Advertisement

ଏଭଳି ଘରେ ବାସ କରିବାକୁ ଭଲପାଆନ୍ତି ଲକ୍ଷ୍ମୀ, ଦେଖାଯାଏ ନାହିଁ ଧନର ଅଭାବ

ମନୁଷ୍ୟ ଜୀବନରେ ଧନର ଗୁରୁତ୍ୱ ଅଧିକ। ହେଲେ ନିଜର ଭୁଲ ଯୋଗୁ ମନୁଷ୍ୟ ଏହାକୁ ହରାଇଥାଏ। ମହାନ ରାଜନୈତିଜ୍ଞ ତଥା ଅର୍ଥଶାସ୍ତ୍ରୀ ଆଚାର୍ଯ୍ୟ ଚାଣକ୍ୟ ଧନର ଦେବୀ ଲକ୍ଷ୍ମୀଙ୍କୁ ଖୁସି କରିବାକୁ ବିଭିନ୍ନ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତି। କେଉଁଭଳି ଭାବେ ଲକ୍ଷ୍ମୀ ଘରକୁ ନିଜେ ଚାଲିଆସନ୍ତିି ସେ ବିଷୟରେ ଏକ ଶ୍ଳୋକରେ ଚାଣକ୍ୟ ବର୍ଣ୍ଣନା କରିଛନ୍ତି। ଆସନ୍ତୁ ଜାଣିବା ସେ ବିଷୟରେ..

-ଚାଣକ୍ୟ କୁହନ୍ତି, ଯେଉଁଠି ମୁର୍ଖମାନଙ୍କୁ ପୂଜା କରାଯାଏ ନାହିଁ, ଯେଉଁଠି ଅନ୍ନ ଗଚ୍ଛିତ ଥାଏ, ଯେଉଁଠି ବିନା କଳହରେ ସ୍ତ୍ରୀସ୍ବାମୀ ରହିଥାନ୍ତି, ସେଭଳି ସ୍ଥାନରେ ଲକ୍ଷ୍ମୀ ନିଜେ ଆସି ବାସ କରିଥାନ୍ତି।

କହିବାକୁ ଗଲେ ଯେଉଁ ଲୋକ ମୁର୍ଖଲୋକଙ୍କ ପରିବର୍ତ୍ତେ ଗୁଣବାନ ଲୋକଙ୍କ ଆଦର ସମ୍ମାନ କରିଥାଏ, ନିଜ ଘରେ ଅନ୍ନ ସଞ୍ଚୟ କରି ରଖିଥାଏ, ଯେଉଁଠାରେ କଳହ ହୋଇ ନ ଥାଏ, ମତାନ୍ତର ହୋଇ ନ ଥାଏ, ସେସବୁ ଲୋକଙ୍କ ସମ୍ପତ୍ତି ଆପଣା ଛାଏଁ ବଢ଼ିଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel