ରାଜ୍ୟରେ ଝଡ଼ବର୍ଷା ହେବାର ସମ୍ଭାବନା: ୮ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୭।୩(ଅନୁରାଧା ମହାରଣା)- ରାଜ୍ୟର ଅଧିକାଂଶ ଜିଲାରେ ଦିନର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଥିବାବେଳେ ଅନ୍ୟ କିଛି ସ୍ଥାନରେ ବର୍ଷା ରେକର୍ଡ ହୋଇଛି। ଆସନ୍ତା ୨ ଦିନ ମଧ୍ୟରେ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ତାପମାତ୍ର କମିପାରେ। ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ପରିଲକ୍ଷିତ ହେବ ନାହିଁ। ସେହିପରି ଆସନ୍ତା ୫ ଦିନ ଯାଏ ରାଜ୍ୟରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଆସନ୍ତା ୨ଦିନ ପାଇଁ ରାଜ୍ୟର ଅଧାରୁ ଅଧିକ ଜିଲାକୁ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଥିବାବେଳେ ୨୦ ତାରିଖ ପାଇଁ ରାଜ୍ୟରେ ପ୍ରାୟ ୮ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ରହିଛି। ଅନ୍ୟପଟେ ଘଡ଼ଘଡ଼ି ଓ ବିଜୁଳି ଡ଼ର ରହିଥିବାର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିପଦରୁ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦିଅଯାଇଛି। ସୂଚନା ଥାଉକି, ସୋମବାର ରାଜ୍ୟର ୨୦ରୁ ଅଧିକ ଜିଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ମାତ୍ର କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା ଓ ଢ଼େଙ୍କାନାଳ ଆଦି ୮ଟି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
ମଙ୍ଗଳବାର ଉତ୍ତର ଓଡ଼ିଶା ସମେତ ଦକ୍ଷିଣ ଉପକୂଳ ଓଡ଼ିଶାର କେତକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ତେବେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତତସିଂହପୁର, ଅନୁଗୁଳ, ଢ଼େଙ୍କାନାଳ ଓ ଦେବଗଡ଼କୁ ୟେଲୋ ଓ୍ବାର୍ନିଂ ରହିଛି।
୧୯ ତାରିଖ ଅପରାହ୍ନ ବେଳକୁୂ ରାଜ୍ୟର ଅନେକାଂଶରେ ଝଡ଼ବର୍ଷା ସମ୍ଭାବନା ରହିଛି। ୪୦-୫୦ କିମି ଘଣ୍ଟା ପ୍ରତି ବେଗରେ ପବନ ବହିବା ସହ ବର୍ଷା ହୋଇପାରେ। ଘଡ଼ଘଡ଼ି ବିଜୁଳି ପାଇଁ ୧୦ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଏବଂ ୧୨ ଜିଲାକୁ ୍ରେଲୋ ଓ୍ବାର୍ନିଂ ରହିଛି।
୨୦ ତାରିଖରେ ମଧ୍ୟ ଝଡ଼ବର୍ଷା ନେଇ ୪ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଏବଂ ୫ ଜିଲାକୁ ୟେଲୋ ଓ୍ବାର୍ନିଂ ରହିଛି।

Share