ଭୁଲ୍‌ରେ ବି ଜୀବନରେ ଏହି ୩ ଲୋକଙ୍କୁ କରନ୍ତୁ ନାହିଁ ସାଥୀ: ହସଖୁସିରେ ଲାଗିବ ବ୍ରେକ୍‌, ହୋଇଯିବେ ବରବାଦ୍‌

ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନର ଅନେକ ସମସ୍ୟା ଓ ତାର ସମାଧାନ ବିଷୟରେ ବର୍ଣ୍ଣନା କରାଯାଇଛି। ଏହାକୁ ବୁଝି ଜଣେ ବ୍ୟକ୍ତି ଜୀବନକୁ ସୁଖମୟ ଏବଂ ସଫଳ କରିପାରିବେ। ଚାଣକ୍ୟ ନିଜ ଜୀବନର ଅନୁଭବକୁ ନୀତିଶାସ୍ତ୍ରରେ ଶ୍ଳୋକ ମାଧ୍ୟମରେ ବର୍ଣ୍ଣନା କରିଛନ୍ତି। ସେଥିରୁ ଗୋଟିଏ ନୀତିରେ ଚାଣକ୍ୟ ଜୀବନର ରାସ୍ତାରେ ଅନେକ ଥର ଆମେ ଜାଣତରେ ହେଉ ଅବା ଅଜଣାତରେ ସାଥୀ ହୋଇଯାଉ ଯେଉଁମାନେ ସୁଖୀ ଜୀବନକୁ କିଛି ସମୟରେ ବରବାଦ କରିବାର କ୍ଷମତା ରଖିଥାନ୍ତି। ଏଭଳି ଲୋକଙ୍କ ସହ ଅକାରଣରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥାଏ। ଏଥିଲାଗି ସେଭଳି ଲୋକଙ୍କଠାରୁ ଦୂରରେ ରହିବା ଶ୍ରେୟସ୍କର।

ମୁଖ୍ୟ ଶିଷ୍ୟ: ଚାଣକ୍ୟ କୁହନ୍ତି ମନୁଷ୍ୟ ଜୀବନରେ ଗୁରୁ ଏବଂ ଶିଷ୍ୟଙ୍କ ସମ୍ପର୍କକୁ ବହୁତ ପବିତ୍ର ଏବଂ ଅତୁଟ ହୋଇଥାଏ। ଶିଷ୍ୟକୁ ନେଇ ଗୁରୁ ଏବଂ ଗୁରୁକୁ ନେଇ ଶିଷ୍ୟକୁ ଖ୍ୟାତି ମିଳିଥାଏ। ଚାଣକ୍ୟ କୁହନ୍ତି ଯଦି କୌଣସି ଗୁରୁଙ୍କୁ ମୁର୍ଖ ଶିଷ୍ୟ ମିଳିଥାଏ ତେବେ ଗୁରୁ କେତେ ବି ଯୋଗ୍ୟର ହୋଇଥାଆନ୍ତୁ ନା କାହିଁକି ମିଳିଥିବା ଖ୍ୟାତି ନଷ୍ଟ ହୋଇଯାଇଥାଏ। ଏଭଳି ଶିଷ୍ୟ ଯୋଗୁ ଗୁରୁ ଜୀବନରେ ଦୁଃଖର ପାହାଡ଼ ଭାଙ୍ଗେ। ଏମାନେ ଗୁରୁଙ୍କୁ ଲଜ୍ଜିତ କରିବା ସହ ନିଜର ମୁର୍ଖତାକୁ ନେଇ ଗୁରୁ ଜୀବନରେ ଅସୁବିଧା ସୃଷ୍ଟି କରିଥାଏ।

ଦୁଃଖୀ ଲୋକଙ୍କଠାରୁ ରୁହନ୍ତୁ ଦୂରରେ:- ଚାଣକ୍ୟ କୁହନ୍ତି ବ୍ୟକ୍ତିଟିଏ ଯଦି ଖୁସିରେ ରହିବାକୁ ଚାହୁଁଛି ତେବେ ତାକୁ ଦୁଃଖି ଲୋକଙ୍କଠାରୁ ଦୂରରେ ରହିବା ଉଚିତ। କାରଣ ଏଭଳି ଲୋକ ଚାରିଆଡେ ଦୁଃଖ ବାଣ୍ଟିଥାନ୍ତି। ଯଦି କେହି ତାଙ୍କ ସହ ରୁହନ୍ତି ତେବେ ସେ ମଧ୍ୟ ନିରାଶା କବଳିତ ହୋଇଯାଆନ୍ତି। ଦୁଃଖରେ ଜୀବନ ଅତିବାହିତ କରିଥାନ୍ତି। ଏଥିଲାଗି ଏମାନଙ୍କଠାରୁ ସର୍ବଦା ଦୂରରେ ରହିବା ଉଚିତ।

ଦୁଷ୍ଟ ମହିଳା: ଚାଣକ୍ୟ କୁହନ୍ତି ଯେଉଁଭଳି ଚରିତ୍ରବାନ, ସଂସ୍କାରୀ ଏବଂ ଶିକ୍ଷିତ ମହିଳା କୌଣସି ବି ପୁରୁଷ ଜୀବନରେ ସଫଳତା ଏବଂ ସୁଖଶାନ୍ତି ଭରି ଦେଇଥାଏ, ସେହିଭଳି ଜଣେ ଦୁଷ୍ଟ ଅବଗୁଣ ଥିବା ମହିଳା ଜୀବନ ବରବାଦ କରିଦେଇଥାଏ। ଯଦି କୌଣସି ପୁରୁଷର ସ୍ତ୍ରୀ କଳିକାଣ୍ଡେଇ ଏବଂ ଲୋଭୀ ହୋଇଥାଏ ତେବେ ଦୁନିଆର କୌଣସି ବି ସୁଖସମ୍ପତ୍ତି ତା ଜୀବନର ଦୁଃଖକୁ କମ୍‌ କରିପାରେ ନାହିଁ।