ନେଟ୍‌ଫ୍ଲିକ୍ସରେ ‘ଚଣ୍ଡିଗଡ କରେ ଆଶିକୀ’

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନ୍ନା ଏବଂ ଭାନି କପୁରଙ୍କର ଅଭିନୀତ ଫିଲ୍ମ ‘ ଚଣ୍ଡିଗଡ କରେ ଆଶିକୀ’ ଡିସେମ୍ବର ୧୦ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିଥିଲା। ଏହି ଦୁଇ ଜଣଙ୍କ ଯୋଡିକୁ ମଧ୍ୟ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ତେବେ ଏହି ଫିଲ୍ମ ପ୍ରେକ୍ଷାଳୟରେ ରିଲିଜ୍‌ ହେବା ପରେ ଏବେ ଫିଲ୍ମଟି ନେଟ୍‌ଫ୍ଲିକ୍ସରେ ଉପଲବ୍ଧ ହେବ। ଯେଉଁମାନେ ସିନେମା ହଲରେ ଦେଖିପାରି ନ ଥିଲେ ସେମାନେ ନେଟ୍‌ଫ୍ଲିକ୍ସରେ ଫିଲ୍ମକୁ ଉପଭୋଗ କରିପାରିବେ। ଓଟିଟି ପ୍ଲାଟଫର୍ମରେ ଏହି ଫିଲ୍ମ ପ୍ରସାରିତ ହେଉଛି ବୋଲି ନେଟଫ୍ଲିକ୍ସ ବୁଧବାର ଘୋଷଣା କରିଛି।

ଏହି ଫିଲ୍ମରେ ଆୟୁଷ୍ମାନ ଏବଂ ଭାନିଙ୍କ ବ୍ୟତୀତ ଅଭିଷେକ ବଜାଜ, କାନୱାଲଜିତ ସିଂ, ଗୌରବ ଶର୍ମା, ଯୋଗରାଜ ସିଂ, ଅଞ୍ଜଜନ ଶ୍ରୀବାସ୍ତବ ଆଦି ଅଭିନୟ କରିଛନ୍ତି। ଟି-ସିରିଜ ଦ୍ୱାରା ନିର୍ମିତ ଏହା ହେଉଛି ଏକ ରୋମାଣ୍ଟିକ ଫିଲ୍ମ। ଫିଲ୍ମଟି ଜୁଲାଇ ୨୦୨୧ରେ ରିଲିଜ୍‌ ହେବାର ଥିଲା। କୌଣସି କାରଣରୁ ଫିଲ୍ମ ନିର୍ମାତା ରିଲିଜକୁ ସ୍ଥଗିତ ରଖିଥିଲେ।

Share