ମନୁଷ୍ୟ ନିକଟରେ ଏହି ୨ ଗୁଣ ଥିଲେ ଶତ୍ରୁ ବି ପାଲଟିବେ ମିତ୍ର, ଏପରି କହିଛନ୍ତି ଚାଣକ୍ୟ

ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ସମସ୍ୟା ଓ ତା’ର ନିଦାନ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଏହି ନୀତିକୁ ଆପଣାଇବା ଦ୍ୱାରା ମଣିଷ ଜୀବନରେ ସଫଳତା ପାଇଥାଏ। ଏହି କ୍ରମରେ ଚାଣକ୍ୟ ଶତ୍ରୁଙ୍କୁ ମିତ୍ର କରିବାର ଦୁଇଟି ଗୁଣ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଗୁଡ଼ିକ ହେଲା ବିନମ୍ରତା, ସତ କହିବା।

ବିନମ୍ରତା: ଚାଣକ୍ୟଙ୍କ ମତରେ ବ୍ୟକ୍ତିଙ୍କୁ ସର୍ବଦା ବିନମ୍ର ହେବା ଉଚିତ। ଏଭଳି ବ୍ୟକ୍ତି ଲୋକଙ୍କ ହୃଦୟ ଜିତିଥାନ୍ତି। କାରଣ ସେ କ୍ରୋଧମୁକ୍ତ ଥାନ୍ତି। ତାଙ୍କୁ ମାନସମ୍ମାନ ମିଳି ନ ଥାଏ। ଧୌର୍ଯ୍ୟ ସହକାରେ କରାଯାଇଥିବା କାମରେ ସଫଳତା ମିଳିଥାଏ। ଏଣୁ କ୍ରୋଧ ଉପରେ ବିଜୟ ପାଇବାକୁ ବ୍ୟକ୍ତିଙ୍କୁ ବିନମ୍ର ହେବା ଉଚିତ। ଏହି ଗୁଣ ଯୋଗୁ ଶତ୍ରୁ ମଧ୍ୟ ଆପଣଙ୍କ ସାମ୍ନାରେ ମୁଣ୍ଡ ନୁଆଇଥାନ୍ତି। ଏପରିକି ନିଜ ତରଫରୁ ବନ୍ଧୁତା କରିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି।

ସତ କହିବା: ଚାଣକ୍ୟ କୁହନ୍ତି କୌଣସି ପରିସ୍ଥିତିରେ ମିଛ କହିବା ଉଚିତ ନୁହେଁ। କାରଣ ମିଛ କହିଲେ ନିଜର ପ୍ରତିଭାକୁ କ୍ଷତି ପହଞ୍ଚିଥାଏ। ଏଭଳି ବ୍ୟକ୍ତିଙ୍କୁ କେହି ସମ୍ମାନ ଦେଇ ନ ଥାନ୍ତି। ଏମାନଙ୍କଠାରୁ ଲୋକ ଦୂରରେ ରହିଥାଏ। ଏପରିକି କେହି ବିଶ୍ୱାସ କରନ୍ତି ନାହିଁ। ଏଣୁ ବ୍ୟକ୍ତିକୁ ସର୍ବଦା ମିଛଠାରୁ ଦୂରରେ ରହିବା ଉଚିତ। ଶତ୍ରୁ ମଧ୍ୟ ଏଥିରେ ପରାଜୟ ବରଣ କରନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଝିଅଙ୍କୁ ଭୁଲ୍‌ରେ କରନ୍ତୁ ନାହିଁ ବିବାହ: ରାତାରାତି ବିଗିଡ଼ିଯିବ …

ବିବାହ ପାଇଁ ଭଲ ଝିଅ ଖୋଜିବା ସହଜ କଥା ନୁହେଁ। ଆଜିର ସମୟରେ ଅଧିକାଂଶ ପୁଅ ସୌନ୍ଦର୍ଯ୍ୟ ଦେଖିବା ପରେ ଝିଅକୁ ବିବାହ କରିବାକୁ ରାଜି...

ଧନୀ ହେବାକୁ ଚାହାନ୍ତି କି? ତେବେ  ଭୁଲନ୍ତୁ ନାହିଁ ଏହି ୫ କଥା

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ଏବଂ କୁଟନୀତିଜ୍ଞ। ସେ ନିଜର ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା...

କଲରା ଖାଉଥିଲେ…

କଲରାର ସ୍ବାଦ ପିତା, ହେଲେ ଏଥିରେ ଅନେକ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା କେତେ ଲାଭପ୍ରଦ ତାହା ପ୍ରାୟ...

କୃତ୍ରିମ ରକ୍ତ

୧୬୧୬ ମସିହାରେ ୱିଲିୟମ ହାର୍ଭିଙ୍କ ଦ୍ୱାରା ରକ୍ତ ସଞ୍ଚାଳନ ପଥ ଆବିଷ୍କାର ହେବା ପରେ ଅନେକ ଗବେଷକ ଏବଂ ଡାକ୍ତର-ବୈଜ୍ଞiନିକମାନେ ବିଭିନ୍ନ ତରଳ ପଦାର୍ଥ ଯଥା...

ଓଜୋନ ସୁରକ୍ଷା, ଜୀବନ ରକ୍ଷା

ଆମ ପୃଥିବୀ ଗ୍ରହରେ ଜୀବନ ସଞ୍ଚାର ହେବା ପଛରେ ଗୋଟିଏ ପ୍ରମୁଖ କାରଣ ହେଲା ଏହାର ଊର୍ଦ୍ଧ୍ୱ ବାୟୁମଣ୍ଡଳରେ ଥିବା ଓଜୋନ ମଣ୍ଡଳ। ଏହା ମହାକାଶରୁ...

ମୁଖ ଦୁର୍ଗନ୍ଧ ହେଉଛି କି?

ଅନେକଙ୍କଠାରେ ମୁଖରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ଦେଖାଯାଇଥାଏ। ବେଳେବେଳେ ଏହି ସମସ୍ୟା ସେମାନଙ୍କୁ ଅନେକ ଅସୁବିଧାରେ ପକାଇଥାଏ। କାହା ସହ କଥା ହେଲାବେଳେ ସେମାନଙ୍କୁ ବେଶ୍‌...

ଭୁଲ୍‌ରେ ବି ଏହି ଦିନ ପାଦରୁ କାଢ଼ନ୍ତୁନି ପୁରୁଣା ଝୁଣ୍ଟିଆ

ଭାରତୀୟ ସଂସ୍କୃତିରେ ବିବାହିତା ମହିଳା ପାଦ ଆଙ୍ଗୁଠିରେ ରୁପାର ଝୁଣ୍ଟିଆ ପିନ୍ଧିବାର ପରମ୍ପରା କାହିଁ କେଉଁକାଳରୁ ଚାଲିଆସିଛି। କାରଣ ରୁପାର ସମ୍ପର୍କ କୁଆଡ଼େ ଚନ୍ଦ୍ର ଊର୍ଜା...

ଖରାପ ସମୟ ଦେଇ ଗତି କରୁଥିଲେ ନିହାତି ଜାଣନ୍ତୁ ଚାଣକ୍ୟଙ୍କ ଏହି ୩ କଥା, ମାନିଲେ….

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri