Posted inଜାତୀୟ

ଆମ୍ବେଡ୍‌କରଙ୍କୁ ନେଇ ଚଣ୍ଡିଗଡ଼ ପୌରସଭା ରଣକ୍ଷେତ୍ର

ଚଣ୍ଡିଗଡ଼,୨୫ା୧୨: ଡ. ଭୀମରାଓ ଆମ୍ବେଡ୍‌କରଙ୍କ ଲିଗାସୀକୁ ନେଇ ମଙ୍ଗଳବାର ଚଣ୍ଡିଗଡ଼ ମ୍ୟୁନିସିପାଲିଟି ବୈଠକରେ ଉତ୍ତେଜନା ସୃଷ୍ଟି ହେବା ସହ ଭାଜପା ଏବଂ କଂଗ୍ରେସ କାଉନ୍‌ସିଲରଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଚଣ୍ଡିଗଡ଼ ମେୟର ନିର୍ବାଚନରେ ବାଲଟ୍‌ ପେପରରେ ଜାଲିଆତି କରିଥିବା ପୋଲିଂ ଅଫିସର ତଥା ମନୋନୀତ ସଦସ୍ୟ ଅନିଲ ମସିହ କଂଗ୍ରେସକୁ ଟାର୍ଗେଟ କରିବା ସହ ରାହୁଲ ଗାନ୍ଧୀ ଜାମିନରେ ବାହାରିଥିବା କହିଥିଲେ। ଏହାକୁ ନେଇ କଂଗ୍ରେସ, ଆପ୍‌ ଏବଂ ଭାଜପା ସଦସ୍ୟମାନଙ୍କ ମଧ୍ୟରେ ହଟ୍ଟଗୋଳ ହୋଇଥିଲା।
ସୂଚନାଯୋଗ୍ୟ, ରାଜ୍ୟ ସଭାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ସମ୍ବିଧାନ ବିତର୍କରେ ଭାଗନେଇ କଂଗ୍ରେସ ବାରମ୍ବାର ଆମ୍ବେଡ୍‌କରଙ୍କ ନାଁ ନେଉଥିବାରୁ ସମାଲୋଚନା କରିଥିଲେ। ଶାହାଙ୍କ ଇସ୍ତଫା ଦାବି କରି କଂଗ୍ରେସ ଏବଂ ଆପ୍‌ କାଉନସିଲରମାନେ ପୌରସଭା ବୈଠକରେ ଏକ ପ୍ରସ୍ତାବ ଗୃହୀତ କରାଇଥିଲେ। ଭାଜପା କାଉନସିଲରମାନେ ଏହାକୁ ବିରୋଧ କରିବାରୁ ସଂଘର୍ଷ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଝାଡଖଣ୍ଡ ନା ଦିଲ୍ଲୀ…ରଘୁବରଙ୍କୁ ବଡ଼ ଦାୟିତ୍ୱ!

ନୂଆଦିଲ୍ଲୀ,୨୫।୧୨: ଓଡିଶାରେ ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ରଘୁବର ଦାସଙ୍କୁ ନେଇ ଦିଲ୍ଲୀରୁ ରାଞ୍ଚି ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ଧରିଛି। ଏନେଇ ଅନେକ ରାଜନୈତିକ...

ପୁସ୍ତକ ପ୍ରେମୀଙ୍କୁ ବଡ଼ ଝଟ୍‌କା, ଇଣ୍ଡିଆ ପୋଷ୍ଟ ବନ୍ଦ କଲା ‘ବୁକ୍‌ ପୋଷ୍ଟ’ ସେବା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ପୋଷ୍ଟ ୧୮ ଡିସେମ୍ବର ୨୦୨୪ରେ ନିଜର ‘ବୁକ୍‌ ପୋଷ୍ଟ’ ସେବାକୁ ବନ୍ଦ କରି ପୁସ୍ତକ ପ୍ରେମୀଙ୍କ ସହ ପୁସ୍ତକ ବ୍ୟବସାୟୀଙ୍କୁ ବଡ଼ ଝଟ୍‌କା...

ନବୀନ ପଟ୍ଟନାୟକ ଭାରତ ରତ୍ନ ପାଇବା ଉଚିତ୍, ଦାବି କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ, ୨୫।୧୨: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ। ସେହିପରି ବିହାର ମୁଖ୍ୟମନ୍ତ୍ରୀ...

ସଂସଦ ଭବନ ନିକଟରେ ନିଜକୁ ନିଆଁ ଲଗାଇଲେ ବ୍ୟକ୍ତି, ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ, ୨୫।୧୨: ସଂସଦ ଭବନ ନିକଟରେ ଜଣେ ବ୍ୟକ୍ତି ନିଜକୁ ନିଆଁ ଲଗାଇ ଦେଇଛନ୍ତି। ନିକଟରେ ଥିବାସୁରକ୍ଷାକର୍ମୀମାନ ତୁରନ୍ତ ବ୍ୟକ୍ତି ଜଣଙ୍କୁ ଡାକ୍ତରଖାନା ପଠାଇଥିଲେ। ଖବର...

ବାଂଲାଦେଶୀଙ୍କୁ ଚିହ୍ନଟ କରି ଦେଶରୁ ବାହାର କରିବାର ସମୟ ଆସିଛି: ଗିରିରାଜ ସିଂ

ନୂଆଦିଲ୍ଲୀ,୨୫।୧୨: କେନ୍ଦ୍ର ମନ୍ତ୍ରୀ ତଥା ବେଗୁସରାଇ ଏମପି ଗିରିରାଜ ସିଂ ବୁଧବାର କହିଛନ୍ତି ଯେ ବର୍ତ୍ତମାନ ସମୟ ଆସିଛି ଯେ ବାଂଲାଦେଶୀମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା...

ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିପାରନ୍ତି ବାଂଲାଦେଶୀ ଆତଙ୍କବାଦୀ ସଙ୍ଗଠନ, ଚେତାବନୀ ଦେଲା ଗୁଇନ୍ଦା ସଂସ୍ଥା

କୋଲକାତା,୨୫।୧୨: ବିଧାନସଭାରେ ବିରୋଧୀଦଳର ନେତା (ଏଲଓପି) ଉପରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ କେନ୍ଦ୍ରୀୟ ଗୁପ୍ତଚର ଏଜେନ୍ସିମାନେ ପଶ୍ଚିମବଙ୍ଗ ସରକାରଙ୍କୁ ସତର୍କ କରାଇଛନ୍ତି। ଏହି ଆକ୍ରମଣ...

ରାଜକୁମାରୀଙ୍କୁ ଲଭ୍‌ ଲେଟର୍‌ ଦେଇଥିଲେ ବାଜପେୟୀ, ଉତ୍ତରରେ…ଜାଣନ୍ତୁ ଅଟଳଙ୍କ ଲଭ୍‌ଷ୍ଟୋରୀ

ନୂଆଦିଲ୍ଲୀ,୨୫।୧୨: ଆଜି ସାରା ଦେଶରେ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ ତମ ଜନ୍ମ ବାର୍ଷିକୀ ପାଳନ କରାଯାଉଛି। ବାଜପେୟୀ ଜଣେ ବଡ଼ ନେତା ତଥା ଭାରତୀୟ...

ଗିରଫ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ! ବଡ଼ ଦାବି କଲେ କେଜ୍‌ରିଓ୍ବାଲ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୫।୧୨: ବୁଧବାର ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଭାଜପାକୁ କଡ଼ା ଟାର୍ଗେଟ କରିଛନ୍ତି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri