ଏହି ୫ କଥା ମନେ ରଖନ୍ତୁ, ଜୀବନରେ କେବେ ହେବେ ନାହିଁ ଦରିଦ୍ର

ମନୁଷ୍ୟ ଜୀବନରେ ଧନର ବିଶେଷ ମହତ୍ୱ ରହିଛି। କାରଣ ଏହାଦ୍ୱାରା ସମସ୍ତେ ନିଜର ଇଚ୍ଛା ଏବଂ ଆବଶ୍ୟକତାକୁ ପୂରଣ କରିଥାନ୍ତି। ଏହାକୁ ନେଇ ମହାନ ବିଦ୍ୱାନ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଗ୍ରନ୍ଥରେ କୁହାଯାଇଛି ଯେ, ଧନ ହିଁ ବ୍ୟକ୍ତିର ପ୍ରକୃତ ମିତ୍ର। ଏଣୁ ସର୍ବଦା ଧନ ସଞ୍ଚୟ କରିବା ଆବଶ୍ୟକ। ଏହି ଧନ ସେତେବେଳେ କାମରେ ଆସେ, ଯେତେବେଳେ ସମସ୍ତେ ଆପଣଙ୍କଠାରୁ ଅଲଗା ହୋଇଯିବେ। ଏଣୁ ଯଦି ଜୀବନରେ କେବେ ବି ଧନକୁ ନେଇ ଅସୁବିଧାରେ ପଡ଼ିବାକୁ ଚାହାନ୍ତି ନାହିଁ ଏବଂ ଆପଣ ଧନୀ ହୁଅନ୍ତୁ, ତେବେ ଚାଣକ୍ୟ କହିଥିବା ଏସବୁ କଥାକୁ ସର୍ବଦା ମନେ ରଖନ୍ତୁ। ଶାସ୍ତ୍ର, ପୁରାଣ, ଗ୍ରନ୍ଥ ସହିତ ଚାଣକ୍ୟ ନୀତିରେ ଧନର ବିଶେଷ ମହତ୍ୱ ବିଷୟରେ କୁହାଯାଇଛି।

-ଚାଣକ୍ୟ କହିଛନ୍ତି ଧନର ରକ୍ଷା କରିବା ଲାଗି ରୋଜଗାରକୁ ଖର୍ଚ୍ଚ କରିବା ଉଚିତ। ଖର୍ଚ୍ଚର ଅର୍ଥ ଦାନ ଧର୍ମରେ। କାରଣ ଦାନ କରିବା ଦ୍ୱାରା ଧନ କମ୍‌ ହୁଏ ନାହିଁ, ବରଂ ଦୁଇଗୁଣା ହୋଇଥାଏ। ଏହାଛଡ଼ା ସଞ୍ଚୟ କରିବା ମଧ୍ୟ ଆବଶ୍ୟକ। ଫଳରେ ଭବିଷ୍ୟତରେ କେବେ କାହା ଆଗରେ ହାତପାତିବାକୁ ପଡ଼ି ନ ଥାଏ।

-ନୈତିକତା ଏବଂ ଭଲ କର୍ମରେ ଆୟ କରିଥିବା ଧନ ଦୀର୍ଘଦିନ ଧରି ମଣିଷ ସହ ରହିଥାଏ। ଆମଦାନୀ କମ୍‌ ହେଲେ ବି ଯଦି ପରିଶ୍ରମ କରିଥିବେ ତେବେ ଏହାର ଫଳ ନିଜ ସହ ପରିବାକୁ ମଧ୍ୟ ମିଳିଥାଏ। ଏଣୁ ପରିଶ୍ରମ ସହ ସୁଖଶାନ୍ତି ମଧ୍ୟ ବହୁତ ଜରୁରୀ। ଯେମିତି ମିଛର ବୟସ ଲମ୍ବା ନୁହେଁ। ସେମିତି ଅନୈତିକ ଉପାୟରେ କରିଥିବା ରୋଜଗାର ପାଖରେ ରୁହେ ନାହିଁ। ଏହାପରେ ସେ ନିଜେ ବୁଡ଼ି ଯାଇଥାନ୍ତି, ଏପରିକି ପରିବାର ମଧ୍ୟ ବାଦ୍‌ ପଡ଼ନ୍ତି ନାହିଁ। ଏଣୁ ସର୍ବଦା ପରିଶ୍ରମ ଏବଂ ସଚ୍ଚୋଟତା ସହ ରୋଜଗାର କରନ୍ତୁ।

-ଧନର ଦେବୀ ମହାଲକ୍ଷ୍ମୀ ଚଞ୍ଚଳା। ଏଣୁ ଯିଏ ବି ଧନର ଅହଂଙ୍କାର କରନ୍ତି ସେ କାଙ୍ଗାଳ ହୋଇଯାଇଥାନ୍ତି। ଏପରି କୁହାଯାଏ ଯେ ସଂସ୍କାରରୁ ସବୁକିଛି ଜିତିହୁଏ। ହେଲେ ଅହଙ୍କାରରୁ ଜିତିଥିବା ଧନ ମଧ୍ୟ ହାତରୁ ଚାଲିଯାଏ। ଏଣୁ ଧନର ସମ୍ମାନ କଲେ ଲକ୍ଷ୍ମୀଙ୍କ କୃପା ମିଳିଥାଏ।

-ଭୁଲ ଉପାୟରେ ଅର୍ଜିତ ଧନ ପାଖରେ ରହି ନଥାଏ। ଦିନ ଆସେ ତାହା ଅଡୁଆରେ ପକାଇଥାଏ। ଏଣୁ ଦୀର୍ଘ ସମୟ ଧରି କେବଳ ପରିଶ୍ରମର ଟଙ୍କା ପାଖରେ ରହିଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ଉପଚାର ଦ୍ୱାରା ରୂପଚର୍ଯ୍ୟା

ଗ୍ରୀକ୍‌, ଇଜିପ୍ଟରେ ବହୁ ବର୍ଷ ପୂର୍ବେ ସୌନ୍ଦର୍ଯ୍ୟକୁ ନେଇ ମଧ୍ୟ ଲୋକେ ବେଶ୍‌ ସଜାଗ ରହୁଥିଲେ ବୋଲି ଇତିହାସରେ ବର୍ଣ୍ଣନା କରା ଯାଇଛି । ଜାଣନ୍ତୁ...

ଅନେକ ରୋଗର ମହୋଷଧି ରସୁଣ

ରସୁଣ ଖାଇବାର ଲାଭ ଅନେକ। ଆୟୁର୍ବେଦରେ ରସୁଣକୁ ମହୌଷଧି ଭାବେ ବିବେଚିତ କରାଯାଇଛି। କୁହାଯାଏ, କୌଣସି ନା କୌଣସି ରୂପରେ ରସୁଣକୁ ଡାଏଟ ପ୍ଲାନରେ ସାମିଲ...

ପେଟ କମାଏ ଗୋଲମରିଚ

ଆମ ରୋଷେଇ ଘରେ ମିଳୁଥିବା ଅନେକ ପ୍ରକାରର ମସଲା ଆମକୁ ନିରୋଗ ରଖିବାରେ ସହାୟ ହୋଇଥାଏ। ହେଲେ ଏହାର ବ୍ୟବହାର ସମ୍ପର୍କରେ ଅନେକ ସମୟରେ ଆମେ...

କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ

ମଣିଷ ଶରୀରରୁ ବିଷାକ୍ତ ପଦାର୍ଥକୁ ମୁତ୍ର ଆକାରରେ ବାହାର କରିବା ଏବଂ ରକ୍ତକୁ ପରିସ୍କାର କରିବାରେ ମୁଖ୍ୟ ଭୂମିକା ବହନ କରିଥାଏ ବୃକକ୍‌ ବା କିଡ୍‌ନୀ।...

ଅସ୍ଥିକୁ ଶକ୍ତ କରେ ଖଜୁରି

ଖଜୁରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ ଯଦି ଜଣେ ବ୍ୟକ୍ତି ନିୟମିତ ଖଜୁରି ଖାଆନ୍ତି ତେବେ...

ଯକ୍ଷ୍ମାକୁ ନିର୍ମୂଳ କରିବା ସମ୍ଭବ

ଯକ୍ଷ୍ମା ରୋଗ ବା ଟ୍ୟୁବରକ୍ୟୁଲୋସିସ (ଟିବି) ଗୋଟିଏ ଅତି ସଂକ୍ରାମକ ରୋଗ। ପୃଥିବୀର ପ୍ରଥମ ୧୦ଟି ମାରକ ରୋଗ ମଧ୍ୟରେ ଯକ୍ଷ୍ମା ଅନ୍ୟତମ। ଏହି ରୋଗଟି...

ବାସିଭାତ ଖାଇଲେ ଶରୀରକୁ କ’ଣ ମିଳିଥାଏ? ଜାଣି ରଖନ୍ତୁ…

ପ୍ରତ୍ୟେକ ଭାରତୀୟଙ୍କ ଘରେ ସାଧାରଣତଃ ବାସିଭାତ ଖିଆଯାଇଥାଏ। ତଥାପି ଏହାକୁ ଖାଇବାର ଲାଭ ଏବଂ କ୍ଷତି ଉଭୟ ହୋଇପାରେ। ଏହା ଭାତକୁ କିପରି ଏବଂ କେତେ...

ଭୁଲ୍‌ରେ ବି କାହାଠାରୁ ଉଧାର ମାଗି ବ୍ୟବହାର କରନ୍ତୁ ନାହିଁ ଏସବୁ, ହୋଇଯିବେ ଦରିଦ୍ର…

ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ବହୁତ ଗୁରୁତ୍ୱ ଅଛି। ବାସ୍ତୁ ଶାସ୍ତ୍ରରେ, କେବଳ ଦିଗନିର୍ଦ୍ଦେଶର ଗୁରୁତ୍ୱକୁ ବିସ୍ତାରିତ ଭାବରେ ବୁଝାଯାଇ ନାହିଁ, ବରଂ ବ୍ୟକ୍ତିର ଦୈନନ୍ଦିନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image