Categories: ଜାତୀୟ

ଫୋନ୍‌ ଟ୍ୟାପିଂ ଅଭିଯୋଗ ଆଣିଲେ ଚନ୍ଦ୍ରାବାବୁ

ଅମରାବତି, ୧୮ା୮: ଆନ୍ଧ୍ରପ୍ରଦେଶରେ ରାଜନୈତିକ ଫାଇଦା ହାସଲ କରିବା ଲାଗି ଶାସକ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ବେଆଇନ ଭାବେ ଫୋନ୍‌ ଟ୍ୟାପିଂ କରୁଛି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରାବାବୁ ନାଇଡୁ ଅଭିଯୋଗ କରିଛନ୍ତି। କେବଳ ବିରୋଧୀ ଦଳ ନେତା, ଗଣମାଧ୍ୟମ ପ୍ରତିନିଧୀ, ଆଇନଜୀବୀଙ୍କର ନୁହେଁ, ଗଣତନ୍ତ୍ରର ତୃତୀୟ ସ୍ତମ୍ଭ ନ୍ୟାୟପାଳିକାକୁ ମଧ୍ୟ ଟାର୍ଗେଟ କରାଯାଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ସେ ଏନେଇ ଚିଠି ଲେଖି ଉପଯୁକ୍ତ ତଦନ୍ତ ଲାଗି ଅନୁରୋଧ କରିଛନ୍ତି। କେତେକ ଘରୋଇ କ୍ଷେତ୍ରରେ ମଧ୍ୟ ବେଆଇନ ଭାବେ ସଫ୍ଟଓ୍ବେର ବ୍ୟବହାର କରାଯାଇ ଫୋନ୍‌ ଟ୍ୟାପିଂ କରାଯାଉଥିବା ଉଲ୍ଲେଖ କରାଯାଇଛି। ଏହି ବେଆଇନ ଫୋନ୍‌ ଟ୍ୟାପିଂକୁ ରୋକା ନ ଗଲେ ଭବିଷ୍ୟତରେ ଦେଶର ସୁରକ୍ଷା ଓ ଏକତା ପ୍ରତି ବହୁତ ବଡ଼ ସମସ୍ୟା ଉପୁଜିବାର ଆଶଙ୍କା ରହିଛି ବୋଲି ଚନ୍ଦ୍ରାବାବୁ ଦର୍ଶାଇଛନ୍ତି। ଏହା ସମ୍ବିଧାନର ଧାରା ୧୯, ୨୧କୁ ଉଲ୍ଲଂଘନ କରୁଛି। ଏଭଳି ବେଆଇନ କାର୍ଯ୍ୟକୁ ରୋକିବା ଲାଗି ପ୍ରଧାନମନ୍ତ୍ରୀ ହସ୍ତାକ୍ଷପ କରନ୍ତୁ ବୋଲି ଚନ୍ଦ୍ରାବାବୁ ଅନୁରୋଧ କରିଛନ୍ତି।

Share