ବର୍ତ୍ତମାନ ଲଙ୍ଗ ଇୟରିଂ ଫ୍ୟାଶନ ଟ୍ରେଣ୍ଡ ପାଲଟିଛି। ଯେଉଁଥିରେ ରହିଛି ଚାନ୍ଦବାଲି ଇୟରିଂର ସବୁଠୁ ବେଶି ଡିମାଣ୍ଡ। ତେବେ କେଉଁ ଭଳି ଡ୍ରେସ୍ ସହିତ ଏହାକୁ କ୍ୟାରି କଲେ ଅଧିକ ଫ୍ୟାଶନେବଲ୍ ଲାଗିବେ ଜାଣିରଖନ୍ତୁ ସେ ସମ୍ପର୍କରେ…
ଯଦି ଆପଣ ଫୋରାଲ ଲେହେଙ୍ଗା, ଲଙ୍ଗ ସ୍କର୍ଟ-ଟପ୍ସ ଆଦି ପିନ୍ଧୁଛନ୍ତି ତେବେ ଏହା ସହ ମଲ୍ଟି କଲର ଚାନ୍ଦବାଲି ଇୟରିଂ ଭଲ ଲାଗିବ। ନଚେତ୍ ଆପଣଙ୍କ ଡ୍ରେସ୍ କଲର ସହ ମ୍ୟାଚିଂ ଝୁମ୍କା ଥିବା ଚାନ୍ଦବାଲି ଇୟରିଂ ବି ପିନ୍ଧିପାରିବେ।
ଯଦି ସିଙ୍ଗଲ୍ କଲର ଡ୍ରେସ୍ ବା ଶାଢୀ ପିନ୍ଧୁଛନ୍ତି ତେବେ ଟ୍ରେଣ୍ଡି ଲୁକ୍ ପାଇଁ ଗୋଲ୍ଡେନ୍ ଚାନ୍ଦବାଲି ଇୟରିଂ ସବୁଠୁ ଭଲ ଚଏସ। ବିଶେଷ କରି ହ୍ବାଇଟ୍ କଲର ଗେଟ୍ଅପ୍ ସହ ଗୋଲ୍ଡେନ୍ ହ୍ୟାଙ୍ଗିଙ୍ଗ୍ ବିଡ୍ସ ଥିବା ଇୟରିଂ ବେଶୀ ଭଲ ସୁଟ୍ କରିଥାଏ।
କେବଳ ଏଥିନିକ ବା ଟ୍ରାଡିଶନାଲ ଗେଟ୍ଅପ୍ ନୁହେଁ ଲଙ୍ଗ ଗାଉନ୍ ଭଳି କେତେକ ଓ୍ବେଷ୍ଟର୍ନ ଡ୍ରେସ୍ରେ ବି ଏହା ପରଫେକ୍ଟ ଲାଗିଥାଏ। ବିଶେଷ କରି ଲଙ୍ଗ୍ ଲେୟାର୍ଡ଼ ଚାନ୍ଦବାଲି ଇୟରିଂ ମଡର୍ନ ଲୁକ୍ ଦେଇଥାଏ।
ବ୍ଲାକ୍ ଆଉଟ୍ଫିଟ୍ ସହିତ ସିଲଭର କିମ୍ବା ଅକ୍ସିଡ଼ାଇଜଡ଼୍ ଚାନ୍ଦବାଲି ଇୟରିଂର କମ୍ବିନେଶନ୍ ବେଶ୍ ଆଟ୍ରାକ୍ଟିଭ୍ ଲାଗିଥାଏ।
ପ୍ଲେନ୍ ଡ଼ିଜାଇନର କୁର୍ତ୍ତୀ ସହିତ କେବଳ ଏକ ଲଙ୍ଗ୍ ଚାନ୍ଦବାଲି ଇୟରିଂ ଏତେ ସୁନ୍ଦର ଏବଂ ଆକର୍ଷଣୀୟ ଲାଗିଥାଏ, ଯାହାଦ୍ୱାରା ଅନ୍ୟ କୌଣସି ଜୁଏଲେରୀର ଆବଶ୍ୟକତା ପଡ଼ି ନ ଥାଏ।