ଘରକୁ ସ୍ବର୍ଗ କରିବା ପାଇଁ ଏହି ୩ଟି କଥାକୁ ମହତ୍ତ୍ୱ ଦେଇଛନ୍ତି ଚାଣକ୍ୟ, ଜାଣନ୍ତୁ କ’ଣ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନ ବିଷୟରେ ଅନେକ କିଛି ଉଲ୍ଲେଖ କରିଛନ୍ତି। ଏହାର ଏକ ଶ୍ଳୋକରେ ଘରକୁ ସ୍ବର୍ଗ ପରି କରିବା ପାଇଁ ତିନୋଟି ଜିନିଷର ମହତ୍ତ୍ୱ ରହିଥିବା ବିଷୟରେ କହିଛନ୍ତି।

ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତି ଯେ, ଜଣେ ମଣିଷ ପରୋପକାରୀ ହେବା ଉଚିତ୍‌। ଯାହା ହୃଦୟ ଦୟାରେ ପରିପୂର୍ଣ୍ଣ, ସେମାନଙ୍କୁ କଦାପି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ନାହିଁ। ସେମାନଙ୍କ ପଥରେ ଥିବା ସମସ୍ତ ବାଧା ଆପେ ଆପେ ନଷ୍ଟ ନଷ୍ଟ ହୋଇଯାଏ। ସେମାନେ ତାଙ୍କ ପ୍ରତ୍ୟେକ ପଦକ୍ଷେପରେ ସଫଳ ହୁଅନ୍ତି। ଦୟାଳୁ ବ୍ୟକ୍ତି ଜୀବନରେ ଦୁଃଖ ନ କରି ସୁଖମୟ ଜୀବନଯାପନ କରନ୍ତି।

ଏହି ଶ୍ଳୋକରେ ଚାଣକ୍ୟ ଉପଯୁକ୍ତ ୩ଟି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ସେଗୁଡ଼ିକ ହେଲା ଗୁଣବାନ୍‌ ସ୍ତ୍ରୀ , ପୁଅ ଏବଂ ନାତି ଏହା ସହିତ ଆବଶ୍ୟକତା ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ଅର୍ଥ। ଚାଣକ୍ୟ କହିଛନ୍ତି ଯେ, ଯଦି ଜଣେ ବ୍ୟକ୍ତି ଏହି ତିନୋଟି ଜିନିଷ ପାଆନ୍ତି, ତେବେ ତାଙ୍କ ଘର ତାଙ୍କ ପାଇଁ ସ୍ବର୍ଗ ପରି ହୋଇଯିବ। ତା’ପରେ ସେ ଅନ୍ୟ କୌଣସି ସ୍ବର୍ଗ ପାଇଁ ଇଚ୍ଛା କରିବେ ନାହିଁ ।

ଏହି ଶ୍ଳୋକ ମାଧ୍ୟମରେ ଚାଣକ୍ୟ କହିଛନ୍ତି ଯେ, ପୃଥିବୀର ସମସ୍ତ ଜୀବଙ୍କ ପରି ମଣିଷ ମଧ୍ୟ ଖାଦ୍ୟ, ଭୟ, ଶୋଇବା, ଯୌନ ସମ୍ପର୍କ ତୃପ୍ତି ପାଇଁ କାର୍ଯ୍ୟ କରିଥାନ୍ତି। ଯଦି ଏହି ଦୃଷ୍ଟିକୋଣରୁ ଦେଖାଯାଏ,ଭୌତିକ ଗଠନ ବ୍ୟତୀତ ପଶୁ ଏବଂ ମଣିଷ ମଧ୍ୟରେ କୌଣସି ବିଶେଷ ପାର୍ଥକ୍ୟ ନାହିଁ, କିନ୍ତୁ କେବଳ ଆଚରଣ ପ୍ରମାଣ କରେ ଯେ ମଣିଷ ପଶୁମାନଙ୍କଠାରୁ ଶ୍ରେଷ୍ଠ ଅଟେ। ସେଥିମଧ୍ୟରୁ ଧର୍ମକାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯାହା ପାଖେ ଧାର୍ମିକ-କର୍ମ-ନୈତିକ ଗୁଣରେ ପରିପୂର୍ଣ୍ଣ, ବାସ୍ତବରେ ସେତେବେଳେ ତାଙ୍କୁ ମଣିଷ କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଖରୋଟ୍‌ ଖାଇଲେ ମିଳେ ଏସବୁ ଫାଇଦା

ଅଖରୋଟ୍‌ ଏପରି ଏକ ଶୁଖିଲା ଫଳ, ଯାହା ଏହାକୁ ଖାଇବା ଦ୍ୱାରା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଅନେକ ଲାଭ ମିଳିବ। ନିକଟରେ ହୋଇଥିବା ଏକ ଅଧ୍ୟୟନ...

କୃତ୍ରିମ ବୁଦ୍ଧିମତ୍ତା

ଯଦିଓ କୃତ୍ରିମ ବୁଦ୍ଧିମତ୍ତାର ବିକାଶର ପ୍ରାରମ୍ଭିକ ପର୍ଯ୍ୟାୟ ଆମେ ବର୍ତ୍ତମାନ ଆଣିଛୁ ତଥାପି କୃତ୍ରିମ ବୁଦ୍ଧିମତ୍ତା ମାନବ ସମାଜକୁ ଅନେକ ଉପାୟରେ ଉପକୃତ କରିବାର ସାମର୍ଥ୍ୟ...

ବ୍ରେନ୍‌ ଟ୍ୟୁମର: କାରଣ, ସତର୍କତା

ମନୁଷ୍ୟ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଲା ବ୍ରେନ୍‌ ବା ମସ୍ତିଷ୍କ। ଏହା ୨୮ଟି ଛୋଟବଡ଼ ହାଡ଼କୁ ନେଇ ଗଠିତ। ଖପୁରି ଭିତରେ ମସ୍ତିଷ୍କ ସୁରକ୍ଷିତ...

ଶେଯରେ ବସି ଖାଉଥିଲେ ନିହାତି ଜାଣନ୍ତୁ..

ପୂର୍ବେ, ଲୋକମାନେ ଭୂମି ଉପରେ ଚକା ପକାଇ ଭୋଜନ କରୁଥିଲେ। କିନ୍ତୁ ପରିବର୍ତ୍ତିତ ସମୟାନୁସାରେ ଏହାର ସ୍ଥାନ ଡାଇନିଂ ଟେବୁଲ୍‌ ନେଇଗଲା। ହେଲେ ଏବେ ବି...

ଦଶହରାରେ କ’ଣ କଲେ ହୁଏ ଶୁଭ, ଜାଣନ୍ତୁ ….

ଦଶହରାରେ ଘରକୁ ପରିଷ୍କାର ପରିଚ୍ଛନ୍ନ କରିବା ସହ ମା’ଙ୍କ କୃପା ଲଭିବାକୁ ଘରେ ଘରେ ସ୍ବତନ୍ତ୍ର ପୂଜାବିଧିର ଆୟୋଜନ କରାଯାଇଥାଏ। ତେବେ ବାସ୍ତୁଶାସ୍ତ୍ର ଅନୁସାରେ, ଏମିତି...

ଏହି ୨ ଗୁଣ ଶତ୍ରୁଙ୍କୁ କରିଦେବ ମିତ୍ର ଚାଣକ୍ୟ କହିଲେ…

ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ସମସ୍ୟା ଓ ତା’ର ନିଦାନ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଏହି ନୀତିକୁ ଆପଣାଇବା ଦ୍ୱାରା...

କଦାପି ଏହି ୪ ସ୍ବଭାବର ବ୍ୟକ୍ତିଙ୍କୁ ନିଜ ଘରକୁ ଡାକନ୍ତୁ ନାହିଁ, ପଶ୍ଚାତାପ କରିବେ; ଜାଣନ୍ତୁ ଏଭଳି କାହାକୁ କହିଛନ୍ତି ଚାଣକ୍ୟ…

କଥାରେ ଅଛି ‘ଅତିଥି ଦେବୋ ଭବଃ’। ଅର୍ଥାତ ଅତିଥି ହେଉଛନ୍ତି ଭଗବାନଙ୍କ ସ୍ବରୂପ। କୁହାଯାଏ ଯେ ଭଗବାନ ଯେକୌଣସି ସମୟରେ ଯେକୌଣସି ରୂପରେ ଆସିପାରନ୍ତି। ହିନ୍ଦୁ...

ଅନ୍ୟ ଉପରେ ସହଜରେ ବିଶ୍ୱାସ କରୁଛନ୍ତି କି? ମନେରଖନ୍ତୁ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ବିଷୟରେ ଉଲ୍ଲେଖ କରାଯାଇଛି। ଏହାକୁ ମାନିଲେ ଯେକେହି ସଫଳ ଏବଂ ସୁଖୀ ଜୀବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri