Categories: ଖେଳ

ବ୍ରୋଞ୍ଜ ଜିତିଲେ ଚନ୍ଦନ କୁମାର

ଭୁବନେଶ୍ୱର, ୨୯ା୩ (କ୍ରୀଡ଼ା ପ୍ରତିନିଧି): ନୂଆଦିଲ୍ଲୀରେ ଅନୁଷ୍ଠିତ ୨୦ତମ ଜାତୀୟ ସିନିୟର ପାରା ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାର ଚନ୍ଦନ କୁମାର ବେହେରା ବ୍ରୋଞ୍ଜ ପଦକ ପାଇଛନ୍ତି। ମଙ୍ଗଳବାର ଶେଷ ଦିବସରେ ସେ ୯୭ କେଜି ବର୍ଗରେ ୧୫୫ କେଜି ଶକ୍ତି ଉତ୍ତୋଳନ କରି ଏହି ସଫଳତା ପାଇଛନ୍ତି। ପଞ୍ଜାବର ଯୋଗେନ୍ଦ୍ର ସିଂ ୨୧୦ କେଜି ଉଠାଇ ସ୍ବର୍ଣ୍ଣ ଏବଂ ଉତ୍ତର ପ୍ରଦେଶର ସୁମିତ କୁମାର ୧୭୦ କେଜି ସହ ରୌପ୍ୟ ପଦକ ପାଇଛନ୍ତି। ପ୍ରକାଶଯୋଗ୍ୟ ଯେ, ପ୍ରତିଯୋଗିତାର ପ୍ରଥମ ଦିବସରେ ଓଡ଼ିଶାର ଗଦାଧର ସାହୁ ୫୯ କେଜି ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ।

Share