୍ୟରେ ଏହାକୁ ବ୍ୟବହାର କରି ଅନେକ ରୋଗୀଙ୍କ...

ଉପାଦେୟ ଅଶୋକ ପୁଷ୍ପ

ରାମାୟଣରେ ବର୍ଣ୍ଣିତ ହୋଇଛି ଯେ, ରାବଣ ସୀତାଙ୍କୁ ଚୋରାଇ ନେଇ ଲଙ୍କାର ଅଶୋକ ବନରେ ବନ୍ଦୀ କରି ରଖିଥିଲା। ଅଶୋକ ବୃକ୍ଷ ମୂଳରେ ବସି ସୀତା...

ନିୟମିତ ଦହି ଖାଉଥିଲେ…

ଦହି ପ୍ରାକୃତିକ ଭାବେ ହେଉଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ଉପଯୋଗୀ। ଏଥିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ...

କନ୍ଦମୂଳ ଖାଉଥିଲେ…

ଆମ ଭିତରୁ ଅନେକେ କନ୍ଦମୂଳ ଖାଇବାକୁ ବହୁତ ଭଲ ପାଇଥାନ୍ତି। ଏହା ଖାଇବାକୁ ଯେମିତି ସୁସ୍ବାଦୁ ଲାଗେ ସେମିତି ଶରୀର ପାଇଁ ବେଶ୍‌ ଉପକାରୀ ମଧ୍ୟ...

ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଚାହୁଁଥିଲେ…

କୁହାଯାଏ, ବାସ୍ତୁ ଅନୁଯାୟୀ ପିଲାମାନଙ୍କ ରୁମ୍‌ ହୋଇଥିଲେ ସେମାନଙ୍କୁ ଭଲ ନିଦ ହେବା ସହ ସେମାନଙ୍କ ସ୍ମରଣ ଶକ୍ତି ପ୍ରଖର ହୋଇଥାଏ। ଏଥିସହିତ ପାଠପଢା ପାଇଁ...

ଏମିତି ଝିଅଙ୍କୁ ଭୁଲ୍‌ରେ କରନ୍ତୁ ନାହିଁ ବିବାହ: ରାତାରାତି ବିଗିଡ଼ିଯିବ …

ବିବାହ ପାଇଁ ଭଲ ଝିଅ ଖୋଜିବା ସହଜ କଥା ନୁହେଁ। ଆଜିର ସମୟରେ ଅଧିକାଂଶ ପୁଅ ସୌନ୍ଦର୍ଯ୍ୟ ଦେଖିବା ପରେ ଝିଅକୁ ବିବାହ କରିବାକୁ ରାଜି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri