ପ୍ରବଳ ବର୍ଷା ସମ୍ଭାବନା: ଏହି ତାରିଖରୁ ବଦଳିବ ପାଗ

ଭୁବନେଶ୍ୱର,୨୭ା୯(ଅନୁରାଧା ମହାରଣା):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଗୁରୁବାର ପ୍ରବଳ ବର୍ଷା ହୋଇଛି। ଶୁକ୍ରବାର ମଧ୍ୟ କେତେକ ଜିଲାରେ ପ୍ରଳବ ବର୍ଷା ହେବା ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ଶୁକ୍ରବାର ଓଡ଼ିଶାର ଅଧିକାଂଶ ଜିଲାରେ ବର୍ଷା ହୋଇପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ସମେତ ୨୨ ଜିଲାର ବିଭିନ୍ନ ସ୍ଥାନରେ ୭ରୁ ୧୧ ସେ.ମି. ପର୍ଯ୍ୟନ୍ତ ବର୍ଷା ହେବାକୁ ଥିବାରୁ ସମ୍ପୃକ୍ତ ଜିଲାଗୁଡ଼ିକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଶନିବାରଠାରୁ ରାଜ୍ୟ ପାଣିପାଗରେ ପରିବର୍ତ୍ତନ ଆସିପାରେ। ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ଜିଲାରେ ବର୍ଷା ହେବା ଆଶଙ୍କା ଥିଲେ ମଧ୍ୟ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସତର୍କ ସୂଚନା ଜାରି କରାଯାଇନାହିଁ। ଅନ୍ୟପଟେ ମୌସୁମୀ ଟ୍ରପ୍‌ ଲାଇନ୍‌ ମଧ୍ୟ ମହାରାଷ୍ଟ୍ର ଓ ଆଖପାଖ ଅଞ୍ଚଳ ଏବଂ ବିଦର୍ଭ, ଛତିଶଗଡ଼, ଝାଡ଼ଖଣ୍ଡ, ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ଉତ୍ତର ବାଂଲାଦେଶ ପର୍ଯ୍ୟନ୍ତ ଲମ୍ବଛି। ପ୍ରତ୍ୟାବର୍ତ୍ତନ କରୁଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ରେଖା ଫିରୋଜପୁର, ଶୀର୍ଷା, ଚୁରୁ, ଆଜ୍‌ମେର, ମାଉଣ୍ଟ ଆବୁ, ଦିଶା, ସୁରେନ୍ଦ୍ରନଗର, ଜୁନାଗଡ଼ ଦେଇ ଫେରୁଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ହାରିବାର ଏହି ବଡ଼ କାରଣ କହିଲେ ପୂର୍ବତନ ବିଧାୟକ, ଭାଜପା ତୁଳନାରେ ବିଜେଡିର…

ଭୁବନେଶ୍ୱର,୨୭ା୯: ଗତ ନିର୍ବାଚନରେ ବିଜେଡି ପରାଜୟ ବରଣ କରିବା ପରେ ଦଳୀୟ କର୍ମକର୍ତ୍ତାଙ୍କଠାରୁ ଆରମ୍ଭ କରି ସାରା ରାଜ୍ୟରେ ଚର୍ଚ୍ଚା ଜାରି ରହିଛି। ବିଜେଡି କାହିଁକି...

‘ମୋତେ ଗେଟ୍‌ ଆଉଟ୍‌ କହିଥିଲେ ଆଇଆଇସି’

ଭୁବନେଶ୍ୱର,୨୭ା୯: ଲୋକସେବା ଭବନରେ ଶୁକ୍ରବାର ଦୁଇ ଦିନିଆ ଜିଲାପାଳମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଆଜିର ଏହି ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ରାଜଧାନୀକୁ ଛାଡ଼ିଦେଲେ ଅନ୍ୟ ସବୁଠି ସରକାର ହେଉଛନ୍ତି…

ଭୁବନେଶ୍ୱର,୨୭ା୯:  ଲୋକସେବା ଭବନରେ ଶୁକ୍ରବାର ୨ ଦିନିଆ ଜିଲାପାଳ ସମ୍ମିଳନୀ ଆରମ୍ଭ ହୋଇଛି। ଏହି ସମ୍ମିଳନୀରେ  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇ ପ୍ରଶାସନକୁ ଲୋକାଭିମୁଖୀ...

ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସିଖବର: ଏଣିକି ଚାଉଳ ସହ ମିଳିବ…

ଭୁବନେଶ୍ୱର,୨୭।୯: ଏଣିକି ରାସନରେ ଚାଉଳ ସହ ମିଳିବ ଗହମ। ଓଡ଼ିଶା ସମେତ ୯ ରାଜ୍ୟରେ ଗହମ ମିଳିବ। ଏନେଇ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ...

ଜିଦ୍‌ରେ ଅଟଳ ନର୍ସିଂ କର୍ମଚାରୀ: ଆଜିଠୁ ସିରିଞ୍ଜ୍‌ ଛାଡ଼ ଆନ୍ଦୋଳନ

ଭୁବନେଶ୍ୱର, ୨୭ା୯(ବନ୍ଦନା ସେଠୀ):୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିବା ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ...

ପାର୍ବଣରେ ମହଙ୍ଗା ମାଡ଼:୭୦ ଛୁଇଁଲାଣି ପିଆଜ,ଆଉ ଖାଇବା ତେଲ…

ଭୁବନେଶ୍ୱର, ୨୬ା୯ (ଅନିଲ ଦାସ): ଗତ କିଛିଦିନ ହେବ ଖାଉଟିଙ୍କୁ କଲବଲ କରୁଛି ପିଆଜ। ଖୁଚୁରା ବଜାରରେ ଦର ଆକାଶଛୁଆଁ ହୋଇଛି। ବିକ୍ରି ଉପରେ ଲଗାମ...

ସୁରକ୍ଷା ଗାଡି ଧକ୍କାରେ ଆହତ ହୋଇଥିବା ଛାତ୍ରୀଙ୍କୁ ସାଇକେଲ ଉପହାର ଦେଲେ ଉପମୁଖ୍ୟମନ୍ତ୍ରୀ

ଗୋପ,୨୬।୯: ବୁଧବାର ଏକ ଦୁର୍ଭାଗ୍ୟଜନକ ଘଟଣାରେ ପୁରୀ ଜିଲାର ଗୋପ ବ୍ଲକ ଅନ୍ତର୍ଗତ ସୋରିସିଆପଡା ଅଞ୍ଚଳରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କର ସୁରକ୍ଷାରେ ଥିବା ପୋଲିସ୍ ଭ୍ୟାନ୍...

ଏଥର ସରୋଗେସି ମାତୃତ୍ୱ କ୍ଷେତ୍ରରେ ମିଳିବ ଛୁଟି: ମହିଳା କର୍ମଚାରୀଙ୍କୁ ୧୮୦ଦିନ, ପୁରୁଷଙ୍କୁ ୧୫ଦିନ

ଭୁବନେଶ୍ୱର,୨୬।୯(ଶର୍ମିଷ୍ଠା ପାଣିଗ୍ରାହୀ): ଏଥର ଉଧାର ମାତୃତ୍ୱ ଅର୍ଥାତ ସରୋଗେସି ପାଇଁ ମିଳିବ ଛୁଟି। ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ସୂଚନା ପ୍ରଦାନ କରାଯାଇଛି। ଉଧାର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri