Categories: ଜାତୀୟ

ଭାଜପା, କଂଗ୍ରେସକୁ ପଛରେ ପକାଇଲା ଏଏପି

ଚଣ୍ଡିଗଡ,୨୭।୧୨: ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ମ୍ୟୁନିସିପାଲିଟି ନିର୍ବାଚନ ଫଳାଫଳ ପ୍ରଭାବ ରହିବ ବୋଲି କୁହାଯାଉଛି। ୨୪ ଡିସେମ୍ବରରେ ମ୍ୟୁନିସିପାଲିଟି କର୍ପୋରେସନର ୩୫ଟି ସିଟ ପାଇଁ ଭୋଟ ଗ୍ରହଣ କରାଯାଇଥିଲା। ଭୋଟ ଗଣନାରେ ଏପର୍ଯ୍ୟନ୍ତ କଂଗ୍ରେସ ଗୋଟିଏ ଆସନ ଜିତିଛି। ଏଥିସହିତ ଆମ ଆଦମୀ ପାର୍ଟି ୮, ଭାଜପା ୫ ଏବଂ କଂଗ୍ରେସ ୪ ଏବଂ ଅକାଳୀ ଦଳ ଗୋଟିଏ ଆସନରେ ଆଗୁଆ ରହିଛି।
ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନରେ ସମୁଦାୟ ୩୫ଟି ୱାର୍ଡ ଅଛି। ଭୋଟ ଗଣନା ପାଇଁ ୯ଟି ଗଣନା କେନ୍ଦ୍ର ଗଠନ କରାଯାଇଛି। ଭୋଟ ଗଣତି ସକାଳ ୯ଟାରୁ ଆରମ୍ଭ ହୋଇଥିଲା। ଏଥର ନିର୍ବାଚନରେ ୬୦ ପ୍ରତିଶତ ମତଦାନ କରାଯାଇଥିଲା। ଏଥର ମୋଟ ୬ ଲକ୍ଷ ୩୩ ହଜାର ୪୭୫ ଭୋଟର ଭୋଟ ଦେଇଛନ୍ତି। ଗତ ନିର୍ବାଚନ ଅପେକ୍ଷା ଏହା ଟିକିଏ ଅଧିକ। ୨୦୧୬ ନିର୍ବାଚନରେ ୫୯.୫ ପ୍ରତିଶତ ଭୋଟର ମତ ଦେଇଛନ୍ତି। ୨୦୧୬ ମସିହାରେ, ଚଣ୍ଡିଗଡ଼ରେ ସମୁଦାୟ ୨୬ଟି ୱାର୍ଡ ଥିଲା। ଏବେ ଏହାକୁ ୩୫କୁ ବୃଦ୍ଧି କରାଯାଇଛି।

Share