Categories: ଜାତୀୟ

ଚୋରି କରିବାକୁ ଆସି ନାଚିଲେ ଚୋର

ଲକ୍ଷ୍ନୌ,୧୮।୪: ଦୋକାନ ଭିତରକୁ ଚୋରି କରିବାକୁ ଆସି ନାଚିଲେ ଚୋର। ଚୋରିର ଏପରି ଏକ ଘଟଣା ଉତ୍ତରପ୍ରଦେଶର ଚାନ୍ଦୁଲିରେ ଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହି ପ୍ରସଙ୍ଗରେ ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ଏହି ଅନନ୍ୟ ଚୋରର ସନ୍ଧାନ ଆରମ୍ଭ ହୋଇଛି।
ଚାନ୍ଦୁଲି ବଜାରରେ ଅଂଶୁ ସିଂଙ୍କର ଏକ ହାର୍ଡୱେର୍‌ ଦୋକାନ ଅଛି। ଏପ୍ରିଲ ୧୬-୧୭ ରାତିରେ ଦୋକାନରେ ଚୋରି କରିବାକୁ ଜଣେ ଚୋର ଆସିଥିଲେ। ଚୋରଟି ଦୋକାନରୁ ନଗଦ ଟଙ୍କା ଦେଖି ତାକୁ ନେଇଯାଇଥିଲେ। ଏହା ପରେ ତାଙ୍କ ଆଖି ସିସିଟିଭି କ୍ୟାମେରା ଉପରେ ପଡିଗଲା, କିନ୍ତୁ ସେ ଭୟ ନ କରି ନାଚିବାକୁ ଲାଗିଥିଲେ। ନାଚି ସାରିବା ପରେ ଆରାମ୍‌ରେ ସେ ଦୋକାନରୁ ପଳାଇଥିଲେ।
ଅନ୍ୟପକ୍ଷରେ, ପରଦିନ ଅଂଶୁ ଦୋକାନ ଖୋଲିବାକୁ ଆସି ଦେଖିଥିଲେ ଦୋକାନର ସଟର ଭଙ୍ଗା ଯାଇଛି। ଦୋକାନ ଖୋଲିବା ପରେ ସେ ଭିତରକୁ ଯାଇ ଡ୍ର’ରେ ଥିବା ନଗଦ ଟଙ୍କା ମଧ୍ୟ ଗାଏବ ହୋଇଯାଇଥିବାର ଦେଖିଥିଲେ। ଅଂଶୁ ସିସିଟିଭ୍‌ ଦେଖିବା ପରେ ଚୋରିର ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ଏହାପରେ ସେ ପୋଲିସକୁ ନେଇ ସୂଚନା ଦେଇଥିଲେ।

Share