Categories: ବାଣିଜ୍ୟ

ବ୍ରହ୍ମପୁରରେ ଚାନ୍ଦି ଭଣ୍ଡାର ଷ୍ଟୋର

ବ୍ରହ୍ମପୁର ଅଫିସ,୧୦ା୪: ରାଜ୍ୟର ପ୍ରମୁଖ ରୁପା ଅଳଙ୍କାର ପ୍ରତିଷ୍ଠାନ ଚାନ୍ଦି ଭଣ୍ଡାରର ନୂତନ ଶୋ’ ରୁମ୍‌ ରବିବାର ବ୍ରହ୍ମପୁରର ଧର୍ମନଗର ମେନ୍‌ ରୋଡସ୍ଥିତ ଅଳକାପୁରୀ ମାର୍କେଟ କମ୍ପ୍ଲେକ୍ସଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍‌ସା ହଂସ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଷ୍ଟୋରର ବହୁ ବରିଷ୍ଠ ଅଧିକାରୀ ଅନ୍ୟମାନେ ଉପସ୍ଥିତ ଥିଲେ। ବିଶେଷ କରି ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ରୁପା ଗହଣା, ରୁପା ବାସନ, ଉପହାର ସାମଗ୍ରୀ ଓ ଆର୍ଟିଫ୍ୟାକ୍ଟ ଆଦି ଚାହୁଁଥିବା ଗ୍ରାହକଙ୍କ ପାଇଁ ଏହା ଏକ ଅଗ୍ରଣୀ ଷ୍ଟୋର ହେବ।

ଯେଉଁଠି ଭଳିକି ଭଳି ରେଞ୍ଜ ଓ ଡିଜାଇନର ସମ୍ଭାର ଉପଲବ୍ଧ ରହିଛି। ଏପରିକି ଗ୍ରାହକମାନେ ବ୍ୟାପକ ରେଞ୍ଜ୍‌ର ପାଉଞ୍ଜି, ଝୁଣ୍ଟିଆ, ନେକ୍‌ଲେସ୍‌, ବ୍ରେସ୍‌ଲେଟ, କାନଫୁଲ, ମୁଦି, ବାସନକୁସନ, ଶୋ’ ପିସ୍‌ ଓ ଆହୁରି ଅନେକ କିଛି ଏଠାରୁ ପାଇପାରିବେ। ସେହିଭଳି ବିବାହ, ଜନ୍ମଦିନ, ଆନିଭର୍ସାରି ଏବଂ ବିଭିନ୍ନ ଅବସର ପାଇଁ ଉପହାର ଦେବା ନିମନ୍ତେ ଏଠାରେ ଭଳିକି ଭଳି ଉପହାର ବିକଳ୍ପ ରହିଛି। ବ୍ୟାପକ ରେଞ୍ଜ୍‌ର ରୁପା ଗହଣା ଡିଜାଇନ ସହ ବ୍ରାଉଜ ଓ ରିଲାକ୍ସ କରିବା ପାଇଁ ଏହି ଶୋ’ରୁମରେ ଗ୍ରାହକଙ୍କ ପାଇଁ ଉତ୍ତମ ସ୍ପେସ୍‌ ରହିଛି। ଉପଯୁକ୍ତ ପ୍ରଡକ୍ଟ ବାଛିବା କ୍ଷେତ୍ରରେ ଗ୍ରାହକଙ୍କୁ ସୁପରାମର୍ଶ ଦେବା ପାଇଁ ଏଠାରେ ଅଭିଜ୍ଞ କର୍ମଚାରୀ ରହିଛନ୍ତି।

ଏପରିକି ଦକ୍ଷ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ଉଚ୍ଚ ମାନଯୁକ୍ତ ରୁପା ଗହଣା ଯୋଗାଇବାରେ ଚାନ୍ଦି ଭଣ୍ଡାର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହି ଅବସରରେ ଗ୍ରାହକ ବିସ୍ତୃତ ରେଞ୍ଜ ରୁପା ସାମଗ୍ରୀର ଗଢ଼ା ମଜୁରିରେ ଫ୍ଲାଟ ୫୦% ରିହାତି ପାଇପାରିବେ। ଏହି ଅଫର ଏପ୍ରିଲ ୯ରୁ ୨୩ ତାରିଖ ପର୍ଯ୍ୟନ୍ତ ରହିବ। ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍‌ସା ହଂସ କହିଛନ୍ତି, ରୁପା ପାଇଁ ଆମର ଭଲ ପାଇବାକୁ ବ୍ରହ୍ମପୁରକୁ ଆଣି ଆମେ ଅତ୍ୟନ୍ତ ଉଲ୍ଲସିତ। ସମସ୍ତ ରୁପା ଉପତ୍ାଦ ପାଇଁ ଏହି ନୂଆ ଶୋ’ରୁମ୍‌ ଏକ ୱାନ୍‌ ଷ୍ଟପ୍‌ ଶପ୍‌ ଭାବେ ପରିଗଣିତ ହେବ। ଏହି ଷ୍ଟୋର ଗ୍ରାହକଙ୍କୁ ସ୍ମରଣୀୟ ଶପିଂ ଅନୁଭୂତି ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ।

 

Share