ଯାଜପୁର ରୋଡ୍‌ରେ ଚାନ୍ଦି ଭଣ୍ଡାର

ଯାଜପୁର ଅଫିସ,୨୪ା୩:ଯାଜପୁର ରୋଡ୍‌ର ରାଧାନାଥ ମାର୍ଗ ଉତ୍ସବ ପ୍ୟାଲେସ ନିକଟରେ ଗୁରୁବାର ଚାନ୍ଦି ଭଣ୍ଡାରର ଏକ ନୂଆ ଶୋ’ରୁମ୍‌ ଲୋକାର୍ପିତ ହୋଇଛି। ଚାନ୍ଦିରେ ନିର୍ମିତ ଅଳଙ୍କାର ସହ ଏଠାରେ ଚାନ୍ଦି ବାସନ କୁସନ, ଉପହାର ଏବଂ ବିଭିନ୍ନ ପ୍ରକାର ଘରସଜ୍ଜା ସାମଗ୍ରୀ ଉପଲବ୍ଧ ରହିଛି। ଏହାର ପ୍ରତିଟି କାରିଗରୀକୁ ଓଡ଼ିଶାର ଦକ୍ଷ ଅଳଙ୍କାର ନିର୍ମାତାମାନେ ନିଖୁଣରୂପ ଦେଉଥିବାରୁ ଗ୍ରାହକମାନଙ୍କ ଦ୍ୱାରା ଏହା ବିଶେଷ ଭାବରେ ଆଦୃତ ହେବ। ଗ୍ରାହକମାନେ ଏଠାରୁ ନିଜର ପସନ୍ଦ ମୁତାବକ ଡିଜାଇନ୍‌ ସହ ଉତ୍କୃଷ୍ଟମାନର ଅଳଙ୍କାର ପାଇପାରିବେ ବୋଲି ଷ୍ଟୋର କର୍ମକର୍ତ୍ତାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏଠାରେ ଚାନ୍ଦି ନିର୍ମିତ ପାଉଁଜି, ଗୋଡ଼ମୁଦି, ମୁଦି, ଗଳାହାର, କାନଫୁଲ, ବ୍ରେସ୍‌ଲେଟ୍‌ ଆଦି କିଣିପାରିବେ। ବିବାହ, ବ୍ରତଘର, ଜନ୍ମଦିନ, ବିବାହ ବାର୍ଷିକୀ ଆଦି ପାଇଁ ଆବଶ୍ୟକ ଉପହାର ସାମଗ୍ରୀ ଏହି ଷ୍ଟୋର୍‌ରେ ରହିଛି। ଶୋରୁମ୍‌ ଉଦ୍‌ଘାଟନ ଅବସରରେ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର୍‌ର ବ୍ୟବସ୍ଥା କରାଯାଇଛି। ଏପ୍ରିଲ୍‌ ୨ ପର୍ଯ୍ୟନ୍ତ ଗ୍ରାହକମାନେ ସମସ୍ତ ସାମଗ୍ରୀର ଗଢ଼ାମଜୁରି ଉପରେ ୫୦% ରିହାତି ପାଇପାରିବେ ବୋଲି ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ କହିଛନ୍ତିି। ଯାଜପୁରବାସୀଙ୍କୁ ନିଆରା ତଥା ସ୍ମରଣୀୟ ଅନୁଭୂତି ଦେବା ପାଇ ଚାନ୍ଦି ଭଣ୍ଡାର ଏହାର ଉଦ୍ୟମ ଜାରି ରଖିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଏହି ନୂତନ ଷ୍ଟୋର୍‌ ପୂର୍ବାହ୍ନ ସାଢ଼େ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ଗ୍ରାହକଙ୍କ ପାଇଁ ଖୋଲା ରହିବ। ଭୁବନେଶ୍ୱରସ୍ଥିତ ଶହୀଦନଗରରେ ପ୍ରଥମ ଷ୍ଟୋର୍‌ ଖୋଲିବା ପରେ ଚାନ୍ଦି ଭଣ୍ଡାର ଓଡ଼ିଶାର ଏକ ଲୋକପ୍ରିୟ ବ୍ରାଣ୍ଡ୍‌ ହେବାର ସୌଭାଗ୍ୟ ଅର୍ଜନ କରିଛି। ସେହିପରି ଭୁବନେଶ୍ୱରର ପଟିଆ ସହ ରାଉରକେଲାର ଉଦିତନଗର, ଅନୁଗୋଳର ଅମଲାପଡ଼ା, କଟକର କ୍ୟାଣ୍ଟନ୍‌ମେଣ୍ଟ୍‌ରୋଡ୍‌ରେ ମଧ୍ୟ ଚାନ୍ଦି ଭଣ୍ଡାର ଶୋ’ରୁମ୍‌ ରହିିଥିବା ସୂଚନା ଦିଆଯାଇଛି।

Share