ଅନ୍ୟ ଉପରେ ସହଜରେ ବିଶ୍ୱାସ କରୁଛନ୍ତି କି? ମନେରଖନ୍ତୁ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ବିଷୟରେ ଉଲ୍ଲେଖ କରାଯାଇଛି। ଏହାକୁ ମାନିଲେ ଯେକେହି ସଫଳ ଏବଂ ସୁଖୀ ଜୀବନ ଅତିବାହିତ କରିପାରିବ। ସେଭଳି ଗୋଟିଏ ବିଷୟ ହେଲା ବିଶ୍ୱାସ।
ଚାଣକ୍ୟ କୁହନ୍ତି କାହା ଉପରେ ବିଶ୍ୱାସ କରିବା ପୂର୍ବରୁ ତାଙ୍କୁ ପରଖି ନେବା ଉଚିତ। କାରଣ ଏହାଦ୍ୱାରା ଭବିଷ୍ୟତରେ ପ୍ରତାରିତ ହେବାରୁ ନିଜକୁ ରକ୍ଷା କରିହେବ। ତେବେ ଏଥିପାଇଁ ନିମ୍ନଲିଖିତ ବିଷୟରେ ଧ୍ୟାନ ରଖିବା ଉଚିତ।

ଚାଣକ୍ୟ ଏହି ଶ୍ଲୋକରେ କହିଛନ୍ତି, ଶୁଦ୍ଧ ସୁନାକୁ ପରଖିବା ପାଇଁ ଯେପରି ଘଷିବା, କାଟିବା, ନିଆଁରେ ତତାଇବା ଏବଂ ହାତୁଡ଼ି ପାହାର ଖାଇବାକୁ ପଡ଼ିଥାଏ, ସେହିଭଳି କୌଣସି ବ୍ୟକ୍ତିକୁ ପରଖିବା ପାଇଁ ତ୍ୟାଗ, ଗୁଣ, କର୍ମ ଏବଂ ଚରିତ୍ର ଭଳି ଚାରୋଟି କଥାକୁ ଧ୍ୟାନ ଦେବା ଉଚିତ।

-ତ୍ୟାଗର ଭାବନା: କୌଣସି ବ୍ୟକ୍ତି ଉପରେ ବିଶ୍ୱାସ କରିବା ପୂର୍ବରୁ ସେ ଅନ୍ୟପାଇଁ ତ୍ୟାଗ କରିଛନ୍ତି କି ନାହିଁ ଜାଣି ନିଅନ୍ତୁ। ଯଦି କେହି ଅନ୍ୟର ସୁଖ ପାଇଁ ନିଜର ସୁଖକୁ ତ୍ୟାଗ କରେ ତେବେ ସେଭଳି ବ୍ୟକ୍ତି ବିଶ୍ୱାସଯୋଗ୍ୟ

-ଚରିତ୍ର:ଯେଉଁ ଲୋକର ଚରିତ୍ର ଭଲ ସେ ଅନ୍ୟ ବିଷୟରେ କେବେହେଲେ ଖରାପ କଥା ଚିନ୍ତା କରନ୍ତି ନାହିଁ। ଏଭଳି ଲୋକ ଉପରେ ବିଶ୍ୱାସ କରିହୁଏ। ଅପରପକ୍ଷେ ଅନ୍ୟ ବିଷୟରେ ଖରାପ କଥା କହୁଥିବା ବ୍ୟକ୍ତିଙ୍କୁ ବିଶ୍ୱାସ କରିବା ଉଚିତ ନୁହେଁ।

-ଗୁଣର ତୁଳନା: ଯେଉଁ ଲୋକଙ୍କ ମଧ୍ୟରେ କ୍ରୋଧ, ଆଳସ୍ୟ, ସ୍ବାର୍ଥ, ମିଥ୍ୟା ଏବଂ ଅହଙ୍କାର ଭଳି ଅବଗୁଣ ଥାଏ, ତାଙ୍କ ଉପରେ ବିଶ୍ୱାସ କରିବା ଉଚିତ ନୁହେଁ। ଯେଉଁଲୋକ ଶାନ୍ତ ସ୍ବଭାବର ଏବଂ ସତ୍ୟର ପଥରେ ଚାଲିଥାଏ ତାଙ୍କର ବିଶ୍ୱାସ କରନ୍ତୁ।

-କର୍ମକୁ ପରଖିବା: ଯେଉଁ ଲୋକ ନିଜ ସ୍ବାର୍ଥ ପାଇଁ କାହାକୁ ପ୍ରତାରିତ କରିପାରେ। ଲୋଭୀ ସ୍ବଭାବର ଏବଂ ମିଛ କହି ଧନ କମାଇଥାଏ, ସେଭଳି ଲୋକଙ୍କ ଉପରେ ଭରସା କରିବା ଉଚିତ ନୁହେଁ। ଏଣୁ କେବଳ ଭଲ କର୍ମ କରୁଥିବା ବ୍ୟକ୍ତିଙ୍କୁ ବିଶ୍ୱାସ କରିବା ଉଚିତ।

 


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି କଫି କ୍ରେଜ୍‌

ଦୁନିଆର ସବୁଠାରୁ ଲୋକପ୍ରିୟ ପାନୀୟ ମଧ୍ୟରୁ କଫି ଅନ୍ୟତମ। କଫି ପ୍ରେମୀମାନେ ଦୁନିଆର ପ୍ରତ୍ୟେକ କୋଣରେ ଦେଖିବାକୁ ମିଳେ। ଭାରତ ଭଳି ଦେଶରେ କଫି ଏବଂ...

ରକ୍ତ ଦାନ, ମହତ କାମ: ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ଆଗେଇ ଆସନ୍ତୁ

ରକ୍ତ ଦାନ ହେଉଛି ଏକ ମହତ କାମ। କାରଣ ରକ୍ତ ଦାନ କରି ଜଣେ ଅନ୍ୟ ଜଣଙ୍କର ଜୀବନ ରକ୍ଷା କରିପାରିବେ। ପ୍ରତିବର୍ଷ ଅକ୍ଟୋବର ୧ରେ...

ଚିନାବାଦାମ ଖାଉଥିଲେ

ଚିନାବାଦାମ ଖାଇବା ଅନେକଙ୍କର ପସନ୍ଦ। ତେବେ ଭଜା ଚିନାବାଦାମ ତୁଳନାରେ ସିଝା ଚିନାବାଦାମ ଖାଇଲେ ଶରୀରକୁ ଅନେକ ଉପକାର ମିଳିଥାଏ। ପ୍ରଥମତଃ ଭଜା ଚିନାବାଦାମ ତୁଳନାରେ...

ଫଟୋ ବି ବଦଳାଇପାରେ ଭାଗ୍ୟ: ଜାଣନ୍ତୁ କେମିତି…

ପ୍ରତ୍ୟେକ ବ୍ୟକ୍ତିଙ୍କର ସମସ୍ୟା ଭିନ୍ନ ଭିନ୍ନ ହୋଇଥାଏ। କାହାର ଚାକିରିକୁ ନେଇ ଟେନ୍‌ସନ୍‌ ରହିଥାଏ ତ କାହାର ବିଜ୍‌ନେସ୍‌କୁ ନେଇ। ପୁଣି କିଏ ପଇସାପତ୍ର ପାଇଁ...

ଟେନ୍‌ସନ୍‌ରେ ରହୁଛନ୍ତି କି? ଦେଖାଦେଇପାରେ ଏହି ବଡ଼ ସମସ୍ୟା…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ନିଜ ଜୀବନଶୈଳୀ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ଦରକାର। କାରଣ ନିଜକୁ ସୁସ୍ଥ ରଖିବା ପଛରେ ଏହା ଅନେକାଂଶରେ ସାହାଯ୍ୟ କରିଥାଏ।...

ସୁସ୍ଥ ହୃତ୍‌ପିଣ୍ଡ, ନୀରୋଗ ଶରୀର

ମଣିଷ ଶରୀରରେ ହୃତ୍‌ପିଣ୍ଡ ମୁଖ୍ୟତଃ ଏକ ମାଂସପେଶୀୟ ଅଙ୍ଗ। ଏହାର ଆକାର ହାତର ମୁଠା ସହ ପ୍ରାୟ ସମାନ। ଓଜନ ୨୫୦-୩୫୦ ଗ୍ରାମ୍‌, ଲମ୍ବ ୧୨...

Featured Video Play Icon

ଖାଲି ପେଟରେ କାହିଁକି ଖାଆନ୍ତି ଗ୍ୟାସ ବଟିକା?

ଅଧିକ ଖାଇ ଦେଲେ ଗ୍ୟାସ ହୁଏ , କିଛି ନ ଖାଇଲେ ବି ଗ୍ୟାସ ହୁଏ କାହିଁକି ? ଶୁଣନ୍ତୁ ଏନେଇ କଣ କହୁଛନ୍ତି ଡାକ୍ତର।

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri