Categories: ଜାତୀୟ

ଟିଏମ୍‌ସି ନେତାଙ୍କୁ ହରାଇଲେ ଝୁମ୍ପୁଡ଼ିରେ ରହୁଥିବା ଏହି ମହିଳା, ହେଲେ ଭାଜପା ବିଧାୟକ

କୋଲକାତା,୩।୫: ପଶ୍ଚିମବଙ୍ଗର ସାଲତୋରା ନିର୍ବାଚନ ମଣ୍ଡଳୀରୁ ଜଣେ ଦିନ ମଜୁରିଆଙ୍କ ସ୍ତ୍ରୀ ଚନ୍ଦନା ବାଉରୀଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟୁଛି। ୩୦ ବର୍ଷୀୟା ଚନ୍ଦନା ତୃଣମୂଳ କଂଗ୍ରେସ(ଟିଏମ୍‌ସି) ନେତା ସନ୍ତୋଷ କୁମାର ମଣ୍ଡଳଙ୍କୁ ୪୦୦୦ରୁ ଅଧିକ ଭୋଟ୍‌ରେ ପରାସ୍ତ କରିଛନ୍ତି। ଚନ୍ଦନାଙ୍କ ଏହି ବିଜୟୀକୁ ଲୋକେ ସାଧାରଣ ଜନତାଙ୍କ ବିଜୟ ବୋଲି କହୁଛନ୍ତି।

ତିନୋଟି ସନ୍ତାନର ମା’ ଚନ୍ଦନାଙ୍କ ନିକଟରେ କେବଳ ୩୧,୯୮୫ ଟଙ୍କାର ସମ୍ପତ୍ତି ରହିଛି। ତାଙ୍କ ସ୍ବାମୀ ଜଣେ ରାଜମିସ୍ତ୍ରୀ। ଏହି ଦମ୍ପତିଙ୍କ ନିକଟରେ ୩ଟି ଛେଳି ଏବଂ ଗୋଟିଏ ଗାଈ ରହିଛି।

ଏନେଇ ଚନ୍ଦନା କହିଛନ୍ତି, ଯେତେବେଳେ ଟିକେଟ୍‌ ଦେବାକୁ ତାଙ୍କ ନାମ ଘୋଷଣା କରାଗଲା ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିଛି ଲୋକ ମୋତେ ନାମାଙ୍କନପତ୍ର ଦାଖଲ କରିବାକୁ ପ୍ରୋତ୍ସାହିତ କରିଥିଲେ। ମାତ୍ର ମୋତେ ଏହା ଜଣା ନ ଥିଲା।

ଚନ୍ଦନାଙ୍କ ବିଜୟରେ ତାଙ୍କ ସମର୍ଥକମାନେ ଖୁସି ବ୍ୟକ୍ତି କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ବିନା କୌଣସି ରାଜନୈତିକ ସଂଯୋଗ ନ ଥାଇ ଜଣେ ସାଧାରଣ ମହିଳା ନିର୍ବାଚନରେ ବିଜୟ ଲାଭ କରିବା ସାଧାରଣ କଥା ନୁହେଁ। ବର୍ତ୍ତମାନ ଚନ୍ଦନାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

Share