ଏହି ୨ଟି କାମ କରିବା ଦ୍ୱାରା ମଣିଷକୁ ମିଳିଥାଏ ପ୍ରକୃତ ସୁଖ-ଶାନ୍ତି; ଆପଣ ବି କରିପାରିବେ

ଭାରତର ଶ୍ରେଷ୍ଠ ବିଦ୍ୱାନମାନଙ୍କ ମଧ୍ୟରୁ ଜଣେ ହେଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ନୀତିଶାସ୍ତ୍ରରେ ସୁଖୀ ଜୀବନ ବିତାଇବା ସମ୍ପର୍କରେ ଅନେକ କଥା ଉଲ୍ଲେଖ କରିଛନ୍ତି। ତାଙ୍କ ମତରେ ମନୁଷ୍ୟ ତାର ଜୀବନରେ ବାସ୍ତବ ସୁଖକୁ ଖୋଜିବୁଲେ। ହେଲେ ଏହା ପ୍ରତ୍ୟେକ ବ୍ୟକ୍ତିର ଭାଗ୍ୟରେ ନ ଥାଏ। କୁହାଯାଏ ଖାଲି ଧନସମ୍ପତ୍ତିରୁ ସୁଖ ମିଳିପାରିବ ନାହିଁ। ସୁଖଶାନ୍ତି ବ୍ୟକ୍ତିର ମନ ଏବଂ ମସ୍କିଷ୍କ ଉପରେ ନିର୍ଭର କରେ। ଯଦି ମନ ଶାନ୍ତ ନ ଥାଏ ଏବଂ ମୁଣ୍ଡରେ ନାନାଦି ବିଷୟ ଚାଲିିଥାଏ ତେବେ ବ୍ୟକ୍ତି ନିଜ ପ୍ରତିଭାକୁ ନଷ୍ଟ କରିଦେଇଥାଏ। ଜୀବନରେ ଶାନ୍ତି ନ ଥିବାରୁ ବ୍ୟକ୍ତି ସଠିକ୍‌ ନିଷ୍ପତ୍ତି ନେଇପାରି ନ ଥାଏ। ଯଦି ଏଭଳି ସମସ୍ୟାରୁ ଦୂରେଇ ରହିବାକୁ ଚାହାନ୍ତି ତେବେ ନିମ୍ନୋକ୍ତ ଜିନିଷଗୁଡ଼ିକ ପ୍ରତି ସର୍ବଦା ଯତ୍ନବାନ ହେବା ଉଚିତ।

*ମନକୁ ନିୟନ୍ତ୍ରଣରେ ରଖନ୍ତୁ:
ଚାଣକ୍ୟଙ୍କ ମତରେ ଯେଉଁ ବ୍ୟକ୍ତିର ମନ ଅସ୍ଥିର, ସେ ସର୍ବଦା ଅସୁବିଧାରେ ପଡ଼ନ୍ତି। ଏଣୁ ମନକୁ ନିୟନ୍ତ୍ରଣରେ ରଖିବା ଉଚିତ। ଏଭଳି କରି ନ ପାରିଲେ ସୁଖ ଓ ଶାନ୍ତିକୁ ଏଣେତେଣେ ଖୋଜିବାକୁ ପଡ଼ିବ। କାରଣ ମନ ବିଚଳିତ ହେଲେ ବ୍ୟକ୍ତି ପ୍ରକୃତ ସୁଖରୁ ବଞ୍ଚିତ ହେବ। ମନକୁ ବଶୀଭୂତ କରିପାରିଥିବା ବ୍ୟକ୍ତି ହିଁ ଜୀବନରେ ସଫଳତା ଏବଂ ସୁଖଶାନ୍ତି ପାଇଥାଏ।

*ସାମାଜିକ କାର୍ଯ୍ୟରେ ଆଗ୍ରହ ରଖିବା ଉଚିତ:
ଚାଣକ୍ୟଙ୍କ ଅନୁଯାୟୀ, ଅନ୍ୟର ସେବା କରିବା ଦ୍ୱାରା ପ୍ରକୃତ ସୁଖ ମିଳିଥାଏ। ଅନ୍ୟମାନଙ୍କ ହିତ ବିଷୟରେ ଭାବିବା ମନୁଷ୍ୟର ଧର୍ମ ମଧ୍ୟ। ଏପରି କରିବାକୁ ସକ୍ଷମ ବ୍ୟକ୍ତିମାନେ ସବୁବେଳେ ସମାଜର ସେବା ଏବଂ ଜନସାଧାରଣଙ୍କ ସ୍ବାର୍ଥ ନିହିତ କାର୍ଯ୍ୟରେ ସକ୍ରିୟ ରହିବା ଉଚିତ।
ଚାଣକ୍ୟଙ୍କ ମତରେ ମାନବ ସେବାରେ ଆଗ୍ରହ ପ୍ରକାଶ କରୁଥିବା ବ୍ୟକ୍ତିଙ୍କ ଉପରେ ସର୍ବଦା ଲକ୍ଷ୍ମୀ ଓ ସରସ୍ବତୀଙ୍କ ଆଶୀର୍ବାଦ ରହିଥାଏ। ଜନକଲ୍ୟାଣ ଭାବନା ରହିଲେ ଜଣେ ବ୍ୟକ୍ତି ସମ୍ବେଦନଶୀଳ ଓ ସଚେତନ ହୋଇଥାଏ।