ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି

ଭୁବନେଶ୍ୱର,୧୭ା୬(ଅସମାପିକା ସାହୁ): ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଶନିବାର ଲୋକସେବା ଭବନଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି।
ରାଜ୍ୟର ଏହା ସର୍ବ ପୁରାତନ ଏବଂ ଦେଶର ୧୭ତମ ପୁରାତନ ବିଶ୍ୱବିଦ୍ୟାଳୟ। ଏହା ଏକ ଶିକ୍ଷାଦାନ-ତଥା-ଅନୁବନ୍ଧିତ ବିଶ୍ୱବିଦ୍ୟାଳୟ। ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକର ମା’ ଭାବରେ ଜଣାଶୁଣା ଉତ୍କଳ ବିଶ୍ୱବିଦ୍ୟାଳୟର ଏକ ଭିନ୍ନ ଇତିହାସ ରହିଛି। ଆଧୁନିକ ଓଡ଼ିଶାର ବିକାଶରେ ଏହାର ଅବଦାନ ଅତୁଳନୀୟ। ବିଶ୍ୱବିଦ୍ୟାଳୟକୁ ଅନେକ ପ୍ରତିଷ୍ଠିତ ଯଶସ୍ବୀ ଶିକ୍ଷାବିତ୍‌ମାନେ ସେବା ପ୍ରଦାନ କରିଛନ୍ତି। ଏକାଡେମିକ୍‌ ଏବଂ ଅନୁସନ୍ଧାନରେ ଏହାର ଉଲ୍ଲେଖନୀୟ ସଫଳତା ବିଶ୍ୱବିଦ୍ୟାଳୟକୁ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସାହାଯ୍ୟ କରିଛି। ସାକ୍ଷାତ ଆଲୋଚନା ସମୟରେ ବିଶ୍ୱବିଦ୍ୟାଳୟର ବିକାଶ ତଥା ଗୌରବ ବଜାୟ ରଖିବା ନେଇ ଆଲୋଚନା ହୋଇଥିବା ପ୍ରକାଶ।

Share