ଧନୀ ହେବାକୁ ଚାହାନ୍ତି କି? ଚାଣକ୍ୟଙ୍କ ଏହି ୪ ଉପାୟ ବଦଳାଇଦେଇପାରେ ଆପଣଙ୍କ ଭାଗ୍ୟ…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ‘ନୀତିଶାସ୍ତ୍ର’ରେ ମନୁଷ୍ୟଜୀବନ ସହ ଜଡ଼ିତ ଅନେକ ସମସ୍ୟା ଏବଂ ତାର ସମାଧାନ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରୁ କିଛି ଉପାୟ ସଫଳ ଏବଂ ଧନୀ ହେବାକୁ ନେଇ ରହିଛି। ପରିଶ୍ରମ ଏବଂ ପ୍ରତିଭା ଥିଲେ ଜଣେ ଧନୀ ହୋଇଥାଏ ବୋଲି ଚାଣକ୍ୟ କହିଛନ୍ତି।

-ପରିଶ୍ରମ ବହୁତ ଜରୁରୀ: ଚାଣକ୍ୟ କୁହନ୍ତି ମନୁଷ୍ୟକୁ ନିଜ ଲକ୍ଷ୍ୟ ପ୍ରାପ୍ତ କରିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡ଼ିବ। ଧନୀ ହେବା ଲାଗି ପରିଶ୍ରମ ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ଘରେ ବସି କେହି ରୋଜଗାର କରିପାରିବ ନାହିଁ।

-ଶୃଙ୍ଖଳିତ ଜୀବନଶୈଳୀ: ଚାଣକ୍ୟ କୁହନ୍ତି ଯଦି ଜଣେ ବ୍ୟକ୍ତି ଜୀବନରେ ସଫଳତା ସହ ଧନ ପ୍ରାପ୍ତ କରିବାକୁ ଚାହୁଁଥାନ୍ତି ତେବେ ତାଙ୍କୁ ଶୁଙ୍ଖଳିତ ହେବାକୁ ପଡ଼ିବ। ସଫଳତା କେବଳ ତାଙ୍କୁ ମିଳେ ଯିଏ ପ୍ରତିଟି କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶୃଙ୍ଖଳିତ ଭାବେ ପୂରଣ କରିଥାଏ। ଯିଏ ସମୟକୁ ଗୁରୁତ୍ୱ ଦେଇଥାଏ।

-ଆହ୍ବାନକୁ ନେଇ ବିଚଳିତ ହୁଅନ୍ତୁ ନାହିଁ: ଚାଣକ୍ୟ ନୀତିରେ ଉଲ୍ଲେଖ ରହିଛି ଯେ ସଫଳତା ପ୍ରାପ୍ତ କରିବା ପୂର୍ବରୁ ବ୍ୟକ୍ତିଙ୍କୁ ସବୁ ପ୍ରକାର ଚ୍ୟାଲେଞ୍ଜକୁ ସାମ୍ନା କରିବା ଉଚିତ। ଯିଏ ଆହ୍ବାନକୁ ସ୍ବିକାର କରି ତାର ସାମ୍ନା କରେ, ସେ ସଫଳ ହେବା ସହ ଧନୀ ହୋଇଥାଏ। ଯିଏ ଡରିଯାଏ ସେ ଅସଫଳ ହୋଇଯାଏ।

-ସମସ୍ତଙ୍କ ଭଲ ପାଇଁ ଚିନ୍ତା କରନ୍ତୁ: ଚାଣକ୍ୟ କୁହନ୍ତି ଯେଉଁ ବ୍ୟକ୍ତି ସମସ୍ତଙ୍କର ଭଲ ବିଷୟରେ ଚିନ୍ତା କରେ, ସମସ୍ତଙ୍କୁ ସାଙ୍ଗରେ ନେଇ ଜୀବନରେ ଆଗକୁ ବଢ଼ିଥାଏ, ତାଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ରହିଥାଏ। ଏଭଳି ଲୋକ ନିଜ ଜୀବନରେ ବହୁତ ଉପରକୁ ଉଠନ୍ତି। ଧନୀ ହୁଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ଦମୂଳ ଖାଉଥିଲେ…

ଆମ ଭିତରୁ ଅନେକେ କନ୍ଦମୂଳ ଖାଇବାକୁ ବହୁତ ଭଲ ପାଇଥାନ୍ତି। ଏହା ଖାଇବାକୁ ଯେମିତି ସୁସ୍ବାଦୁ ଲାଗେ ସେମିତି ଶରୀର ପାଇଁ ବେଶ୍‌ ଉପକାରୀ ମଧ୍ୟ...

ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଚାହୁଁଥିଲେ…

କୁହାଯାଏ, ବାସ୍ତୁ ଅନୁଯାୟୀ ପିଲାମାନଙ୍କ ରୁମ୍‌ ହୋଇଥିଲେ ସେମାନଙ୍କୁ ଭଲ ନିଦ ହେବା ସହ ସେମାନଙ୍କ ସ୍ମରଣ ଶକ୍ତି ପ୍ରଖର ହୋଇଥାଏ। ଏଥିସହିତ ପାଠପଢା ପାଇଁ...

ଏମିତି ଝିଅଙ୍କୁ ଭୁଲ୍‌ରେ କରନ୍ତୁ ନାହିଁ ବିବାହ: ରାତାରାତି ବିଗିଡ଼ିଯିବ …

ବିବାହ ପାଇଁ ଭଲ ଝିଅ ଖୋଜିବା ସହଜ କଥା ନୁହେଁ। ଆଜିର ସମୟରେ ଅଧିକାଂଶ ପୁଅ ସୌନ୍ଦର୍ଯ୍ୟ ଦେଖିବା ପରେ ଝିଅକୁ ବିବାହ କରିବାକୁ ରାଜି...

ଧନୀ ହେବାକୁ ଚାହାନ୍ତି କି? ତେବେ  ଭୁଲନ୍ତୁ ନାହିଁ ଏହି ୫ କଥା

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ଏବଂ କୁଟନୀତିଜ୍ଞ। ସେ ନିଜର ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା...

କଲରା ଖାଉଥିଲେ…

କଲରାର ସ୍ବାଦ ପିତା, ହେଲେ ଏଥିରେ ଅନେକ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା କେତେ ଲାଭପ୍ରଦ ତାହା ପ୍ରାୟ...

କୃତ୍ରିମ ରକ୍ତ

୧୬୧୬ ମସିହାରେ ୱିଲିୟମ ହାର୍ଭିଙ୍କ ଦ୍ୱାରା ରକ୍ତ ସଞ୍ଚାଳନ ପଥ ଆବିଷ୍କାର ହେବା ପରେ ଅନେକ ଗବେଷକ ଏବଂ ଡାକ୍ତର-ବୈଜ୍ଞiନିକମାନେ ବିଭିନ୍ନ ତରଳ ପଦାର୍ଥ ଯଥା...

ଓଜୋନ ସୁରକ୍ଷା, ଜୀବନ ରକ୍ଷା

ଆମ ପୃଥିବୀ ଗ୍ରହରେ ଜୀବନ ସଞ୍ଚାର ହେବା ପଛରେ ଗୋଟିଏ ପ୍ରମୁଖ କାରଣ ହେଲା ଏହାର ଊର୍ଦ୍ଧ୍ୱ ବାୟୁମଣ୍ଡଳରେ ଥିବା ଓଜୋନ ମଣ୍ଡଳ। ଏହା ମହାକାଶରୁ...

ମୁଖ ଦୁର୍ଗନ୍ଧ ହେଉଛି କି?

ଅନେକଙ୍କଠାରେ ମୁଖରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ଦେଖାଯାଇଥାଏ। ବେଳେବେଳେ ଏହି ସମସ୍ୟା ସେମାନଙ୍କୁ ଅନେକ ଅସୁବିଧାରେ ପକାଇଥାଏ। କାହା ସହ କଥା ହେଲାବେଳେ ସେମାନଙ୍କୁ ବେଶ୍‌...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri