ଦିଲ୍ଲୀ, ଉତ୍ତରପ୍ରଦେଶ ପରେ ଚଣ୍ଡିଗଡ଼ରେ ଲାଗୁ ହେଲା ଓ୍ବିକେଣ୍ଡ ଲକ୍‌ଡାଉନ

ଚଣ୍ଡିଗଡ଼,୧୬।୪: ବର୍ଦ୍ଧିତ କରୋନା ମାମଲା ଯୋଗୁ ଦେଶରେ ବିଭିନ୍ନ ସ୍ଥାନରେ ଓ୍ବିକେଣ୍ଡ ଲକ୍‌ଡାଉନ ଲାଗୁ କରାଯାଉଛି। ଦିଲ୍ଲୀରେ ଶୁକ୍ରବାରଠାରୁ ଓ୍ବିକେଣ୍ଡ ଲକ୍‌ଡାଉନ ଲାଗୁ ହୋଇଥିବା ବେଳେ ଉତ୍ତରପ୍ରଦେଶରେ ରବିବାର ସମ୍ପୂର୍ଣ୍ଣ ଲକ୍‌ଡାଉନ ଘୋଷଣା କରାଯାଇଛି। ହେେଲେ ଏବେ ଏହି ତାଲିକାରେ ଚଣ୍ଡିଗଡ଼ ବି ସାମିଲ ହୋଇଯାଇଛି। ଶନିବାର ଓ ରବିବାର ଚଣ୍ଡିଗଡ଼ରେ ଲକ୍‌ଡାଉନ ଜାରି କରିବାକୁ ନିଷ୍ପତ୍ତି ନେଇଛି ଜିଲାପ୍ରଶାସନ। ଏହି ଲକ୍‌ଡାଉନ ଶୁକ୍ରବାର ରାତି ୧୦ଟାରୁ ସୋମବାର ସକାଳ ୫ଟା ଯାଏଁ ଜାରି ରହିବ। ଏହି ସମୟରେ ଲୋକଙ୍କ ବାହାରକୁ ବାହାରିବା ଉପରେ କଟକଣା ରହିବ। କେବଳ ଆବଶ୍ୟକୀୟ ସେବାକୁ ଛାଡିଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ସୂଚନାଯୋଗ୍ୟ, ଚଣ୍ଡିଗଡ଼ରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨,୩୯୭ରେ ପହଞ୍ଚିଥିବା ବେଳେ ସେଥିମଧ୍ୟରୁ ୩୩୭୧ ଚିକିତ୍ସାଧିନ ଓ ୪୦୭ଜଣଙ୍କ ମୃତ୍ୟୁ ଘଟିଛି।

Share