ଭୁବନେଶ୍ୱର,୧୧ା୧୧(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଟ୍ରପ୍ ଲାଇନ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆକାଶ ମେଘାଚ୍ଛନ୍ନ ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଓ ପୁରୀ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ଅନ୍ୟାନ୍ୟ ଭାଗରେ ପାଗ ମୁଖ୍ୟତଃ ଶୁଖିଲା ରହିବ।
ମେଘୁଆ ପାଗ ଯୋଗୁ ଆସନ୍ତା ଦୁଇଦିନ ଥଣ୍ଡା କମ୍ ରିହିବ। ୧୫ ତାରିଖ ପରେ ରାଜ୍ୟରେ ଶୀତର ପ୍ରକୋପ ପୁଣି ବଢିବ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୋନପୁରରେ ସର୍ବନିମ୍ନ ତାପମାତ୍ରା ୯.୨ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡି ୯.୫, ଫୁଲବାଣୀ ୯.୮, ଅନୁଗୋଳ ୧୦.୮, କୋରାପୁଟ ୧୦.୬, ଭବାନୀପାଟଣା ୧୧ , ତାଳଚେର ୧୪.୩, କେନ୍ଦୁଝର ୧୪ , ଝାରସୁଗୁଡା ୧୪.୪, ମାଲକାନଗିରି ୧୫.୫, ବୌଦ୍ଧ ୧୬.୫, କଟକ ୧୬.୪ ଏବଂ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୭.୪ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି।