ମାଙ୍କଡ଼କୁ ନିର୍ଯାତନା ଦେବା ଜଣେ ଟାଟୁ କଳାକାରଙ୍କୁ ମହଙ୍ଗା ପଡ଼ିଛି। ଚଣ୍ଡିଗଡ଼ରେ ରହୁଥିବା କମଲଜିତ ସିଂଙ୍କୁ ମାଙ୍କଡ଼କୁ ଘରେ ଗୃହପାଳିତ ପଶୁ ଭାବେ ରଖିବା ଏବଂ ତାର ଫଟୋ ଇନ୍ଷ୍ଟଗ୍ରାମରେ ପୋଷ୍ଟ କରିବାକୁ ନେଇ ପୋଲିସ ଗିରଫ କରିଛି।
କମଲଜିତ ପେସାରେ ଜଣେ ଟାଟୁ କଳାକାର। ସେ ଚଣ୍ଡିଗଡ଼ର ସେକ୍ଟର ୩୫ ଅଞ୍ଚଳରେ ଏକ ଟାଟୁ ଷ୍ଟୁଡିଓ କରିଛନ୍ତି। ତେବେ ସେ ଘରେ ରଖିଥିବା ଏକ ମାଙ୍କଡ଼କୁ ଜୋର ଜବରଦସ୍ତ ମଦ ପିଆଉଥିଲେ। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭାଇରାଲ ଫଟୋରେ ମାଙ୍କଡ଼ଟି କମଲଜିତଙ୍କ ବାହୁରେ ବସିଥିବା ଦେଖିବାକୁ ମିଳିଥିଲା। ପରେ ଏନେଇ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ସେ ଉକ୍ତ ଫଟୋକୁ ଡିଲିଟ୍ କରିଦେଇଥିଲେ।
ହେଲେ ଫଟୋଗୁଡ଼ିକ ସମ୍ପୃକ୍ତ ଅଧିକାରୀଙ୍କ ନିକଟରେ ପହଞ୍ଚିବା ପରେ ସେ ଆଉ ତାଙ୍କ ମ୍ୟାନେଜର ଗିରଫ ହୋଇଛନ୍ତି। ଧାରା ୯,୩୯ ଏବଂ ୫୦ ଆଧାରରେ ତାଙ୍କ ନାମରେ ମାମଲା ରୁଜୁ ହୋଇଛି।