ମିଳିଲା ଚନ୍ଦନଙ୍କ ମୃତଦେହ : କୁନି ଝିଅର ମିଳୁନି ପତ୍ତା

ଭଦ୍ରକ/ଭଣ୍ଡାରୀପୋଖରୀ(ସନାତନ ରାଉତ/ରବିନାରାୟଣ ଖିଲାର),୨୯।୯: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗ୍ରାମର ଚନ୍ଦନ ସାହୁ(୩୦) ନିଜ ଅଢ଼େଇ ବର୍ଷର ଝିଅକୁ ଧରି ବୈତରଣୀ ସେତୁ ଉପରୁ ନଦୀକ ଡେଇଁ ପଡିଥିଲେ । ଏହି ଘଟଣାର ୩୦ ଘଣ୍ଟା ପରେ  ଚନ୍ଦନଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ଯାଜପୁର ଜିଲା ତ୍ରିଲୋଚନପୁର ବୁଢ଼ାନଦୀରୁ ଅଗ୍ନିଶମ ବାହିନୀ ମୃତଦେହ ଉଦ୍ଧାର କରିଛନ୍ତି। ଚନ୍ଦନଙ୍କ ଭିଣୋଇ ଏହି ମୃତଦେହଟି ତାଙ୍କର ଶଳାର ବୋଲି ଚି଼ହ୍ନଟ କରିଛନ୍ତି।
ଅନ୍ୟପକ୍ଷରେ ଅଢ଼େଇ ବର୍ଷର ଝିଅର କୌଣସି ପତା ମିଳିନାହିଁ। ଅଗ୍ନିଶମ ବାହିନୀ ପିଲାଟିକୁ ଖୋଜାଖୋଜି କରୁଛନ୍ତି। ପିଲାଟି କେଉଁ ବୋଦା ଓ କେଉଁଠି ଲାଗିରହିଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଚନ୍ଦନଙ୍କ ମୃତଦେହ ମିଳିବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।
ସୂଚନାଯୋଗ୍ୟ, ଚନ୍ଦନ ବୁଧବାର ରାତି ପ୍ରାୟ ୯ଟାରେ ୧୬ ନଂ. ଜାତୀୟ ରାଜପଥର ଏହି ସେତୁ ଉପରୁ ଆଖୁଆପଦା ଆନିକଟର ଗଭୀର ଜଳରାଶିକୁ ଝିଅ ତୃପ୍ତିକୁ ସାଙ୍ଗରେ ଧରି ଡେଇଁ ପଡ଼ିଥିଲେ। ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ  ବୁଧବାରରାତି ଓ ଗୁରୁବାର ଦିନତମାମ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କ କୌଣସି ସୂଚନା ମିଳିପାରି ନଥିଲା ଶୁକ୍ରବାର ମୃତଦେହ ଉଦ୍ଧାର କରାଗଲା।
Share