Categories: ଖେଳ

ଅଶ୍ୱିନ ଇନ୍‌, ଓ୍ବାଶିଂଟନ ସୁନ୍ଦର ଆଉଟ୍‌

ମୋହାଲି,୨୨।୯: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତୀୟ ଟିମ୍‌ ୫ ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇଛି। ଋତୁରାଜ ଗାୟକଓ୍ବାଡ, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ରବିଚନ୍ଦ୍ରନ ଅଶ୍ୱିନ ଏବଂ ମହମ୍ମଦ ଶାମି ଦଳକୁ ଫେରିଥିବା ବେଳେ ଓ୍ବାଶିଂଟନ ସୁନ୍ଦର ଦଳରୁ ବାଦ୍‌ ପଡ଼ିଛନ୍ତି। ତେବେ ବିଶ୍ୱକପ୍‌ ପୂର୍ବରୁ ଏହି ଖେଳାଳିମାନଙ୍କୁ ଦଳରେ ସୁଯୋଗ ମିଳିବା ବହୁତ ଗୁରୁତ୍ୱ ବହନ କରୁଛି। ପ୍ରଦର୍ଶନ ଅନୁଯାୟୀ ସେମାନଙ୍କୁ ବିଶ୍ୱକପ୍‌ ଟିମ୍‌ରେ ସୁଯୋଗ ମିଳିପାରେ ବୋଲି କୁହାଯାଉଛି।

ଭାରତ ଏକାଦଶ: ଶୁଭମନ ଗିଲ, ଋତୁରାଜ ଗାୟକଓ୍ବାଡ, ଶ୍ରେୟାସ ଆୟର, କେଏଲ୍‌ ରାହୁଲ(ଅଧିନାୟକ), ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଶାର୍ଦ୍ଦୁଳ ଠାକୁର, ଜସପ୍ରିତ ବୁମ୍‌ରା, ମହମ୍ମଦ ଶାମି

କ’ଣ ରହିଛି ମୋହାଲି ଷ୍ଟାଡିୟରେ ରେକର୍ଡ:
ଉଭୟ ଟିମ୍‌ ମଧ୍ୟରେ ମୋହାଲିର ପଞ୍ଜାବ କ୍ରିକେଟ ଆସୋସିଏଶନ ଆଇଏସ୍‌ ବିନ୍ଦ୍ରା ଷ୍ଟାଡିୟମରେ ଦିନିକିଆ ଫର୍ମାଟରେ ୫ ଥର ମୁକାବିଲା ହୋଇଛି। ଏଥିରେ ଭାରତ ଗୋଟିଏରେ ବିଜେତା ହୋଇଥିବା ବେଳେ ୪ ମ୍ୟାଚ୍‌ରେ ପରାଜିତ ହୋଇଛି।

Share