Categories: ଅନୁଗୋଳ

ମାଂସ ଦୋକାନୀଙ୍କୁ ଆକ୍ରମଣ, ଅଷ୍ଟପ୍ରହର ପାଇଁ ଦେଇ ନ ଥିଲେ ଚାନ୍ଦା

ଛେଣ୍ଡିପଦା,୧୭।୨(ସ୍ବ.ପ୍ର.) ଛେଣ୍ଡିପଦା ଥାନା କୋଶଳା ଗ୍ରାମରେ ଅଷ୍ଟପ୍ରହର ଚାନ୍ଦା ନ ଦେବାରୁ ଜଣେ ମାଂସ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, କୋଶଳା ମେଡିକାଲ ଛକ ନିକଟରେ ଦୀର୍ଘବର୍ଷ ହେବ ଏମ୍‌ଡି ସାହିଦ ନାମକ ଜଣେ ବ୍ୟକ୍ତି ମାଂସ ଦୋକାନ କରି ରହି ଆସୁଥିଲେ। ଗତ ୧୩ ତାରିଖ ସାରେ କୋଶଳା ଗ୍ରାମର ବିମଳ ନାଏକ ଓ ସୁଜିତ କହଁର ମାଂସ ଦୋକାନରେ ପହଞ୍ଚି ଅଷ୍ଟପ୍ରହର ପାଇଁ ଚାନ୍ଦା ମାଗିଥିଲେ। ଟଙ୍କା ଦେବା ପାଇଁ ମନା କରିବାରୁ ଉତ୍‌କ୍ଷିପ୍ତ ହୋଇ ଉଭୟେ ଏକ ଠେଙ୍ଗାରେ ସାହିଦଙ୍କୁ ମାଡ ମାରି ଗୁରୁତର କରିଥିଲେ। ପରିବାର ଲୋକେ ପ୍ରତିବାଦ କରିବାରୁ ସେମାନେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରଙ୍କୁ କୋଶଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏ ନେଇ ୧୪ ତାରିଖରେ ସାହିଦଙ୍କ ସ୍ତ୍ରୀ ନଗମା ବେଗମ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ନଂ. ୬୨/୨୨ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।