ଭୁବନେଶ୍ୱର,୨୬।୯(ବ୍ୟୁରୋ): ପୁଣି ଭିଜିବ ଓଡ଼ିଶା। ଆଗାମୀ ୪ ଦିନ ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ୨୮ ଏବଂ ୨୯ ତାରିଖରେ କିଛି ଜିଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ପାଣିପାଗ ପକ୍ଷରୁ ଓ୍ବାର୍ନିଂ ଜାରି କରାଯାଇଛି। ଏହାସହ ଅକ୍ଟୋବର ୧ରୁ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟପଟେ, ରାଜ୍ୟରେ କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ଲାଗି ରହିଛି।
✔️୧ ଅକ୍ଟୋବର ରୁ ରାଜ୍ୟରେ ବର୍ଷା 🌧️🌧️💧ରେ ବୃଦ୍ଧି ସମ୍ଭାବନା !!!
✔️ଆଗାମୀ ୪ ଦିନ ରାଜ୍ୟରେ ବିଜୁଳି ଘଡଘଡି ସହ ⛈️⛈️ବର୍ଷା ସମ୍ଭାବନା ପାଇଁ ଚେତାବନୀ
✔️୨୮ ଏବଂ ୨୯ ତାରିଖରେ କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା 🌧️🌧️ସମ୍ଭାବନା ପାଇଁ ଚେତାବନୀ
— Meteorological Centre, Bhubaneswar (@mcbbsr) September 26, 2022