Categories: ଖେଳ

ଚାଣ୍ଡିମଲ-ଫର୍ନାଣ୍ଡୋଙ୍କ ଅର୍ଦ୍ଧଶତକ: ଶ୍ରୀଲଙ୍କା ୩୧୫/୬

ଗାଲେ,୨୪ା୭: ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ସୁଦ୍ଧା ଶ୍ରୀଲଙ୍କା ୬ ଉଇକେଟ ହରାଇ ୩୧୫ ରନ୍‌ କରିବାରେ ସକ୍ଷମ ହୋଇଛି। ଦୀନେଶ ଚାଣ୍ଡିମଲ ଏବଂ ଓଶାଡା ଫର୍ନାଣ୍ଡୋଙ୍କ ଅର୍ଦ୍ଧଶତକ ଏବଂ ଅଞ୍ଜେଲୋ ମାଥ୍ୟୁସଙ୍କ ୪୨ ରନ୍‌ର ଉପଯୋଗୀ ସହାୟତା ବଳରେ ଶ୍ରୀଳଙ୍କା ୩୧୫ ରନ୍‌ ସଂଗ୍ରହ କରିଛି। ସିରିଜରେ ୧-୦ରେ ପଛୁଆ ରହିଥିବା ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ମ୍ୟାଚରେ ମହୀଷ ତୀକ୍ଷଣା ଓ କସୁନ ରଜିଥାଙ୍କ ସ୍ଥାନରେ ଆସିଥା ଫର୍ନାଣ୍ଡୋ ଓ ଦୁନିଥ୍‌ ଓ୍ବେଲାଲଗେଙ୍କୁ ଦଳରେ ସାମିଲ କରାଯାଇଛି।

ଦୁଇ ଓପନର ଓଶାଡା ଫର୍ନାଣ୍ଡୋ (୫୦) ଓ ଦିମୁଥ କରୁଣାରତ୍ନେ (୪୦)ଙ୍କ ମଧ୍ୟରେ ୯୨ ରନ୍‌ର ଭାଗୀଦାରି ହୋଇଥିଲା। ହେଲେ ୯ ଓଭର ମଧ୍ୟରେ କୁଶାଲ ମେଣ୍ଡିସ୍‌(୩) ଓ କରୁଣାରତ୍ନେ ପ୍ୟାଭିଲିୟନ୍‌ ଫେରିଥିଲେ। ତେବେ ମାଥ୍ୟୁସ ଓ ଦୀନେଶ ଚାଣ୍ଡିମଲ ପଞ୍ଚମ ଉଇକେଟ ପାଇଁ ୭୫ ରନ୍‌ର ପାର୍ଟନରଶିପ୍‌ ହୋଇଥିଲା। ମାଥ୍ୟୁସ ୧୦୬ ବଲ ଖେଳି ୪୨ ରନ୍‌ କରିଥିବା ବେଳେ ଚାଣ୍ଡିିମଲ ୧୩୭ ବଲରୁ ୯ ଚୌକା ଓ ୨ ଛକା ସହାୟତାରେ ୮୦ ରନ୍‌ କରିଥିଲେ। ଶେଷ ଆଡକୁ ଧନଞ୍ଜୟ ଡି ସିଲଭା ୩୩ ରନ୍‌ କରିଥିବା ବେଳେ ନିରୋଶାନ ଡିକଓ୍ବେଲାଙ୍କ ଅପରାଜିତ ୪୨* ରନ୍‌ ଯୋଗୁ ଦଳୀୟ ସ୍କୋର ୩୦୦ ପାର କରିଥିଲେ। ପାକିସ୍ତାନ ପକ୍ଷରୁ ମହମ୍ମଦ ନଓ୍ବାଜ ୨ଟି ଉଇକେଟ ନେଇଥିବା ବେଳେ ୟାସିର ଶାହ, ନଶିମ ଶାହ ଓ ନୌମାନ ଅଲୀ ପ୍ରମୁଖ ଗୋଟିଏ ଲେଖାଏଁ ଉଇକେଟ ନେବାରେ ସକ୍ଷମ ହୋଇଥିଲେ।

Share